fbpx
BJD
BJD SKY
BJD SKY

ରିଫାଇନ ତେଲରେ ପ୍ରସ୍ତୁତ ଖାଦ୍ୟକୁ ଏହି ରୋଗୀମାନେ ଖାଆନ୍ତୁନି, ବିଗିଡିପାରେ ସ୍ୱାସ୍ଥ୍ୟ, ରିସର୍ଚ୍ଚରୁ ଖୁଲାସା

ନୂଆଦିଲ୍ଲୀ: ହୋଲି ଉତ୍ସବରେ ଘରେ ଅନେକ ପ୍ରକାରର ଖାଦ୍ୟ ପସ୍ତୁତ ହୋଇଥାଏ । ହେଲେ ଏହି ଖୁସିର ଉତ୍ସବରେ ଆପଣଙ୍କୁ କିଛି ଜିନିଷ ଉପରେ ଧ୍ୟାନ ଦେବାକୁ ପଡିବ । ତେବେ ଏପରି କିଛି ରୋଗ ଅଛି ଯାହାକି ରିଫାଇନ ତେଲରେ ପ୍ରସ୍ତୁତ ଖାଦ୍ୟ ଖାଇଲେ ସ୍ୱାସ୍ଥ୍ୟ ଅଧିକ ମାତ୍ରାରେ ବିଗିଡି ଯାଏ । ଆଜି ଆମେ ସେହି ରୋଗ ବିଷୟରେ ଆଲୋଚନା କରିବା ।

ଅନେକ ରିସର୍ଚ୍ଚରେ ଖୁଲାସା ହୋଇଛି ଯେ, ଅଧିକ ରିଫାଇନ ଅଏଲ ବ୍ୟବହାରରେ ହାର୍ଟ ଆଟାକ, ବ୍ଲଡ ପ୍ରେସର, କୋଲେକଷ୍ଟ୍ରଲ, ରକ୍ତ ହୀନତା, ଶୀରା ଫୁଲିଯିବା ଇତ୍ୟାଦି ରୋଗର ଭୟ ଥାଏ । ଏହି ବ୍ୟତୀତ ହାର୍ଟ ରୋଗ, ଟାଇପ-୨ ଡାଇବେଟିସର ମଧ୍ୟ ବିପଦ ରହିଥାଏ । ଟ୍ରାନ୍ସ ଫ୍ୟାକ୍ଟ କ୍ୟାନ୍ସର, ଇମ୍ୟୁନ ସିଷ୍ଟମର ସମସ୍ୟା ବଢିଥାଏ ।

ଇଣ୍ଟର ସାଇନ୍ସ ରିସର୍ଚ୍ଚ ନେଟୱର୍କ ମୁତାବକ ରିଫାଇଣ୍ଡ ଅଏଲ କେମିକାଲ ବେସଡ ତେଲ ଅଟେ । ଯାହା ମଣିଷକୃତ ଅଟେ । ଏଥିରେ ହାନିକାରକ ପେଟ୍ରୋକେମିକାଲ୍ସ ଥାଏ । ଏହି କାରଣରୁ ଯେବେ ଆପଣ ଏହାକୁ ଅଧିକ ଗରମ କରିବେ ସେତେବେଳେ ଏଥିରୁ ଟକ୍ସିନ୍ସ ନିର୍ଗତ ହୋଇଥାଏ । ଯାହା ସ୍ୱାସ୍ଥ୍ୟ ପାଇଁ ଅଧିକ କ୍ଷତିକାରକ ପ୍ରମାଣିତ ହୋଇଥାଏ । ଯେଉଁ ରିଫାଇନ ହେଲେ ମଧ୍ୟ ତାହା ଅନସେଚୁରେଟେଡ ହୋଇଥାଏ । ଏହାକୁ ଅଧିକ ଗରମ କରିବା ଦ୍ୱାରା ଏଥିରୁ ଫ୍ରି ରେଡିକାଲ୍ସ ନିର୍ଗତ ହୋଇଥାଏ ।

ରିଫାଇନ ତେଲ ବଦଳରେ ଏହି ରୋଗୀମାନେ ଜୈତୁନ, ଆଭାକାଡୋ, ରାଶି ତେଲ, କୁସୁମ ତେଲ ବ୍ୟବହାର କରିପାରିବେ । ଆପଣ ସୋରିଷ ତେଲ ମଧ୍ୟ ବ୍ୟବହାର କରିପାରିବେ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଥାଏ । ଯାହା ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ।

Get real time updates directly on you device, subscribe now.