fbpx

କେନ୍ଦ୍ର ସରକାର ଗଠନ କରିବେ ‘ସ୍ୱତନ୍ତ୍ର କମାଣ୍ଡୋ ୱିଙ୍ଗ’: ପ୍ରସ୍ତୁତ ହେଲା ନକ୍ସା, ସବୁ ରାଜ୍ୟକୁ ଚିଠି ଲେଖିଲା ଗୃହ ମନ୍ତ୍ରଣାଳୟ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ସ୍ମାର୍ଟଫୋନ, ଇଣ୍ଟରନେଟର ଯୁଗ ଯେତିକି ବଢ଼ୁଛି, ସେହି ଅନୁପାତରେ ସାଇବର ଠକଙ୍କର ରାଜୁତି ମଧ୍ୟ ବଢ଼ିବାରେ ଲାଗିଛି । ଗୋଟିଏ ସ୍ଥାନରେ ବସି ରହି ଠକମାନେ ସମାଜର ଶିକ୍ଷିତ, ମୁର୍ଖ ସମସ୍ତଙ୍କୁ ବୋକା ବନାଇ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିନେଉଛନ୍ତି । ଅଧିକାଂଶ କ୍ଷେତ୍ରରେ ପୋଲିସ ଏ କ୍ଷେତ୍ରରେ କିଛି କରିପାରୁନାହିଁ । ତେଣୁ ସାଇବର ଅପରାଧୀଙ୍କ ଉପରେ ଅଙ୍କୁଶ ଲଗାଇବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ସୂଚନା ମୁତାକ, ସାଇବର କ୍ରାଇମକୁ ହ୍ରାସ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ‘ସ୍ୱତନ୍ତ୍ର କମାଣ୍ଡୋ ୱିଙ୍ଗ’ ଗଠନ କରିବାକୁ ନିଷ୍ପତ୍ତି ନେଇଛି । ଏହି କ୍ରମରେ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟକୁ ଚିଠି ଲେଖାଯିବା ସହିତ ୧୦ ଜଣ ଲେଖାଏଁ ଉପଯୁକ୍ତ ସାଇବର କମାଣ୍ଡୋ ଚିହ୍ନଟ କରିବାକୁ କୁହାଯାଇଛି । ରାଜ୍ୟମାନେ ଚୟନ କରିବା ପରେ ସାଇବର କମାଣ୍ଡୋର ସମସ୍ତ ରାଙ୍କର ସେବାରତ କର୍ମୀଙ୍କୁ ସେମାନଙ୍କ ଯୋଗ୍ୟତା ଆଧାରରେ ଆଇଟି ସୁରକ୍ଷା ଓ ଡିଜିଟାଲ ଫରେନସିକ କ୍ଷେତ୍ରରେ ଟ୍ରେନିଂ ଦିଆଯିବ ।

ଏହି କମାଣ୍ଡୋ ୱିଙ୍ଗରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପୋଲିସ ବାହିନୀ, କେନ୍ଦ୍ରୀୟ ପୋଲିସ ବାହିନୀର ଯବାନମାନଙ୍କୁ ସାମିଲ କରାଯିବ । ସାଇବର ସୁରକ୍ଷା ଜନିତ ବିପଦର ମୁକାବିଲା ପାଇଁ ପୋଲିସ ସଙ୍ଗଠନର ଏକ ଅଙ୍ଗ ଭବେ ସାଇବର କମାଣ୍ଡୋ ୱିଙ୍ଗ ରହିବ । ଆଇଟି ସୁରକ୍ଷା ଡିଜିଟାଲ ଫରେନିକ କ୍ଷେତ୍ରର ବିଶେଷଜ୍ଞମାନେ ଏହାର କମାଣ୍ଡୋ ରହିବେ । ରାଜ୍ୟ ସରକାର, କେନ୍ଦ୍ର ଶାସିତ ଅଞ୍ଚଳ, କେନ୍ଦ୍ରୀୟ ପୋଲିସ ବାହିନୀ ୱିଙ୍ଗ ସଞ୍ଚାଳନ କରିବେ । ସାଇବର କମାଣ୍ଡୋ ୱିଙ୍ଗ ସ୍ଥାପନା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିଜି ଓ ଆଇଜି ସମ୍ମିଳନୀରେ ପରାମର୍ଶ ଦେଇଥିଲେ । ଏହାପରେ ଚଳିତ ବର୍ଷ ଆରମ୍ଭରୁ ଏହି ୱିଙ୍ଗ ପ୍ରତିଷ୍ଠା ପାଇଁ ଗୃହ ମନ୍ତ୍ରଣାଳୟ କାର୍ଯ୍ୟ ଆରମ୍ଭ କରିଦେଇଥିଲା ।

Get real time updates directly on you device, subscribe now.