ଗ୍ରୀଷ୍ମଦିନରେ ପାନରସର ଘରୋଇ ଉପଚାର: ଦୂର କରେ ଏସବୁ ସମସ୍ୟା…

ସାଧାରଣତଃ ଗ୍ରୀଷ୍ମଋତୁରେ ଶରୀରକୁ ଥଣ୍ଡା ରଖିବାକୁ ପ୍ରାୟ ସମସ୍ତେ ଚାହିଁଥାନ୍ତି । ତେଣୁ ଅନେକ ପ୍ରକାରର ପାନୀୟ ଶରୀର ପାଇଁ ବହୁ ଜରୁରୀ ହୋଇଥାଏ । ଏଥିମଧ୍ୟରୁ ଗରମଦିନରେ ପାନପତ୍ର ରସ ମଧ୍ୟ ବହୁ ଲାଭଦାୟକ । ପାନ କେବଳ ସ୍ୱାଦ କିମ୍ବା ପରମ୍ପରା ସହିତ ଜଡିତ ନୁହେଁ ବରଂ ଏହା ଅନେକ ଔଷଧୀୟ ଗୁଣରେ ଭରପୂର ହୋଇଛି । ଯଦି ଆପଣ ଗ୍ରୀଷ୍ମ ଋତୁରେ ପ୍ରତିଦିନ ପାନ ପାଣି ବା ପାନପତ୍ର ରସ ପିଅନ୍ତି, ତେବେ ଆପଣ ଅନେକ ସମସ୍ୟାରୁ ମୁକ୍ତି ପାଇପାରିବେ। ଆସନ୍ତୁ ଜାଣିବା ପାନ ପତ୍ର ପାଣି ପିଇବାର ଲାଭ…

ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି:

ପାନ ପତ୍ରରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଭରପୂର ମାତ୍ରାରେ ରହିଛି । ତେଣୁ ଏହାର ପାଣି ପିଇବା ଦ୍ୱାରା ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ମିଳିପାରିବ। ଏହା ସହିତ ଫୁଲା ମଧ୍ୟ କମିଥାଏ।

ସୁସ୍ଥ ରହିବ ପାଚନ ତନ୍ତ୍ର:

ପାନରେ ଥିବା ୟୁଜେନୋଲ୍ ଏବଂ କାର୍ଭାକ୍ରୋଲ୍ ଭଳି ଉପାଦାନ ପାଚନକୁ ଉନ୍ନତ କରିଥାଏ। ଏହା ଗ୍ୟାସ୍, ବଦହଜମୀ ଏବଂ ପେଟ ଫୁଲିବା ସମସ୍ୟାରୁ ଆରାମ ପ୍ରଦାନ କରେ।

ନିୟନ୍ତ୍ରଣରେ ରହେ ସୁଗାର ଲେବଲ :

କିଛି ଗବେଷଣାରୁ ଜଣାପଡିଛି ଯେ, ପାନପତ୍ର ରସ ସୁଗାର ଲେବଲକୁ ସନ୍ତୁଳିତ କରିବାରେ ସାହାଯ୍ୟ କରିପାରେ। ପାନପତ୍ର ରସ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ। ଏହାକୁ କିଡନୀ ଏବଂ ଯକୃତ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ।

ଗରମରୁ ମୁକ୍ତି:

ଏହା ଶରୀରକୁ ଭିତରୁ ଥଣ୍ଡା କରିଥାଏ,ସନଷ୍ଟ୍ରୋକ୍ ପରି ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ ।