fbpx

ବିଶ୍ୱକପ୍ ହକି ୨୦୨୩: ଆଜି ୱେଲ୍ସ ଓ ଭାରତ ମଧ୍ୟରେ ଟକ୍କର

ଭୁବନେଶ୍ୱର:ପୁରୁଷ ହକି ବିଶ୍ୱକପ ହକିରେ ଆଜି ଭାରତ ଏବଂ ୱେଲ୍ସ ମଧ୍ୟରେ କଡା ଟକ୍କର ହେବାକୁ ଯାଉଛି । ଯାହାକି ସଂନ୍ଧ୍ୟା ୭ ଟାରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ତେବେ ଭାରତ ସିଧାସଳଖ କ୍ୱାଟର ଫାଇନାଲରେ ପ୍ରବେଶ କରିବା ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଳାଇବ । ଅନ୍ୟପକ୍ଷେ ୱାଲ୍ସି ମଧ୍ୟ ତାର ଜଲୱା ଦେଖାଇବାକୁ ପ୍ରସ୍ତୁତ ଥିବା ଜଣାପଡିଛି । ତେବେ ଆଜିର ଏହି ମ୍ୟାଚ୍ ଖୁବ୍ ରୋମାଞ୍ଚକର ହେବ ବୋଲି ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି ।

ତେବେ ପୂର୍ବରୁ ରାଉଲକେଲାରେ ବାରତ ଦିଉଟି ମ୍ୟାଚ ଖେଳିଥିଲା । ଯେଉଁଥିରେ ଗୋଟିୁଏ ସେ ବିଜୟୀ ହୋଇଥିବା ବେଳେ ଅନ୍ୟଟି ଡ୍ର ରହିଥିଲା । ଫଳରେ ଦଳ ବର୍ତ୍ତମାନ ଇଂଲଣ୍ଡ ସହତ ସମାନ ପଏଣ୍ଟ ପାଇଛି । କିନ୍ତୁ ଗୋଲରେ ଭାରତ ପଛୁଆ ରହିଥିବା ଜଣାପଡିଛି । ତେବେ ଭାରତ ଏବଂ ୱେଲ୍ସ ମ୍ୟାଚ୍ ପୂର୍ବରୁ ଇଂଲଣ୍ଡ ଏବଂ ସ୍ପେନ ମଧ୍ୟରେ ଆଜି ମୁକାବିଲା ରହିଛି । ତେବେ ଇଂଲଣ୍ଡ ଆଜି ଯଦି ସ୍ପେନକୁ ହରାଏ ତେବେ ଯେତିକି ବ୍ୟବଧାନରେ ତାକୁ ହରାଇବ ତା ଠାରୁ ୪ ଗୋଲ ଅଧିକରେ ଜିତିଲେ ସିଧାସଳଖ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବ ଭାରତ । ହେଲେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ସ୍ପେନ ଜିତିଲେ ଏବଂ ୱେଲ୍ସ ବିପକ୍ଷରେ ଭରତ ବିଜୟୀ ହେଲେ ପିନର ଶିର୍ଷ ସ୍ଥାନ ଦଖଲ କରିବ ।

Get real time updates directly on you device, subscribe now.