fbpx

ମହିଳାଙ୍କ ପାଇଁ ହୋମ୍ ଲୋନ୍ ନେବା ହୋଇଥାଏ ଶସ୍ତା ଏବଂ ସହଜ, ଜାଣନ୍ତୁ କେମିତି….

ନୂଆଦିଲ୍ଳୀ: ପ୍ରତ୍ୟେକ ବ୍ୟକ୍ତି ନିଜର ଏକ ଘର ପାଇଁ ସ୍ୱପ୍ନ ଦେଖିଥାଏ । ଖାସ୍ କରି ମହିଳାମାନେ ନିଜ ସ୍ୱପ୍ନର ଘରକୁ ନେଇ ବେଶ୍ ଆଶାୟୀଥାନ୍ତି । ମହିଳାମାନେ ଘର କିଣି ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ହୋମ ଲୋନ୍ ପାଇଁ ଆବେଦନ କରୁଛନ୍ତି ଯାହା ପୁରୁଷଙ୍କ ତୁଳନାରେ ସେମାନଙ୍କୁ ଅଧିକ ସହଜରେ ମଳିଥାଏ ।

କ୍ରିଫ୍ ହାଇମାର୍କର ଏକ ରିପୋର୍ଟ ଅନୂଯାୟୀ ମହିଳାଙ୍କୁ ଋଣ ଡିଫଲ୍ଟ ରେଟ୍ ୦.୬୩ ପ୍ରତିଶତ ରହିଛି, ଯାହା ପୁରୁଷ ଋଣଧାରୀଙ୍କ ତୁଳନାରେ ୧୫ ଅଙ୍କ କମ୍ । କହିବାକୁ ଗଲେ ବ୍ୟାଙ୍କ ମହିଳା ଋଣଧାରୀଙ୍କୁ ଅଧିକ ବିଶ୍ୱାସ କରିଥାଏ । ଋଣ ଦେଉଥିବା ସଂସ୍ଥାଙ୍କ ଦ୍ୱାରା ମହିଳାଙ୍କୁ ହୋମ ଲୋନ ନେବା ପାଇଁ ପ୍ରୋତ୍ସାହିତ କରିବା ପାଇଁ ଆକର୍ଷଣୀୟ ପ୍ୟାଜେଜ୍, କମ୍ ପ୍ରୋସେସିଂ ଫି ତଥା ଅନ୍ୟାନ୍ୟ ଛାଡ଼ ମଧ୍ୟ ଦିଆଯାଇଥାଏ । ଇଜି ଲୋନ୍ ର ଫାଉଣ୍ଟର  ଏବଂ ସିଇଓ ପ୍ରମୋଦ କଠୁରିଆ କହିଛନ୍ତି ଯେ ଜଣେ ମହିଳାଙ୍କୁ ଲୋନ୍ ସହ ଅନ୍ୟାନ୍ୟ ସୁବିଧା ଦିଆଯାଇଥାଏ ।

ସରକାରଙ୍କ ସମସ୍ତଙ୍କ ପାଇଁ ଆବାସ ଯୋଜନା ଯୋଗୁଁ ସୁଲଭ ହୋମ ଲୋନ୍ ଆବେଦନ କରୁଥିବା ମହିଳାଙ୍କୁ ମିଳୁଥିବା ଫାଇଦାରେ ବୃଦ୍ଧି ହୋଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆରମ୍ଭ ସହ ହୋମ୍ ଲୋନ୍ ପାଇଁ ଆବେଦନ କରୁଥିବା ମହିଳାଙ୍କ ସଂଖ୍ୟା ୬% ବଢ଼ିଛି । ଏହି ଯୋଜନାର ଲାଭ ଉଠାଇବା ପାଇଁ ମହିଳାଙ୍କୁ କୌଣସି ସମ୍ପତ୍ତିର ସହ-ମାଲିକ ହୋଇଥିବା ଦରକାର ଏବଂ ତାଙ୍କୁ  ୨.୬୭ ଲକ୍ଷ ଟଙ୍କା ର ସୁଧର ସବସିଡି ମଧ୍ୟ ମଳିଥାଏ । ଲୋନରେ ମହିଳାଙ୍କୁ ସାମିଲ କରିବା ଦ୍ୱାରା ପ୍ରକ୍ରିୟା ଅଧିକ ସହଜ ଏବଂ ଜଲଦୀ ପୂରା ହୋଇଥାଏ ।

