fbpx

କଟକର ଐତିହାସିକ ବାଲିଯାତ୍ରା; ନଭେମ୍ଵର ୧୧ ରୁ ଆରମ୍ଭ ହେବ ପ୍ଲଟ ବୁକିଂ ପ୍ରକ୍ରିୟା

କଟକ: (ଓଡ଼ିଶା ଭାସ୍କର) ନଭେମ୍ବର ୨୭ରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା । ୨୭ରୁ ଆରମ୍ଭ ହୋଇ ଡିସେମ୍ବର ୪ ଯାଏଁ ଚାଲିବ ବାଲିଯାତ୍ରା । ଏଥର ମୋଟ ୮ ଦିନ ବାଲିଯାତ୍ରା ଚାଲିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ମହାନଦୀ ପଠାରେ ଆଠ ଦିନ ଧରି ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରା ମେଳା ଚାଲିବ । ଯେଉଁଥିରେ ୧୪୦୦ ଷ୍ଟଲ ଓ ୨ ହଜାରରୁ ଅଧିକ ବ୍ୟବସାୟୀ ସାମିଲ ହେବେ ।

ନଭେମ୍ବର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ପ୍ଲଟ ନିଲାମ ହେବ। ବର୍ଗଫୁଟ ପ୍ରତି ସର୍ବନିମ୍ନ ୫୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଦୋଳି ମୀନା ବଜାର ସାଙ୍ଗକୁ ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ଯାତ୍ରାର ମୁଖ୍ୟ ଆକର୍ଷଣ ହେବାକୁ ଯାଉଛି । ତେବେ ଚଳିତ ବର୍ଷ ବାଲିଯାତ୍ରାରେ ପ୍ରଥମ ଥର ପାଇଁ ଲେଜର ଲାଇଟ ସୋ ର ଆୟୋଜନ କରାଯାଇଛି ।

Get real time updates directly on you device, subscribe now.