fbpx

ହେଙ୍ଗୁରେ ରହିଛି ବହୁ ଔଷଧୀୟ ଗୁଣ, ବଡ ବଡ ରୋଗର କରିବ ନିଦାନ

ଓଡିଶା ଭାସ୍କର: ଖାଦ୍ୟ ସ୍ୱାଦିଷ୍ଟ କରିବାକୁ ଆମେ ହେଙ୍ଗୁ ବ୍ୟବହାର କରିଥାଉ । ହେଲେ ଆପଣ ଜାଣନ୍ତି କି, ଖାଲି ଖାଦ୍ୟକୁ ସ୍ୱାଦିଷ୍ଟ କରିବା ନୁହେଁ, ବହୁ ରୋଗର ନିରାକରଣ କରିପାରେ ହେଙ୍ଗୁ । ଏଥିରେ ରହିଛି ଅନେକ ଔଷଧୀୟ ଗୁଣ, ଯାହା ବଡ ବଡ ରୋଗର କରିବ ନିଦାନ । ହେଙ୍ଗୁରେ ଥିବା ଔଷଧୀୟ ତତ୍ତ୍ୱ ଅତି ସହଜରେ କରିବ ଗମ୍ଭୀର ରୋଗ କରିଦେବ ଭଲ । ତେବେ ଆସନ୍ତୁ ଜାଣିବା କେମିତି ଓ କେଉଁ ରୋଗ ହେଙ୍ଗୁ ଦ୍ୱାରା ଭଲ ହେଉଛି ।

ଆୟୁର୍ବେଦରେ ହେଙ୍ଗୁର ପ୍ରଚଳନ ରହିଛି । ଆଣ୍ଟି ଅକ୍ସିଡାଣ୍ଟର ଏକ ଉଚ୍ଚକୋଟିର ଉତ୍ସ ହେଇଛି ହେଙ୍ଗୁ । ଏହା ଗମ୍ଭୀର ପ୍ରଦାହ, ହୃଦରୋଗ, କର୍କଟ, ଟାଇପ-୨ ମଧୁମେୟ ରୋଗ ଚିକିତ୍ସାରେ ରାମବାଣ ପରି କାମ କରିଥାଏ । ତେଣୁ ହେଙ୍ଗୁକୁ ମସଲା ଭାବେ ଖାଦ୍ୟରେ ନିୟମିତ ବ୍ୟବହାର ଆପଣଙ୍କୁ ସୁସ୍ଥ ରଖିବ ।

ହେଙ୍ଗୁ ସେବନ ଦ୍ୱାରା ବଦହଜମୀ, ବାୟୁ ଦୋଷ ପରି ସମସ୍ୟାର ସହଜ ସମାଧାନ ହୋଇଥାଏ । ଏହା ମଧ୍ୟ କିଡନୀଷ୍ଟୋନ, ବ୍ରୋଙ୍କାଇଟିସ ପରି ରୋଗରୁ ଉପଶମ ଦେଇଥାଏ ।

ଆଣ୍ଟି ଅକ୍ସିଡାଣ୍ଟ ପେଟରେ ହୋଇଥିବା ଅଲସର, ଦୃଷ୍ଟି ଶକ୍ତି ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ । ଏହା ବ୍ୟତୀତ ପେଟର ଯାବତୀୟ ରୋଗ ଭଲକରିବାରେ ହେଙ୍ଗୁ ସହାୟକ ହୋଇଥାଏ ।

ନିୟମିତ ହେଙ୍ଗୁ ସେବନ ଦ୍ୱାରା ରକ୍ତ ନଳୀରେ ଥିବା ସମସ୍ୟାର ସମାଧାନ ହୁଏ । ଏହି ମସଲାରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି- ଫଙ୍ଗଲ,ଆଣ୍ଟିମାକ୍ରୋବାୟଲ ପରି ଉପାଦାନ ଶରୀରକୁ ସୁସ୍ଥ ରଖେ । ମୁହଁରେ ଗ୍ଲୋ ଆଣିଥାଏ । ବୟସ ବଢିବା ସହ ମୁହଁରେ ଆସୁଥିବା କୁଞ୍ଚନକୁ ମଧ୍ୟ ହେଙ୍ଗୁ ସେବନ ଦ୍ୱାରା ଦୂର ହୁଏ । ବ୍ରଣ ମଧ୍ୟ ହୋଇନଥାଏ ।

Get real time updates directly on you device, subscribe now.