fbpx

ନୂଆ ରୁପରେ ଫ୍ରାଞ୍ଚାଇଜ୍ ଲିଗ୍ ଆରମ୍ଭ କରିବ ହକି ଇଣ୍ଡିଆ, ସାମିଲ ହୋଇପାରେ ମହିଳା ଟିମ୍‌

ନୂଆଦିଲ୍ଲୀ: ସାତ ବର୍ଷର ବ୍ୟବଧାନ ପରେ ହକି ଇଣ୍ଡିଆ ପୁଣିଥରେ ଫ୍ରଞ୍ଚାଇଜ୍ ଆଧାରିତ ହକି ଇଣ୍ଡିଆ ଲିଗ୍‌(ଏଚ୍‌ଆଇଏଲ୍‌) ଆରମ୍ଭ କରିବାକୁ ଉଦ୍ୟମ ଚଳାଇଛି । ଆସନ୍ତା ବର୍ଷ କିମ୍ବା ୨୦୨୫ରେ ଏହା ଏକ ନୂତନ ରୁପରେ ଆରମ୍ଭ ହୋଇପାରେ । ୨୦୧୭ରେ ଆର୍ଥିକ ସମସ୍ୟା ଏବଂ ଟିମ୍ ମାଲିକ ମାନଙ୍କର ଅସହଯୋଗ କାରଣରୁ ବନ୍ଦ କରିଦିଆଯାଇଥିଲା । ପ୍ୟାରିସ୍ ଅଲମ୍ପିକସ୍ ପରେ ଏହାକୁ ଆୟୋଜନ କରିବାକୁ ହକି ଇଣ୍ଡିଆ ଯୋଜନା କରୁଛି, ଯେଉଁଥିରେ ପ୍ରଥମ ଥର ପାଇଁ ମହିଳା ଟିମ୍ ସାମିଲ ହୋଇପାରେ ।

ପୂର୍ବତନ ଅଲିମ୍ପିଆନ୍ ତଥା ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କିଙ୍କ ନେତୃତ୍ୱରେ ହକି ଇଣ୍ଡିଆ ଏଚ୍‌ଆଇଏଲ୍ ମାଧ୍ୟମରେ ଉଦୟମାନ ଖେଳାଳୀଙ୍କୁ ଏକ୍ସପୋଜର ଯୋଗାଇ ଦେଶର ହକି ଦୃଶ୍ୟକୁ ପୁନର୍ଜୀବିତ କରିବାକୁ ଯୋଜନା କରିଛି । ଆସନ୍ତା ବର୍ଷ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ପାଇଁ ହକି ଇଣ୍ଡିଆ ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ରୁ ଏକ ୱିଣ୍ଡୋ ମାଗିଛି ଏବଂ ଖେଳର ବିଶ୍ୱସ୍ତରୀୟ ପ୍ରତିକ୍ରିୟାକୁ ଅପେକ୍ଷା କରିଛି ।

ତିର୍କି କହିଛନ୍ତି ଯେ, ଆମେ ଏଏପର୍ଯ୍ୟନ୍ତ କୌଣସି ସମୟ ପାଇନାହୁଁ କିନ୍ତୁ ଆମେ ଗୋଟିଏ ନିର୍ଦ୍ଧାିତ ସମୟ ପାଇଁ ଏଫ୍‌ଆଇଏଚ୍ ନିକଟରେ ଆବେଦନ କରିଛୁ । ଆସନ୍ତା ବର୍ଷ ଡିସେମ୍ବର କିମ୍ବା ଜାନୁୟାରୀ ୨୦୨୫ ରେ ଅଲିମ୍ପିକ୍ସ ପରେ ଆମେ ଏକ ୱିଣ୍ଡୋ ଖୋଜିଛୁ । ଆମେ ଏପର୍ଯ୍ୟନ୍ତ ଏଫ୍‌ଆଇଏଚ୍ ର ଉତ୍ତରକୁ ଅପେକ୍ଷା କରିଛୁ । ଆମେ ଏଥର ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ଏଚ୍‌ଆଇଏଲ୍ କରିବାକୁ ଯୋଜନା କରୁଛୁ । ଏହା ପୂର୍ବରୁ ଏହା କେବଳ ପୁରୁଷଙ୍କ ପାଇଁ ଏହି ଟୁର୍ଣ୍ଣାମେଣ୍ଟ ହେଉଥିଲା କିନ୍ତୁ ଆମେ ଚାହୁଁ ଆମର ମହିଳା ଖେଳାଳିମାନେ ମଧ୍ୟ ଅଭିଜ୍ଞତା ହାସଲ କରନ୍ତୁ । ”ହକି ଇଣ୍ଡିଆ ପୁରୁଷ ବିଭାଗରେ ଆଠଟି ଦଳ ଏବଂ ମହିଳା ବିଭାଗରେ ଚାରିଟି ଦଳ ସହିତ ଏହି ଲିଗ୍ କରିବାକୁ ଯୋଜନା କରିଛି ।

Get real time updates directly on you device, subscribe now.