fbpx

ମଣିଷର ମସ୍ତିଷ୍କରେ ଲୁଚି ରହିପାରିବ HIV ଭାଇରସ: ଚିକିତ୍ସା ବନ୍ଦ କଲେ AIDS ସଂକ୍ରମଣ ପୁଣି ବଢ଼ିବ, ରିସର୍ଚ୍ଚରୁ ବଡ଼ ଖୁଲାସା

ନୂଆଦିଲ୍ଲୀ: ମଣିଷକୁ ନେଇ ରିସର୍ଚ୍ଚରୁ ଅନେକ ସମୟରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଥାଏ । ତେବେ ଏହା ମଧ୍ୟରେ ବୈଜ୍ଞାନିକମାନେ ଏକ ବଡ଼ ତଥ୍ୟର ଖୁଲାସା କରିଛନ୍ତି । ହ୍ୟୁମାନ ଇମ୍ୟୁନୋଡେଫିସିଏନ୍ସି (ଏଚଆଇଭି) ଆମର ବ୍ରେନରେ ଦୀର୍ଘ ସମୟ ଧରି ନିଷ୍କ୍ରିୟ ଭାବେ ରହିପାରିବ । ଯଦି ସମୟ ପୂର୍ବରୁ ଏହାର ଚିକିତ୍ସା ବନ୍ଦ କରାଯିବ ତେବେ ଆକ୍ୱାର୍ଡ ଇମ୍ୟୁନ ଡେଫିସିଏନ୍ସି ସିଣ୍ଡ୍ରୋମ (ଏଡସ)ର ସଂକ୍ରମଣ ପୁଣି ଥରେ ବଢ଼ିପାରେ ବୋଲି ରିସର୍ଚ୍ଚରୁ ଜଣାପଡ଼ିଛି ।

ରିସର୍ଚ୍ଚ ମୁତାବକ, ନିଜର ଜୀବନ କାଳର ଏକ ଅଂଶ ଭାବେ ଏଚଆଇଭି ଭାଇରସ ନିଜର ଡିଏନଏର ଏକ ନକଲକୁ ମଣିଷର ପ୍ରତିରକ୍ଷା କୋଷିକାରେ ସମ୍ମଳିତ କରିଥାଏ । ଏହି ନୂଆ ସଂକ୍ରମିତ ପ୍ରତିରକ୍ଷା କୋଷିକାଗୁଡ଼ିକ ଦୀର୍ଘ ସମୟ ଧରି ନିଷ୍କ୍ରିୟ, ଲୁକ୍କାୟିତ ଅବସ୍ଥାରେ ସଂକ୍ରମଣ କରିପାରନ୍ତି । ବର୍ତ୍ତମାନ ରହିଥିବା ଆଣ୍ଟିରେଟ୍ରୋଭାୟରଲ ଥେରାପି (ଏଆରଟି) ଏଡସ୍ ଭାଇରସର ସଂକ୍ରମଣ ବୃଦ୍ଧିକୁ ସଫଳତା ଭାବେ ରୋକି ପାରିବ । କିନ୍ତୁ ତାହାକୁ ସମ୍ପୂର୍ଣ୍ଣ ଭାବେ ସମାପ୍ତ କରିପାରିବ ନାହିଁ ।

ଯଦି ଚିକିତ୍ସାକୁ ଯେ କୌଣସି ସମୟରେ ବନ୍ଦ କରିଦିଆଯାଏ, ତେବେ ଭାଇରସ ପୁଣି ଥରେ ପ୍ରତ୍ୟାବର୍ତ୍ତନ କରିପାରେ ଓ ଏଡସ୍ ଆଡ଼କୁ ନେଇଯିବ । ଏହି ଗୁପ୍ତ କୋଷିକାଗୁଡ଼ିକ ମାନବ ଶରୀରରେ କେଉଁଠି ଲୁଚି ରହିଛନ୍ତି ଏହା ଏବେ ବୈଜ୍ଞାନିକମାନେ ସନ୍ଧାନ କରୁଛନ୍ତି । କ୍ଲିନିକାଲ ଇନଭେଷ୍ଟିଗେସନସ ଜର୍ଣ୍ଣାଲରେ ଏହି ରିସର୍ଚ୍ଚ ତଥ୍ୟ ପ୍ରକାଶିତ ହୋଇଛି ।

Get real time updates directly on you device, subscribe now.