fbpx

ପ୍ୟାରିସ୍ ଅଲିମ୍ପିକ୍ସରେ ପରଫର୍ମ କରିବେ ଏହ ହଲିଉଡ ସିଙ୍ଗର, ଗୋଟିଏ ଗୀତ ପାଇଁ ଚାର୍ଜ କରିଛନ୍ତି ଏତିକି ଟଙ୍କା

ଓଡ଼ିଶା ଭାସ୍କର: ଜୁଲାଇ ୨୬ରେ ଆୟୋଜିତ ହେବ ପ୍ୟାରିସ୍ ଅଲିମ୍ପିକ୍ସ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହି ମେଗା ଇଭେଣ୍ଟର ଉଦ୍ଘାଟନୀ ସମାରୋହରେ ହଲିଉଡ୍ ସିଙ୍ଗର ସେଲିନ୍ ଡିଅନ୍(Celin Dion) ପଫର୍ମ କରିବେ । ଏହି ସମାରୋହରେ ଗୋଟିଏ ଗୀତ ଗାଇବା ପାଇଁ ସେ ମୋଟା ଅଙ୍କର ଫିସ୍ ନେଉଛନ୍ତି ।

ହଲିଉଡ଼ର ଫେମସ୍ ଫିଲ୍ମ ‘ଟାଇଟାନିକ୍’ର ଗୀତ ‘ମାୟ ହାର୍ଟ ୱିଲ୍ ଗୋ ଅନ୍’ ଗୀତ ଗାଇଥିଲେ ସେଲିନ୍ ଡିଅନ୍ । ୨୦୨୨ ମସିହାରେ ତାଙ୍କୁ ଷ୍ଟିଫ୍ ପର୍ସନାଲିଟି ସିଣ୍ଡ୍ରୋମ ହୋଇଥିବା ସେ ଖୁଲାସା କରିଥିଲେ । ଏହା ଏକ ବିରଳ ନୁ୍ୟରୋଲୋଜିକାଲ ଡିସଅର୍ଡ଼ର ଅଟେ । ଏହା ପରେ ସେ କେବେ ପବ୍ଲିକ୍ ପରଫର୍ମାନ୍ସ କରିନାହାଁନ୍ତି । ତେବେ ପ୍ୟାରିସ ଅଲିମ୍ପିକ୍ସରେ ସେ କମବ୍ୟାକ୍ କରିବା ନେଇ ପ୍ରସ୍ତୁତ ଅଛନ୍ତି । ରିପୋର୍ଟରୁ ପ୍ରକାଶା ଯେ ସେଲିନ୍ ଗୋଟିଏ ଗୀତ ପାଇଁ ୨ ମିଲିୟନ ଡଲାର ଅର୍ଥାତ ୧୬ କୋଟି ଟଙ୍କା ଚାର୍ଜ କରିଛନ୍ତି । ସେ ପ୍ୟାରିସ ପହଂଚି ନିଜ ଫ୍ୟାନ୍ସଙ୍କୁ ଭେଟିଛନ୍ତି । ଏହା ସହ ନିଜ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଯତ୍ନବାନ ଅଛନ୍ତି । ତେବେ ସେ ପରଫର୍ମ କରିବା ସମୟରେ ତାଙ୍କ ଡାକ୍ତରୀ ଟିମ୍ ସାଇଟରେ ରହିବେ । ସେଲିନ୍ ଡିଅନ୍ ହଲିଉଡର ଜଣେ ଟପ୍ ସିଙ୍ଗର ମଧ୍ୟରୁ ଜଣେ । ୫୬ ବର୍ଷୀୟ ସେଲିନଙ୍କୁ ପୁଣି ଥରେ ଷ୍ଟେଜରେ ଦେଖିବା ପାଇଁ ପ୍ୟାନ୍ସମାନେ ବେଶ ଉତ୍ସାହିତ ଅଛନ୍ତି ।

 

Get real time updates directly on you device, subscribe now.