fbpx

ହିନ୍ଦୁ ଆଉ ଚୁପ ହୋଇ ବସିବ ନାହିଁ, ଉଦୟପୁର ଘଟଣାରେ ଚେତାବନୀ ଦେଲେ ଅଯୋଧ୍ୟା ମହନ୍ତ

ଅଯୋଧ୍ୟା: ହିନ୍ଦୁ ଆଉ ନିରବ ହୋଇ ବସିବ ନାହିଁ।  ହନୁମାନ ହେବାର ସମୟ ଆସି ଯାଇଛି। ରାଜସ୍ଥାନର ଉଦୟପୁର ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ତପସ୍ଵୀ ଛାବନୀର ଉତ୍ତରାଧିକାରୀ ମହନ୍ତ ପରମହଂସ ଆଚାର୍ଯ୍ୟ। ସେ ଆଶ୍ରମରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, କହ୍ନେୟା ଲାଲଙ୍କ ହତ୍ୟାରେ ସାମିଲ୍ ଦୁଇ ହତ୍ୟାକାରୀଙ୍କୁ ଫାଶି ଦଣ୍ଡ ମିଳୁ।

ଜଗଦଗୁରୁ ପରମହଂସାଚାର୍ଯ୍ୟ ଏହି ନିର୍ମମ ହତ୍ୟାକାଣ୍ଡର ଘୋର ନିନ୍ଦା କରି କହିଛନ୍ତି, ଉଦୟପୁର ଘଟଣାକୁ ନେଇ ସେ ବହୁତ ମର୍ମାହତ। ଏହି ମାମଲାକୁ ଫାଷ୍ଟ ଟ୍ରାକ କୋର୍ଟରେ ଗୋଟିଏ ସପ୍ତାହ ଭିତରେ ଶୁଣାଣି କରାଯାଇ ଦୋଷୀଙ୍କୁ ଦଣ୍ଡ ଦିଆଯାଉ। ଯଦି ଏମିତି ହେବ ନାହିଁ ତେବେ ମୁଁ ଆଇନ ନିଜ ହାତରେ ନେବି ଏବଂ ଏହି ପାପୀଙ୍କୁ ୧୦୦ ଗୁଣ ଅଧିକ କଷ୍ଟ ଦେଇ ଦଣ୍ଡ ଦେବି। ଏବେ ହିନ୍ଦୁଙ୍କୁ ହନୁମାନ ହେବାର ସମୟ ଆସି ଯାଇଛି ବୋଲି ପରମହଂସାଚାର୍ଯ୍ୟ କହିଛନ୍ତି।

 

ସେ କହିଛନ୍ତି, ଆଇପିସିର ଧାରା ୯୭ ଅନୁଯାୟୀ, ଯଦି ପରିବାର ଉପରେ ଆକ୍ରମଣ ହୁଏ ତେବେ ଆପଣ ଆଇନକୁ ହାତକୁ ନେଇ ପାରିବେ। ଯେଉଁଭଳି କହ୍ନେୟା ଲାଲଙ୍କୁ ଦୁଇ ଜିହାଦୀ ନିର୍ମମ ଏବଂ ନୃଶଂସ ଭାବେ ଗଳାକାଟି ହତ୍ୟା କଲେ ସେଥିରେ ସେ ବହୁତ ମର୍ମାହତ। ଏହି ଜିହାଦୀ ଭିଡିଓ ଜାରି କରି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁଣ୍ଡ କାଟିବାକୁ ଧମକ ଦେଇଛି। ଏବେ ହିନ୍ଦୁ ସମାଜ ଚୁପ ହୋଇ ବସିବ ନାହିଁ ବୋଲି ସେ  କହିଛନ୍ତି।

 

Get real time updates directly on you device, subscribe now.