ସରକାର ବିଲ୍ଡରଙ୍କ ଦ୍ୱାରା କରାଯାଉଥିବା ପ୍ରତ୍ୟେକ ସମ୍ପତ୍ତିର ନେଣଦେଣ ଉପରେ ଲାଗୁଥିବା ଷ୍ଟାମ୍ପ ଡ୍ୟୁଟି ଲଗାଇଥାନ୍ତି । ଆଉ ମହିଳାଙ୍କୁ ଷ୍ଟାମ୍ପ ଡ୍ୟୁଟି ଶୁଳ୍କରେ ୧-୨% ଛାଡ଼ ମିଳିଥାଏ, ଯେଉଁଥିପାଇଁ ଲୋନ ଶସ୍ତା ହୋଇଯାଏ ।

ଟ୍ୟାକ୍ସରେ ମଧ୍ୟ ଅଧିକ ଛାଡ଼: ମହିଳାଙ୍କୁ ହୋମ ଲୋନର ପରିଶୋଧରେ ଅଧିକ ଆୟକର ଲାଭ ପ୍ରାପ୍ତ ହୋଇଥାଏ । ମହିଳାଙ୍କୁ ଆୟକର ଧାରା ୮୦ ସି ରେ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାଡ଼ ସହ ସୁଧ ଉପରେ ମଧ୍ୟ  ୨ ଲକ୍ଷ ପର୍ଯ୍ୟନ୍ତ ଛାଡ଼ ମିଳିଥାଏ । ଏହି ଲାଭ ହୋମ ଲୋନ ନେଉଥିବା ବ୍ୟକ୍ତିଙ୍କୁ ମିଳିଥାଏ, କିନ୍ତୁ ମହିଳାଙ୍କ କ୍ଷେତ୍ରରେ ଅଧିକ ଲାଭଜନକ କାରଣ ସେମାନଙ୍କୁ ଆୟକର ନିୟମ ଅନୂଯାୟୀ ପୂର୍ବରୁ ୩ ଲକ୍ଷ ଟଙ୍କାର ସିଧା ଟ୍ୟାକ୍ସ ଛାଡ଼ ଦିଆଯାଏ, ଯାହା ପୁରୁଷଙ୍କ ତୁଳନାରେ ୨.୫ ଲକ୍ଷ ଟଙ୍କା । ଅଧିକାଂଶ ବ୍ୟାଙ୍କ ମହିଳାଙ୍କୁ ଅଧିକ ଭରଷା କରିଥାଏ । ଏସବିଆଇ ମଧ୍ୟ ମହିଳାଙ୍କୁ ପରୁଷଙ୍କ ତୁଳନାରେ ୦.୦୫%-୦.୦୧% ପର୍ଯ୍ୟନ୍ତ କମ୍ ସୁଧରେ ହୋମ ଲୋନ ଦେଉଛି ।

ହୋମ ଲୋନ୍ ଲମ୍ବା ଅବଧି ମଧ୍ୟରେ ଋଣ ପରିଶୋଧ ହୋଇଥାଏ । ଯାହାର ଅବଧି ସର୍ବନିମ୍ନ ୨୫ ବର୍ଷ ହୋଇଥାଏ । କିନ୍ତୁ ମହିଳାଙ୍କ ପାଇଁ ଏହି ଅବଧି ୩୦ ବର୍ଷ ରହିଛି । ସେମାନଙ୍କ ବୟସ ୭୦ ବର୍ଷ ହେବା ପର୍ଯ୍ୟନ୍ତ ସେମାନେ ଲୋନ ପରିଶୋଧ କରିପାରିବେ । ଏହା ମହିଳାଙ୍କ ଉପରେ ମାସିକ ଇଏମଆଇ ବୋଝ କମ୍ କରିଥାଏ ।

Get real time updates directly on you device, subscribe now.