fbpx

କରୋନା ଭାଇରସ୍: ସେବାୟତଙ୍କୁ ଦିଆଯିବ ହୋମିଓପାଥିକ ଔଷଧ

ପୁରୀ, ୮ା୬(ଓଡ଼ିଶା ଭାସ୍କର): କରୋନା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରତିଶେଧକ ବ୍ୟବସ୍ଥା ହୋଇଛି । ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ସେବାୟତ ଖାଇବେ ହୋମିଓପାଥିକ ଔଷଧ । ୯ରୁ ୧୩ ତାରିଖ ଯାଏ ନିଳାଦ୍ରୀ ଭକ୍ତ ନିବାସରେ ଔଷଧ ଦିଆଯିବ । ୨,୨୦୦ ସେବାୟତ ପରିବାରଙ୍କୁ ଏହି ଔଷଧ ବଣ୍ଟନ କରାଯିବ । ଏନେଇ ସମସ୍ତ ନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚିଠି ଲେଖାଯାଇଛି । ୯ତାରିଖରେ ଦଇତାପତି ନିଯୋଗକୁ ଔଷଧ ବଣ୍ଟନ କରାଯିବ । ସେହିପରି ୧୦ରେ ପ୍ରତିହାରୀ, ୧୧ରେ ସୁଆର ମହାସୁଆରଙ୍କୁ ଔଷଧ ଦିଆଯିବ । ୧୨ରେ ପୂଜାପଣ୍ଡା, ୧୩ରେ ଗରାବଡ଼ୁ ନିଯୋଗକୁ ଔଷଧ ଦିଆଯିବ । ପୁରୀ ହୋମିଓପାଥିକ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଏହି ଔଷଧ ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ।

Get real time updates directly on you device, subscribe now.