fbpx

ରାଶିଫଳ (ସୋମବାର, ୮ ମାର୍ଚ୍ଚ ୨୦୨୧)

ମେଷ : ଦିନଟି ଖୁସି ରହିବ, ଚାକିରି କ୍ଷେତ୍ରରେ ସୁଯୋଗ ବଢିବ, ଲବଙ୍ଗଟିଏ ପାଟିରେ ରଖନ୍ତୁ, କର୍ମକ୍ଷେତ୍ର ସ୍ଥିତି ଦୃଢ ରହିବ, ସରକାରୀ ସହାୟତା ମିଳିବ, ଭଗବାନ ଶିବଙ୍କୁ ଦର୍ଶନ କରନ୍ତୁ, ଆର୍ôଥକ ବୃଦ୍ଧି ହେବ, ପାରିବାରିକ ସମ୍ପର୍କରେ ଆନନ୍ଦ ମିଳିବ ।

ବୃଷ : ମାନ ସମ୍ମାନ, ଧନ କ୍ଷେତ୍ରରେ ଶୁଭଫଳ ମିଳିବ, କର୍ମ ସମ୍ବନ୍ଧୀୟ ଶୁଭ ଖବର ମିଳିବ, ସକାଳୁ ସ୍ନାନସାରି ଗୁରୁଜନଙ୍କ ଆଶୀର୍ବାଦ ନିଅନ୍ତୁ ଶୁଭ ଖବର ମିଳିବ, ଇଚ୍ଛାପୂରଣ ହେବ, ଦ୍ରବ୍ୟ ପ୍ରାପ୍ତି ହେବ, ମାତ୍ର ପରିବାରରେ କାହାର ସ୍ୱାସ୍ଥ୍ୟଚିନ୍ତା ରହିବ ।

ମିଥୁନ : ମନ ଅସ୍ଥିର ରହିବ ତେଣୁ ସତର୍କ ରହିଥିବେ ଏବଂ ମନେ ମନେ ଓଁ ନମଃ ଶିବାୟ ଜପ କରୁଥିବେ, ଟଙ୍କାପଇସାକୁ ନେଇ ଚିନ୍ତା କମିବ ଏବଂ କୌଣସି ଜାଗାରୁ ଅଥପ୍ରାପ୍ତିର ସୂଚନା ମିଳି୍ୱ, ଆଜି କିଛି ଚିନି ଗୁଡ ଲାଲ ପିମ୍ପୁଡିଙ୍କୁ ଖାଇବାକୁ ଦିଅନ୍ତୁ ମନମୁତାବକ ଫଳ ପାଇବେ ।

କର୍କଟ : ଚାକିରି କିମ୍ବା ବ୍ୟବସାୟରେ ଭୁଲ୍ ବୁଝାବଣା ରହିବ, ନିଜଲୋକ ହଇରାଣ କରିବେ, ଆୟ କମିବ ବ୍ୟୟ ବୃଦ୍ଧି ହେବ ଓ ଭୁଲ୍ ନିଷ୍ପତ୍ତିର ଶିକାର ହେବେ, ରିଷ୍ଟପୂର୍ଣ୍ଣ ରହିବ ତେଣୁ ସକାଳୁ ସ୍ନାନ ସାରି ଦୁର୍ଗାଙ୍କର ଚାଳିଷା ପାଠକରି ଦିନ ଆରମ୍ଭ କରିବେ ?

ସିଂହ : ମଥାରେ ରକ୍ତ ଚନ୍ଦନ ଲଗାନ୍ତୁ ମନୋବାଞ୍ଛିତ ପରିବେଷ ପରିସ୍ଥତି ମିଳିବ, ଶୁଭରେ ଶୁଭରେ ଦିନ କଟିବ, କୌଣସି ପୁରୁଣା ଯୋଜନାରେ ସଫଳ ହେବେ, କୌଣସି ଦ୍ରବ୍ୟ ଲାଭ ହେବ ଏବଂ କୌଣସି ସମସ୍ୟାରୁ ମୁକ୍ତି ପାଇବେ?

କନ୍ୟା : ବ୍ୟବସାୟରେ ଲାଭ ବଢିବ ଏବଂ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ ମିଳିବ, ବିବାହ ନିମନ୍ତେ ବାଟ ଖୋଲିବ, କାର୍ଯ୍ୟରେ ଅଚାନକ ଖୁସିଖବର ମିଳିବ ଏବଂ ମନର ଆଶା ପୂରଣ ହେବ, ପୁଞ୍ଜି ଲଗାଣକାରୀ ସଂସ୍ଥା ସହିତ ଜଡିତ ହୋଇ ଲାଭ ହେବ, ମାତ୍ର ସ୍ୱାସ୍ଥ୍ୟପ୍ରତି ସତର୍କ ରହିବେ ?

