fbpx

ବନ୍ଧୁ ପାଇଁ ଦିନ ଟିଏ, ଜୀବନରେ ଭଲ ସାଙ୍ଗଟିଏ ଅଛି ତ ସବୁ ଅଛି

ଓଡ଼ିଶା ଭାସ୍କର ବ୍ୟୁରୋ: କୁହାଯାଏ ସାଙ୍ଗ ବିନା ଜୀବନ ଅଧୁରା । କାରଣ ସାଙ୍ଗ ବା ବନ୍ଧୁ ହେଉଛି ଏକ ଏପରି ମଣିଷ ଯାହା ସହ ଆମ ଜୀବନର ସବୁ ଦୁଃଖ ସୁଖ ବାଣ୍ଟି ଥାଉ । ଖାଲି ସେତିକି ନୂହେଁ ଯାହା ବାପା ମାଆ, ଭାଇ ଭଉଣୀଙ୍କୁ ମୁହଁ ଖୋଲି କହିପାରୁନା ତାହା ଆମେ ସାଙ୍ଗ ପାଖରେ କହିଥାଉ । ଜୀବନରେ ପ୍ରତିଟି ମୁହୂର୍ତ୍ତରେ ଅନେକ ସାଙ୍ଗ କରି ଚାଲୁ । କିନ୍ତୁ ସେମାନଙ୍କ ମଧ୍ୟରେ ଜଣେ ଆମ ହୃଦୟର ଖୁବ୍ ପାଖରେ ଥାଏ । ଯାହାକୁ କେବେ ଭୁଲି ହୁଏନି । ଛୋଟରୁ ବଡ଼ ହେବା ପର୍ଯ୍ୟନ୍ତ ଜୀବନରେ କେହି ନା କେହି ମିଳିଯାଆନ୍ତି ଯିଏଟି ସବୁବେଳେ ଆମ କଥା ଚିନ୍ତା କରନ୍ତି ଏବଂ ସବୁ ସମୟରେ ଆସି କାନ୍ଧରେ କାନ୍ଧ ମିଶାଇ ଠିଆ ହୁଅନ୍ତି । ଏମିତି ବନ୍ଧୁ ଖୁବ୍ ସ୍ପେଶାଲ୍ ହୋଇଥାନ୍ତି ।

ତେବେ ଆଜି ହେଉଛି ସେହି ସ୍ନେହର ବନ୍ଧୁ ପାଇଁ ସ୍ୱତନ୍ତ୍ର ଦିନଟିଏ । ପ୍ରତିବର୍ଷ ଅଗଷ୍ଟ ୧ ତାରିଖକୁ ବନ୍ଧୁତ୍ୱ ଦିବସ ଭାବେ ଆମ ଦେଶରେ ସେଲିବ୍ରେଟ୍ କରାଯାଏ । କାରଣ ଏହି ସାଙ୍ଗ ମାନେ ଖୁବ୍ ଖାସ୍ ହୋଇଥାନ୍ତି । ଦୁଃଖ, ସୁଖ, ରାଗ ଅଭିମାନ ସବୁକିଛି ଥାଏ ଏହି ସମ୍ପର୍କରେ । ସତରେ ଏହା ହେଉଛି ଭଗବାନଙ୍କର ଏକ ବିଚିତ୍ର ସୃଷ୍ଟି । ଦୁଃଖ ଦେଇଛନ୍ତି ଏବଂ ସେଥିରୁ ଲାଘବ ପରେ ଖୁସି ବି ଦେଇଛନ୍ତି । ଆଉ ଶେଷରେ ସେସବୁକୁ ବାଣ୍ଟିବାକୁ ଗୋଟିଏ ସାଙ୍ଗ ବି ଦେଇଛନ୍ତି ।

Get real time updates directly on you device, subscribe now.