fbpx

ପୁଣି ବଢ଼ିଲା ଏଲପିଜି ଗ୍ୟାସ୍ ସିଲିଣ୍ଡର ଦାମ୍, ୭୩ ଟଙ୍କା ହେଲା ମହଙ୍ଗା

ନୂଆଦିଲ୍ଲୀ: ଅଗଷ୍ଟ ମାସ ପହିଲାରୁ ସାଧାରଣ ଜନତାଙ୍କୁ ଝଟକା ଲାଗିଛି । ସରକାରୀ ତୈଳ କମ୍ପାନୀମାନେ ଆଜି ଏଲପିଜି ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ବୃଦ୍ଧି କରିଥିବା ଜଣାପଡ଼ିଛି । ଦେଶର ସର୍ବବୃହତ୍ ତୈଳ କମ୍ପାନୀ ଇଣ୍ଡିଆନ ଅଏଲ୍ କର୍ପୋରେସନ (ଆଇଓସି) ୧୯ କେଜି ବିଶିଷ୍ଟ କମର୍ସିଆଲ ସିଲିଣ୍ଡର ୭୩.୫ ଟଙ୍କା ବୃଦ୍ଧି କରିଛି । ଫଳରେ ରାଜଧାନୀ ନୂଆଦିଲ୍ଲୀରେ ସିଲିଣ୍ଡର ମୂଲ୍ୟ ୧୫୦୦ରୁ ବୃଦ୍ଧି ପାଇ ୧୬୨୩ରେ ପହଞ୍ଚିଥିବା ଜଣାପଡ଼ିଛି ।

ବର୍ତ୍ତମାନ ତୈଳ କମ୍ପାନୀମାନେ ସାଧାରଣ ଜନତା ରୋଷେଇ ନିମନ୍ତେ ବ୍ୟବହାର କରୁଥିବା ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ କରିନାହାନ୍ତି । ଦିଲ୍ଲୀରେ ୧୪.୨ କେଜି ବିଶିଷ୍ଟ ସବସିଡିଯୁକ୍ତ ଗ୍ୟାସ୍ ସିଲିଣ୍ଡର ୮୩୪.୫ ଟଙ୍କା ରହିଛି । ଗତ ଜୁଲାଇ ମାସରେ ରୋଷେଇ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୨୫.୫ ଟଙ୍କା ବୃଦ୍ଧି କରାଯାଇଥିଲା । ସେହିପରି କୋଲକାତାରେ ସିଲିଣ୍ଡର ପିଛା ୮୬୧ ଟଙ୍କା, ମୁମ୍ବାଇରେ ୮୩୪.୫ ଟଙ୍କା ଓ ଚେନ୍ନାଇରେ ୮୫୦.୫ ଟଙ୍କା ରହିଛି । ୧୯ କେଜି ବିଶିଷ୍ଟ କମର୍ସିଆଲ ଗ୍ୟାସ ସିଲିଣ୍ଡରର ମୂଲ୍ୟ କୋଲକତାରେ ୭୨.୫ ଟଙ୍କା ବୃଦ୍ଧି ପାଇ ୧୬୨୯ ଟଙ୍କା, ମୁମ୍ବାଇରେ ୭୨.୫ ଟଙ୍କା ବୃଦ୍ଧିପାଇ ୧୫୭୯.୫ ଟଙ୍କା ଓ ଚେନ୍ନାଇରେ ୭୩.୫ ଟଙ୍କା ବୃଦ୍ଧିପାଇ ୧୭୬୧ ଟଙ୍କା ରହିଛି । ଆପଣମାନେ ରୋଷେଇ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ଜାଣିବା ପାଇଁ ସରକାରୀ ତୈଳ କମ୍ପାନୀ ୱେବସାଇଟକୁ ଯାଇ ଚେକ୍ କରିପାରିବେ । ଏହି ୱେବସାଇଟରେ ପ୍ରତ୍ୟେକ ମାସରେ ମୂଲ୍ୟସୂଚୀ ଜାରି କରାଯାଇଥାଏ । https://iocl.com/Products/IndaneGas.aspx ଲିଙ୍କକୁ ଯାଇ ଆପଣ ନିଜର ସହରରେ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ଚେକ୍ କରିପାରିବେ ।

Get real time updates directly on you device, subscribe now.