fbpx

ରାଶିଫଳ (ଶନିବାର ,୦୮ ମଇ ,୨୦୨୧)

ମେଷ: ଆପଣଙ୍କ ସାମାଜିକ ଜୀବନ ବହୁତ ଖୁସି ପୁର୍ଣ୍ଣ ରହିବ । ଆପଣ ବନ୍ଧୁମାନଙ୍କ ସହ ଖୁବ୍ ମଜ୍ଜା କରିବେ ଓ ତାହା ସହିତ ଆପଣଙ୍କ କାମରେ ମଧ୍ୟ ମିଳିତ ସଫଳତାର ମଜ୍ଜା ନେବେ ।

ବୃଷ: ମନ କୌଣସି ସାମାଜିକ କାର୍ଯ୍ୟରେ ସହଯୋଗ ପାଇଁ ହେବ । ନିଜର ମନର କଥା ଶୁଣନ୍ତୁ । ଶୁଭଫଳ ପ୍ରାପ୍ତି ହେବ । କାହାକୁ ସାହାଯ୍ୟ କଲେ ଆପଣ ଓ ସାହାଯ୍ୟ ପାଇଥିବା ଲୋକେ ବହୁତ ଖୁସି ହେବେ ।

ମିଥୁନ: ପରିଶେଷରେ ବିଚାରରେ ସ୍ପଷ୍ଟତା ଆସିବ ଏବଂ କିଛି ଗମ୍ଭୀର ସମସ୍ୟା ବିଷୟରେ ଆପଣ ସ୍ପଷ୍ଟରୂପେ ଚିନ୍ତା କରିପାରିବେ । ସବୁ ସମସ୍ୟାର ସମାଧାନ ପରିଷ୍କାର ରୂପେ ଦେଖାଯିବ ।

କର୍କଟ: ସାମାଜିକ ଗତି ବିଧି ଗୁଡ଼ିକ ପ୍ରତି ଆକର୍ଷିତ ରହିବେ । ବନ୍ଧୁମାନଙ୍କ ସହ ବାହାରକୁ ଯାଇ ବୁଲାବୁଲି କରିବେ ବା ରାତ୍ରିଭୋଜନ କରି ପାରନ୍ତି । ଏହା ଆପଣଙ୍କ ମଜ୍ଜା କରିବାର ସମୟ ଅଟେ ।

ସିଂହ: ନିଜ ରାଗଉପରେ ନିୟନ୍ତ୍ରଣ ରଖନ୍ତୁ । ଏମିତି କରିଲେ ଆପଣ ଶାନ୍ତିକୁ ବଜାୟ ରଖିବେ ଯାହାର ଆନନ୍ଦ ଏବେ ପର୍ଯ୍ୟନ୍ତ ନେଉଥିଲେ । ଆପଣଙ୍କୁ ଯେଉଁ କଥା ଆଜି ବଡ଼ ଲାଗୁଛି ସେହିକଥା କାଲି ଛୋଟ ଲାଗିବ ।

କନ୍ୟା: ଆପଣଙ୍କର ମୂଳମନ୍ତ୍ର ବିଶ୍ୱାସ, ଆପଣଙ୍କ ପ୍ରିୟଜନ ଯେଉଁମାନେ ଆପଣଙ୍କୁ ଭଲ ପାଆନ୍ତି, ସେମାନେ ଆପଣଙ୍କୁ ବିଶ୍ୱାସ କରିବାରେ କୁଣ୍ଠିତ ଅନୁଭବ କାହିଁକି କରୁଛନ୍ତି ସେ ନେଇ ଚିନ୍ତିତ ହେବେ ।

ତୁଳା: ଜୀବନପ୍ରତି ଆଜି ଆପଣଙ୍କ ଦୃଷ୍ଟିକୋଣ ସମ୍ପୂର୍ଣ ରୂପେ ବଦଳିଯାଇପାରେ । ବ୍ୟବହାରିକ ଏବଂ ତର୍କସଙ୍ଗତ ତଥ୍ୟପ୍ରତି ନିଜର ଆତ୍ମଜ୍ଞାନ ଅନୁଭବ କରିବେ ।

ବିଛା: ଆପଣଙ୍କ ଦୃଢ଼ତା ଏବଂ ଧୌର୍ଯ୍ୟ ଆପଣଙ୍କ ପାଖରେ ଥିବା ଲୋକ ଉପରେ ସକାରାତ୍ମକ ପ୍ରଭାବ ପଡ଼ିବ ଏବଂ ଆପଣଙ୍କର ସବୁ ସମସ୍ୟାର ସମାଧାନ ଆପେ ଆପେ ହୋଇଯିବ ।

ଧନୁ: ଆପଣଙ୍କ କଳା ଏବଂ ଦୃଢ଼ ନିଶ୍ଚୟ ଯୋଗୁଁ ଆପଣ ବହୁ ସମସ୍ୟାକୁ ସମାଧାନ କରିବେ । ଯେତେବେଳେ ଆପଣ ସଫଳତା ପାଇବେ, ସେତେବେଳେ ଏଗୁଡ଼ିକର ଆପଣଙ୍କ ଜୀବନରେ କେତେ ମହତ୍ତ୍ୱ ରହିଛି ତାହା ବୁଝିପାରିବେ ।

ମକର: ଆଜି ଆପଣଙ୍କୁ ନିଜର କେହି ଆଶ୍ଚର୍ଯ୍ୟ କରିବ । ବିଷୟଟି ଆପଣଙ୍କ ସମ୍ପର୍କରେ ହୋଇପାରିଥାଏ, ନ ହୋଇ ମଧ୍ୟ ପାରିଥାଏ । କିନ୍ତୁ ସବୁ ପରିସ୍ଥିତିରେ ଆପଣଙ୍କୁ ଶାନ୍ତ ରହିବାକୁ ପଡିବ ଏବଂ ନିଜ ଲୋକଙ୍କୁ ସାହାର୍ଯ୍ୟ ପାଇଁ ଚେଷ୍ଟା କରିବା ଉଚିତ ହେବ ।

କୁମ୍ଭ: ଏହି ସମୟ ପରିବାର ଲୋକଙ୍କ ସହିତ କୌଣସି ଉତ୍ସବକୁ କେମିତି ଓ କେବେ ଯିବେ ଏହା ଅଧିକ ଭାବିବା ଦରକାର ନାହିଁ । ଏହି ସମୟର ସଦୁପଯୋଗ କରି ଆପଣ ବହୁତ ଆନନ୍ଦ ପାଇ ପାରନ୍ତି ।

ମୀନ: କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ଭାବିଚିନ୍ତି ନେବେ । ଆଜିର ନିଷ୍ପତ୍ତି ଆପଣଙ୍କର ଭବିଷ୍ୟତ ଉପରେ ପଡ଼ିବ । ସେଥିପାଇଁ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ବହୁତ ଭାବିଚିନ୍ତି ନିଅନ୍ତୁ ।

Get real time updates directly on you device, subscribe now.