fbpx

Video; ଆଉ ମାତ୍ର କିଛି ଘଣ୍ଟା ପରେ ଖୋଲିବ ହୀରାକୁଦ ଗେଟ୍, ତଳିଆ ଅଞ୍ଚଳକୁ ସତର୍କ କରାଇଲେ କର୍ତ୍ତୃପକ୍ଷ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆଉ ମାତ୍ର କିଛି ଘଣ୍ଟା ପରେ ଖୋଲିବ ହୀରାକୁଦ ଗେଟ୍, ନିଷ୍କାସିତ ହେବ ବର୍ଷର ପ୍ରଥମ ବନ୍ୟାଜଳ । ତଳିଆ ଅଞ୍ଚଳରେ ସମସ୍ତଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ କର୍ତ୍ତୃପକ୍ଷ । ଛତିଶଗଡ଼ରେ ତୁହାକୁ ତୁହା ବର୍ଷା ହେଉଛି । ଓଡ଼ିଶାରେ ଭଲ ବର୍ଷା ନଥିବା ବେଳେ ଛତିଶଗଡ଼ର ଉପର ମୁଣ୍ଡରେ ବର୍ଷା ହେବା ପାଇଁ ହୀରାକୁଦରେ ବଢ଼ିବାକୁ ଲାଗିଛି ଜଳସ୍ତର । ଗେଟ ଖୋଲିବା ପୂର୍ବରୁ ଜଳଭଣ୍ଡାରରେ ଜଳସ୍ତଳ ବୃଦ୍ଧି ହେବାରେ ଳାଗିଛି । ଆଉ ସେଥିପାଇଇଁ ତଳିଆ ଅଞ୍ଚଳର ଲୋକଙ୍କୁ ଡାକବାଜି ଯନ୍ତ୍ରରେ ସତର୍କ କରାଇ ଦିଆଯାଇଛି ।

୪ ଦିନରେ ସ୍ତର ପ୍ରାୟ ୧୦ ଫୁଟ ବୃଦ୍ଧି ପାଇଥିବା ବେଳେ ଗତ ୧୫ ଘଣ୍ଟାରେ ୨.୫ ଫୁଟ ବୃଦ୍ଧି ହୋଇଛି । ଛତିଶଗଡ଼ର ଉପର ମୁଣ୍ଡରେ ଲଗାଣ ବର୍ଷା ପାଇଁ ହୀରାକୁଦରେ ବଢ଼ୁଛି ପାଣି । କଲମା ବ୍ୟାରେଜ ତାର ସବୁ ଗେଟେ ଦେଇ ବନ୍ୟାଜନକୁ ନିଷ୍କାସିତ କରୁଛି । ଶୁକ୍ରବାର ରାତି ୯ଟା ସୁଧା ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୨ଲକ୍ଷ ୩୧ ହଜାର ୬୯୩ କ୍ୟୁସେକ ଜଳ ପ୍ରବାହିତ ହେଉଛି । ସେପଟେ ହୀରାକୁଦରେ ଜଳସ୍ତଳ ୬୧୧ ଫୁଟରେ ପହଞ୍ଚିଛି । ବିଭିନ୍ନ କେନାଲ ପାୱାର ଚ୍ୟାନେଲ ଏବଂ ଶୀଳ୍ପ ଯୋଗାଣକୁ ୩୫ ହଜାର ୪ଶହ ୫୬ କ୍ୟିସେକ ଜଳ ନିଷ୍କାସିତ ହେଉଛି ।

ସେପଟେ ପୂଜାର୍ଚ୍ଚନାରେ ପରେ ଆସନ୍ତା କାଲି ଖୋଲିି ସକାଳ ୯ଟାରେ ଗେଟ ଖୋଲିବା ପାଇଁ ସତର୍କ କରାଇଛନ୍ତି ଡ୍ୟାମ କର୍ତ୍ତୃପକ୍ଷ । ତଳିଆ ଅଞ୍ଚଳରେ ଲୋକଙ୍କୁ ସତର୍କ କରାଯାଇଛି । ଗେଟ ଖୋଲିଲା ମାନେ ମାଡ଼ି ଆସିବ ପାଣି । ସେହି ସମୟରେ ନଦୀକୁ ଜିବା ଯେଉ ମାନେ ନଦୀପାଖରେ ରହିଥିବେ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ ପରାମର୍ଷ ଦିଆଯିବା ସହ ଡାକବାଜି ଯନ୍ତ୍ର ମାଧ୍ୟମରେ ସତର୍କ କରାଯାଇଛି ।

Get real time updates directly on you device, subscribe now.