fbpx

ଅକ୍ଟୋବର ୩୧ ଯାଏଁ ବଢ଼ିଲା କୋଭିଡ୍ ଗାଇଡଲାଇନ୍

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପୂର୍ବ ତୁଳନାରେ ହ୍ରାସ ପାଇବାରେ ଲାଗିଛି । କିନ୍ତୁ ପାର୍ବଣକୁ ଦୃଷ୍ଟିରେ ରଖି ପୁଣି କୋଭିଡ଼ ଗାଇଡଲାଇନକୁ ଅକ୍ଟୋବର ୩୧ ଯାଏଁ ବଢ଼ାଇଛନ୍ତି କେନ୍ଦ୍ର ସରକାର । କରୋନା ସଂକ୍ରମଣ ହାର କମୁଥିଲେ ବି କେରଳ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ଭଳି ରାଜ୍ୟରେ ସ୍ଥିତି ନିୟନ୍ତ୍ରଣକୁ ଆସିନାହିଁ । ପାର୍ବଣ ସମୟରେ ବେପରୁଆ ହେଲେ ପୁଣି ସଂକ୍ରମଣ ମାଡିଯିବାର ସମ୍ଭାବନା ରହିଛି । ସେଥିପାଇଁ ଆଉ ମାସେ କୋଭିଡ ନିୟମ କଡ଼ାକଡ଼ି ପାଳନ କରିବା ପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖି ଅବଗତ କରିଛନ୍ତି କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା ।

ତେବେ ପାର୍ବଣ ବେଳେ ଢିଲାପଣ ରୋକି କଠୋର ହେବାକୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନିୟମ ନମାନିଲେ ପୁଣି କୋଭିଡ ସଂକ୍ରମଣ ବ୍ୟାପିଯିବ ବୋଲି ଚେତାଇଛନ୍ତି ଅଜୟ ଭାଲ୍ଲା । ନିୟମିତ ଢଙ୍ଗରେ ସଂକ୍ରମଣ ହାର ଓ ଆଇସିୟୁ ବେଡ୍ ଅକ୍ୟୁପାନସି ପରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ୫ ସୂତ୍ରୀ ମନ୍ତ୍ରୀ ଟେଷ୍ଟ, ଟ୍ରାକ୍, ଟ୍ରିଟ୍, ଟିକାକରଣ କୋଭିଡ ନିୟମ ପାଳନକୁ ଗୁରୁତ୍ୱ ଦିଆଯିବ ।

Get real time updates directly on you device, subscribe now.