fbpx

ଆଜି ହୀରାକୁଦରୁ ଛଡାଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ, ସକାଳ ୧୧ଟାରେ ଖୋଲିବ ଗେଟ୍

ଭୁବନେଶ୍ୱର,(ଓଡ଼ିଶା ଭାସ୍କର): ଆଜି ସକାଳ ୧୧ଟା ସମୟରେ ହୀରାକୁଦରୁ ଛଡାଯିବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ । ଏଥପାଇଁ ଡ୍ୟାମ କର୍ତ୍ତୃପକ୍ଷ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ବିଧି ଅନୁସାରେ ପୂଜାର୍ଚ୍ଚନା ପରେ ୭ ନମ୍ବର ଗେଟ୍‌ରୁ ପ୍ରଥମେ ବନ୍ୟାଜଳ ଛଡାଯିବ । ହୀରାକୁଦରୁ ପାଣି ଛଡାଯିବାର ୪୮ ଘଣ୍ଟା ପରେ ବନ୍ୟାଜଳ ମୁଣ୍ଡଳୀରେ ପହଞ୍ଚିବ । ଏନେଇ ତଳମୁଣ୍ଡର ସବୁ ଜିଲ୍ଲାପାଳମାନଙ୍କୁ ସତର୍କ ସୂଚନା ଜାରି କରିଛନ୍ତି ଡ୍ୟାମ୍‌ କର୍ତ୍ତୃପକ୍ଷ ।

Get real time updates directly on you device, subscribe now.