fbpx

ନାବାଳିକାଙ୍କ ହାତ ଧରିବା ଓ ପ୍ରେମ ନିବେଦନ କରିବା ଯୌନ ଉତ୍ପୀଡ଼ନ ନୂହେଁ: ପୋକ୍ସୋ କୋର୍ଟ

ମୁମ୍ବାଇ: ନାବାଳିକାର ହାତ ଧରି ପ୍ରେମ ନିବେଦନ କରିବା ଯୌନ ଉତ୍ପୀଡ଼ନ ନୂହେଁ । ରାଜଧାନୀ ଦିଲ୍ଲୀରେ ଏକ ମାମଲାର ଶୁଣାଣି କରିବା ସମୟରେ ପୋକ୍ସୋ କୋର୍ଟ ଏପରି ଏକ ବୟାନ ଦେଇଛନ୍ତି । ତେବେ ଏହି ମାମଲାରେ କୋର୍ଟ ଜଣେ ୨୮ ବର୍ଷର ବ୍ୟକ୍ତିଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ୨୦୧୭ ମସିହାରେ, ଏହି ବ୍ୟକ୍ତି ଜଣେ ନାବାଳିକାଙ୍କୁ ପ୍ରେମ ନିବେଦନ କରିଥିଲେ ।

ଏନେଇ କୋର୍ଟ କହିଛନ୍ତି ଯେ, ଏମିତି କିଛି ପ୍ରମାଣ ନାହିଁ, ଯାହା ଦ୍ୱାରା ଏହା ପ୍ରମାଣ ହୋଇପାରିବ ଯେ, ନାବାଳିକାଙ୍କ ସହିତ ଯୌନ ଉତ୍ପୀଡ଼ନ ହୋଇଛି । ତେଣୁ ଅଭିଯୁକ୍ତକୁ ଛାଡ଼ି ଦିଆଯାଇଥିଲା । ପ୍ରୋଟେକ୍ସନ୍ ଅଫ୍ ଚିଲଡ୍ରେନ୍ ଫ୍ରମ୍ ସେକ୍ସୁଆଲ୍ ଅଫେନ୍ସ ଆକ୍ଟ କୁ ପୋକ୍ସୋ ଆକ୍ଟ କୁହାଯାଏ । ଏହି ଆକ୍ଟ ଆଧାରରେ ୧୮ ବର୍ଷରୁ କମ୍ ବୟସର ପିଲାମାନଙ୍କ ଉପରେ ହେଉଥିବା ବିଭିନ୍ନ ପ୍ରକାର ନିର୍ଯ୍ୟାତନା ଜନିତ ଅପରାଧର ଶୁଣାଣି କରାଯାଏ । ୨୦୨୧ରେ ତିଆରି ହୋଇଥିବା ଏହି ଆଇନ୍ ଅଧୀନରେ ବିଭିନ୍ନ ପ୍ରକାର ଅପରାଧ ପାଇଁ ଦଣ୍ଡ ଦିଆଯାଇଥାଏ । ତେବେ ୨୦୧୮ ମସିହାରେ ସରକାର ଏହି ଆଇନ୍ ରେ ଅନେକ ଗୁଡ଼ିଏ ପରିବର୍ତ୍ତନ ଆଣିଥିଲେ ।

Get real time updates directly on you device, subscribe now.