fbpx

ହିନ୍ଦୁ ଦେବୀ ଦେବତାଙ୍କୁ ଗାଳି ସହ ମିଳୁଛି ହତ୍ୟା ଧମକ, ବିପଦରେ ଶ୍ରୀକୃଷ୍ଣ ଜନ୍ମଭୂମି ମୁକ୍ତି ନିର୍ମାଣ ଟ୍ରଷ୍ଟର ଅଧ୍ୟକ୍ଷଙ୍କ ଜୀବନ

ମଥୁରା: କୃଷ୍ଣ ଜନ୍ମଭୂମି ଓ ଶାହି ଇଦଗାହ ମାମଲାରେ ଆଶୁତୋଷ ପାଣ୍ଡେୟଙ୍କୁ ପୁଣି ଥରେ ହତ୍ୟା ଧମକ ମିଳିଛି । ସେ ବୃନ୍ଦାବନରୁ ହାଇକୋର୍ଟ ଯାଉଥିବା ସମୟରେ ତାଙ୍କୁ ପାକିସ୍ତାନରୁ ଏକ କଲ୍ ଆସିଥିଲା ଯେଉଁଥିରେ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦିଆଯାଇଥିଲା । ପାକିସ୍ତାନରୁ କେହି ଜଣେ ତାଙ୍କୁ ହ୍ୱାଟସଆପରେ କଲ୍ କରି କେସ୍ ଫେରାଇ ନେବାକୁ କହିଥିଲେ । ଯଦି ସେ ଏହା ନ କରିବେ ତେବେ ତାଙ୍କୁ ଜୀବନରୁ ମାରି ଦିଆଯିବ । ତେବେ ଏହା ଆଶୁତୋଷଙ୍କୁ ପ୍ରଥମ କଲ୍ ନୁହେଁ ଗତ ମାସରେ ବି ତାଙ୍କୁ ଏପରି କଲ୍ ଆସିଥିଲା । ଏ ନେଇ ସେ ପୋଲିସରେ ଅଭିଯୋଗ ବି କରିଥିଲେ ।

ଏଠାରେ ସୂଚାଇ ଦିଆଯାଇପାରେ କି ମଥୁରାରେ କୃଷ୍ଣ ଜନ୍ମଭୂମି ଓ ଶାହି ଇଦଗାହ ମାମଲାରେ ହାଇକୋର୍ଟରେ ଶୁଣାଣୀ ଚାଲିଛି । ଆଜି ମାମଲାର ଶୁଣାଣୀ ଥିବାରୁ ପକ୍ଷକାର ତଥା ଶ୍ରୀକୃଷ୍ଣ ଜନ୍ମଭୂମି ମୁକ୍ତି ନିର୍ମାଣ ଟ୍ରଷ୍ଟ ଅଧ୍ୟକ୍ଷ ଆଶୁତୋଷ ପାଣ୍ଡେୟ ବୃନ୍ଦାବନରୁ ହାଇକୋର୍ଟକୁ ଯାଉଥିଲେ । ଏହି ସମୟରେ ତାଙ୍କ ମୋବାଇଲ୍ ହ୍ୱାଟସଆପକୁ କଲ୍ ଆସିଥିଲା । ତେବେ ଏହି କଲ୍ ପାକିସ୍ତାନରୁ ଆସିଛି ବୋଲି ଦାବୀ କରାଯାଉଛି । କଲ୍ କରିଥିବା ବ୍ୟକ୍ତି ହିନ୍ଦୁ ଦେବୀ ଦେବତାଙ୍କ ବିଷୟରେ ଅପଶବ୍ଦ କହି ତାଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ । ତେବେ ଧମକ ଦେଇଥିବା ବ୍ୟକ୍ତିର ନାମ ହ୍ୱାଟସଆପ୍‌ରେ ରାଣା ଫାରୁକ୍ ବୋଲି ଶୋ’ କରୁଛି । ଏହାପରେ ପୋଲିସ ପ୍ରଶାସନ ସତର୍କ ହୋଇଯାଇଛି ଓ ଘଟଣାର ଅନୁସନ୍ଧାନ ଆରମ୍ଭ କରିଦେଇଛି ।

Get real time updates directly on you device, subscribe now.