ଘୁଞ୍ଚିଲା ଗୃହରକ୍ଷୀ ନିଯୁକ୍ତି ଶାରୀରିକ ପରୀକ୍ଷା, ଆବେଦନକାରୀଙ୍କ ଯାତାୟାତ ଜନିତ ଅସୁବିଧା ପାଇଁ ନିଷ୍ପତ୍ତି
ଗୃହରକ୍ଷୀ ନିଯୁକ୍ତି ଶାରୀରିକ ପରୀକ୍ଷା ସ୍ଥଗିତ
ଭୁବନେଶ୍ୱର: ହେବାକୁ ଥିବା ଗୃହରକ୍ଷୀ ନିଯୁକ୍ତି ଶାରୀରିକ ପରୀକ୍ଷା ସ୍ଥଗିତ। ୨ ଦିନ ଘୁଞ୍ଚିଲା ଭୁବନେଶ୍ୱରର ସହରାଞ୍ଚଳର ଗୃହରକ୍ଷୀ ନିଯୁକ୍ତି ପାଇଁ ଶାରୀରିକ ପରୀକ୍ଷା। ଆଜି ଭୁବନେଶ୍ୱର ସ୍ଥିତ ଓଏସଏପି ସପ୍ତମ ବାଟାଲିଅନଠାରେ ହେବାର ଥିଲା ଏହି ପରୀକ୍ଷା।
ଆସନ୍ତା ୨ ଦିନ ପାଇଁ ଏହାକୁ ସ୍ଥଗିତ ରଖାଯାଇଥିବାର ସୂଚନା ଦେଲେ କମିଶନରେଟ୍ ପୋଲିସ। ୩ୟ ପର୍ଯ୍ୟାୟ ତଥା ଲିଖିତ ପରୀକ୍ଷାରେ କୃତୀ ଆବେଦନକାରୀଙ୍କ ପାଇଁ ସୂଚନା ଦିଆଯାଇଛି।
ଜୁଲାଇ ୧୮ରେ ସମାନ ସ୍ଥାନ ଓ ସମୟରେ ଶାରୀରିକ ପରୀକ୍ଷା ହେବ। ଆବେଦନକାରୀଙ୍କ ଯାତାୟାତ ଜନିତ ଅସୁବିଧାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।
ଫକୀର ମୋହନ କଲେଜର ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ବିରୋଧୀ ଦଳ ଆଜି ରାଜଧାନୀରେ ପ୍ରଦର୍ଶନ ଜାରି ରଖିବ। ବିଜେଡି ଆଜି ଘେରାଉ କରିବ ଲୋକସେବା ଭବନ।
ଏଥିପାଇଁ ସବୁ କର୍ମଚାରୀଙ୍କ ସାଢେ ୯ଟା ସୁଦ୍ଧା ଅଫିସ୍ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ଲୋକସେବା ଭବନ ଓ ଆଖପାଖ ଅଫିସରେ ସୁରକ୍ଷା ବ୍ୟବସ୍ଥା ରହିଛି।
ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟିହେବା ନେଇ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି। ଏଥିପାଇଁ ଗୃହରକ୍ଷୀ ନିଯୁକ୍ତି ଶାରିରୀକ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି।