fbpx

ପବିତ୍ର ସୁନିଆ ଉତ୍ସବ, ଗଜପତି ମହାରାଜାଙ୍କ ୬୬ ଅଙ୍କ ଆରମ୍ଭ

ପୁରୀ : ଆଜିଠାରୁ ଆରମ୍ଭ ହେବ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ୧୪୩୧ ସାଲ । ଏଥି ପାଇଁ ଆଜି ସନ୍ଧ୍ୟାରେ ପାଳିତ ହେବ ସୁନିଆଁ ଉତ୍ସବ । ଏହି ଉତ୍ସବରେ ପାଞ୍ଜି ଓ ଜାତକ ଗଣନା ହେବ । ଏହା ପରେ ଶ୍ରୀନହର ପ୍ରାଙ୍ଗଣରେ ଥିବା କନକ ଦୁର୍ଗାଙ୍କ ମନ୍ଦିରରେ ବିଶେଷ ପୂଜା କରାଯିବ । ଦେବାଚର୍ଚ୍ଚନା ଓ ମଙ୍ଗଳା ପର୍ବ ପରେ ଶ୍ରୀନହରରରେ ସୁନିଆଁର ବି ବିଶେଷ ପର୍ବ ଆରମ୍ଭ ହେବ । ଏହି ପୂଜା ଗଜପତି ମାହାରାଜ କରିବେ । ଏହି ପୂଜାକୁ ଦେବାର୍ଚ୍ଚନା କୁହାଯାଏ ।

ଗଜପତିଙ୍କ ଉପସ୍ଥିତିରେ ଶ୍ରୀନହରରେ ଅଙ୍କ କଟା ନିତୀ ସମ୍ପାଦନ କରାଯିବ ଏହା ପରେ ଶ୍ରୀନହର ପକ୍ଷରୁ ନୂତନ ଅଙ୍କ ପାଇଁ ଏକ ସ୍ୱର୍ଣ୍ଣ ମୁଦ୍ରା ପ୍ରଚଳନ କରାଯିବ । ରାଜଗୁରୁଙ୍କ ଉପସ୍ଥିତିରେ ବରାହ ନୃସିଂହ, ଲକ୍ଷ୍ମୀ ନୃସିଂହ ଆଦି ଦେବା ଦେବୀଙ୍କ ଚିହ୍ନ ଥିବା ମୁଦ୍ରାକୁ ନହର କରଣ ପ୍ରଚଳନ କରାଇବା ସହ ଗଜପତି ମହାରାଜ ଏହାକୁ ଘୋଷଣା କରିବେ । ଏହି ଅବସରରେ ଗଜପତିଙ୍କର ଅଭିଶେକ କରାଯିବାର ଆୟୋଜନ କରାଯାଇଛି । ଏଥି ପାଇଁ ଶ୍ରୀମନ୍ଦୀରରେ ସ୍ୱତନ୍ତ୍ର ନିତି କାନ୍ତି ଅନୁଷ୍ଠିତ ହେବ । ଉକ୍ରଳୀୟ ସଂସ୍କୃତି ଓ ସାମାଜିକ ଜୀବନର ଗଜପତିଙ୍କ ନାମରେ ଆରମ୍ଭ ହୁଏ ନବବର୍ଷ ।

ଭାଦ୍ରବ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିରେ ସୁନିଆ ଦିନ ଆରମ୍ଭ ହୋଇଥାଏ । ତେଣୁ ସୁନିଆକୁ ଉକ୍ରଳୀୟ ଗଜପତିଙ୍କ ନବ ବର୍ଷ ବୋଲି କୁହାଯାଏ । ଓଡିଆଙ୍କ ପାଇଁ ଓ ଜାତକରେ ବର୍ଷ, ମାସ, ତାରିଖ, ତିଥି ଓ ନକ୍ଷେତ୍ର ଉଲ୍ଲେଖ ହୁଏ । ସୁନିଆ ଦିନ ଠାରୁ ଗଜପତି ମହାରାଜଙ୍କ ଗାଦିସୀନ ବର୍ଷ ଗଣନା ଆରମ୍ଭ ହୋଇଥାଏ । ଏହି ଦିନ ଷୋଳଶାସନରୁ ବ୍ରାହ୍ମଣମାନେ ଶ୍ରୀନଅରକୁ ଆସି ଗୋଟିଏ ଲେଖାଏଁ ନଡିଆ ଗଜପତିଙ୍କୁ ଭେଟିଦେଇ ମହାରାଜଙ୍କୁ ଆର୍ଶିବାଦ କରିଥାନ୍ତି । ଏହା ପରେ କରଣ ସାମନ୍ତମାନେ ମଧ୍ୟ ଜଗପତି ମହାରାଜଙ୍କୁ ଭେଟି ଦେଇଥାନ୍ତି । ସମସ୍ତେ ଶୀନଅରରେ ମହାପ୍ରସାଦ ସେବନ କରିଥାନ୍ତି । ଏହି ଦିନ ଗଜପତି ମହାରାଜ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି କନକ ଭେଟି ଅର୍ପଣ କରିଥାନ୍ତି । ଏହା ଛଡା ଶ୍ରୀମନ୍ଦିରରେ ମଧ୍ୟ ମହାପ୍ରଭୁଙ୍କର ବାମନ ଜନ୍ମ ନୀତି ଅନୁଷ୍ଠିତ ହୋଇଥାଏ ।

Get real time updates directly on you device, subscribe now.