fbpx

ହତ୍ୟା ମାମଲାରେ ଫସିଲେ ହକି ଖେଳାଳି: ଫ୍ଲାଟରୁ ଉଦ୍ଧାର ହୋଇଥିଲା ମୃତଦେହ

ଭୁବନେଶ୍ୱର: ଫ୍ଲାଟରୁ ମୃତଦେହ ମିଳିବା ପରେ ମାମଲାରେ ଛନ୍ଦି ହୋଇଯାଇଛନ୍ତି ଭାରତୀୟ ହକି ଦଳର ଷ୍ଟାର ଖେଳାଳି ବିରେନ୍ଦ୍ର ଲାକ୍ରା । ବିରେନ୍ଦ୍ରଙ୍କ ସହ ତାଙ୍କ ବାନ୍ଧବୀ ମଧ୍ୟ ଏହି ଘଟଣାର ତଦନ୍ତ ଘେରରେ ଫସିଛନ୍ତି । କେବଳ ସେତିକି ନୁହଁ, ଏହି ହତ୍ୟା ମାମଲା ଏବେ ପୋଲିସ ଉପରକୁ ମଧ୍ୟ ଆଙ୍ଗୁଠି ଉଠାଇଛି । ଘଟଣାର ତଦନ୍ତକାର୍ଯ୍ୟ ଠିକ ଭାବରେ ଚାଲୁ ନଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ।

ସୂଚନା ଅନୁସାରେ, ଗତ ଫେବୃଆରୀ ୨୮ ତାରିଖରେ ହକି ତାରକା ବିରେନ୍ଦ୍ର ରହୁଥିବା ଫ୍ଲାଟରୁ ବନ୍ଧୁ ଆନନ୍ଦ ଲାକ୍ରାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଫେବୃଆରୀରେ ଆନନ୍ଦ ଭୁବନେଶ୍ୱର ବୁଲିବାକୁ ଯାଇଥିବା ବେଳେ ରାଉରକେଲା ଫେରିବା ଦିନ ସକାଳୁ ବିରେନ୍ଦ୍ରଙ୍କ ଘରୁ ଉଦ୍ଧାର ହୋଇଥିଲା ତାଙ୍କ ମୃତଦେହ । ତେବେ ଏହି ଫ୍ଲାଟରେ ଭାରତର ଷ୍ଟାର ହକି ପ୍ଲେୟର ବିରେନ୍ଦ୍ର ଲାକ୍ରା ଓ ତାଙ୍କ ବାନ୍ଧବୀ ରହୁଥିବା ମୃତକଙ୍କ ପରିବାର ପ୍ରକାଶ କରିଛନ୍ତି । ଏହାସହ ଆନନ୍ଦଙ୍କୁ ହତ୍ୟା କରିଥିବା ନେଇ ଉଭୟଙ୍କ ଉପରେ ଆରୋପ ଲଗାଇଛନ୍ତି ମୃତକଙ୍କ ପରିବାର ।

ମୃତଦେହ ଉଦ୍ଧାର ହେବାର କିଛିଦିନ ପୂର୍ବରୁ ବିବାହ କରି ଭୁବନେଶ୍ୱର ଯାଇଥିଲେ ଆନନ୍ଦ । ଭୁବନେଶ୍ୱରରୁ ରାଉରକେଲା ଆସିବା ଦିନ ତାଙ୍କୁ ମୃତଦେହ ଉଦ୍ଧାର ପରେ ପୋଲିସ ଓ ବିରେନ୍ଦ୍ର ଆନନ୍ଦଙ୍କ ପରିବାରକୁ ଖବର ଦେଇଥିଲେ। ତେବେ ଏହାପରେ ମୃତକଙ୍କ ପରିବାର ଲୋକେ ଇନଫୋସିଟି ଥାନା ସହ ପୋଲିସ କମିଶନରଙ୍କୁ ମଧ୍ୟ ଅଭିଯୋଗ କରିଥିଲେ । କିନ୍ତୁ ଏ ପର୍ଯ୍ୟନ୍ତ ଘଟଣାର ତଦନ୍ତ ସମ୍ପୂର୍ଣ୍ଣ ଶୂନ ।

ଅନ୍ୟ ପକ୍ଷରେ ପୋଲିସ ଅଭିଯୋଗ ଗ୍ରହଣ କରି ନଥିବା ଅଭିଯୋଗ କରିଛନ୍ତି ଆନନ୍ଦଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ବିରେନ୍ଦ୍ର ଲାକ୍ରା ଜଣେ ହକି ତାରକା ଓ ଡିଏସପି ଭାବରେ କାର୍ୟ୍ୟରତ ଥିବାରୁ ପୋଲିସ ଜାଣି ଜାଣି ଏ ମାମଲାରେ ତଦନ୍ତ କାର୍ଯ୍ୟରେ ଅବହେଳା କରୁଛି ବୋଲି କହିଛନ୍ତି ପରିବାର ଲୋକେ । ତେବେ ଘଟଣାକୁ ଏତେ ଦିନ ପରେ ଏବେ ବି ନ୍ୟାୟ ଆଶାରେ ରହିଛନ୍ତି ମୃତ ଆନନ୍ଦଙ୍କ ପରିବାର ଲୋକେ। ଏତିସହିତ ସିବିଆଇ କିମ୍ବା କ୍ରାଇମ ବ୍ରାଞ୍ଚ ତଦନ୍ତ ପାଇଁ ଦାବି କରିଛନ୍ତି ଆନନ୍ଦ ଙ୍କ ପରିବାର।

Get real time updates directly on you device, subscribe now.