ତୁଳା : କୌଣସି ଯୋଜନାରେ ସଫଳ ହେବେ, ପାରିବାରିକ ଶାନ୍ତି ମିଳିବ, ପିଲାଙ୍କୁ ନୂତନ କର୍ମନିଯୁକ୍ତିର ଖବର ମିଳିବ, ଜୀବନର କୌଣସି ଲକ୍ଷ୍ୟ ପୂର୍ଣ୍ଣ ହେବ, ଅଯଥା କଥାରେ ମୁଣ୍ଡ ପୂରାଇ ହଇରାଣ ହେବେ, ଆଜି ମା’ଲକ୍ଷ୍ମୀଙ୍କୁ ସୁମରଣା କରନ୍ତୁ କଲ୍ୟାଣ ହେବ ?

ବିଛା : ମନର ଆଶା ପୂରଣ ହେବନାହିଁ ତେଣୁ ମାନସିକ ଅଶାନ୍ତି ବୃଦ୍ଧି ହେବ, କର୍ମ ଏବଂ ଅର୍ଥ ଚିନ୍ତା ବଢିବ ତେଣୁ ଘରୁ ବାହାରିଲା ବେଳେ ମହୁଖାଇ ବାହାରନ୍ତୁ ରିଷ୍ଟ କମିବ, କୌଣସି ଯୋଜନାରେ ସଫଳ ହେବେ, ଆର୍ôଥକ ସ୍ୱଛଳତା ପରିଲିକ୍ଷିତ ହେବ ?

ଧନୁ : ଆଜି ଚନ୍ଦନର ଟିକା ମଥାରେ ଲଗାନ୍ତୁ ଏବଂ ଓଁ ନମଃ ଶିବାୟ ଜପ କରନ୍ତୁ, ଆଜି କିଛି ମିଠା ଦାନ କରନ୍ତୁ ଅଟକିଥିବା କାମ ପୂରଣ ହେବ, ଗଚ୍ଛିତ ଅର୍ଥ (ସେଭିଙ୍ଗ୍ସ ରୁଫ)ବ୍ୟୟ ବଢିବ ଫଳରେ ମନ ଅଶାନ୍ତ ରହି ସଠିକ୍ ନିଷ୍ପତ୍ତି ନେଇ ନପାରି ମନ ଦୁଃଖ ହେବ ?

ମକର : କୌଣସି ପ୍ରକାରର ଧୋକା ମିଳିବ, ଆଜି ଗୋଟିଏ ଲାଲ ମନ୍ଦାର ଗଛ ଲଗାନ୍ତୁ, ବନ୍ଧୁପରିଜନରେ ସାହାଯ୍ୟ ମିଳିବ, ଯାହା ଉଦ୍ୟମ କରିବେ ପୁରଣ ହେବ, ପିମ୍ପୁଡିଙ୍କୁ ଗୁଡ ଖାଇବାକୁ ଦିଅନ୍ତୁ କଲ୍ୟାଣ ହେବ, ଅନୁକୁଳ ସମୟ ରହିବ ?

କୁମ୍ଭ : ଆଜି କିଛି ଅଟା କୌଣସି ଦିବ୍ୟାଙ୍ଗଙ୍କୁ ଦାନ କରନ୍ତୁ ଶୁଭରେ ଶୁଭରେ ଦିନ କଟିବ, ଆଜି ଲାଲ ରଙ୍ଗର କିଛି ବ୍ୟବହାର କରନ୍ତୁ ନାହିଁ ଏବଂ କିଛି ଖାଦ୍ୟ କୌଣସି ଭୋକିଲାକୁ ଦିଅନ୍ତୁ, ଦିନଟି ଶୁଭ ରହିବ ଏବଂ ଚେଷ୍ଟା ଅନୁଯାୟୀ ଫଳ ମିଳିବ ?

ମୀନ : ଆଜି ଭାଗ୍ୟ ସାଥ ଦେବ, ଅର୍ଥଚିନ୍ତା ଏବଂ ମାନସିକ ଅଶାନ୍ତି ଦୁର ହେବ, ପୁଞ୍ଜି ଲଗାଣକାରୀ ସଂସ୍ଥା ସହିତ ଜଡିତ ହୋଇ ଲାଭ ହେବ ମାତ୍ର ସ୍ୱାସ୍ଥ୍ୟପ୍ରତି ସତର୍କ ରହିବେ ?

Get real time updates directly on you device, subscribe now.