fbpx

୧୨ ମିନିଟରେ ହସ୍ପିଟାଲ Ready… ୟୁକ୍ରେନକୁ ‘BHISHM CUBE’ ଉପହାର ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧରେ ପଡ଼ୁନି ବିରାମ । ଘନ ଘନ ରକେଟ ଆକ୍ରମଣ ସାଙ୍ଗକୁ ବିସ୍ଫୋରଣରେ କମ୍ପି ଉଠୁଛି ଉଭୟ ଦେଶ । କେହି ପଛଘୁଞ୍ଚା ଦବାକୁ ରାଜି ନାହାନ୍ତି । ଫଳରେ ବିନା ଦୋଷରେ ପ୍ରାଣ ହରାଉଛନ୍ତି ନିରୀହ ଜନସାଧାରଣ । ତେବେ ଏଭଳି ସ୍ଥିତିରେ ୟୁକ୍ରେନ ଗସ୍ତ କରି ରାଷ୍ଟ୍ରପତି ଜେଲେନସ୍କିଙ୍କ ଭେଟିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୟୁକ୍ରେନରେ ପହଞ୍ଚି ରାଷ୍ଟ୍ରପତିଙ୍କୁ ଆଶ୍ୱାସନା ଦେବା ସହିତ ଏକ ବଡ଼ ଉପହାର ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ମାତ୍ର ୧୨ ମିନିଟରେ ୟୁକ୍ରେନ ପାଇଁ ହସ୍ପିଟାଲ ପ୍ରସ୍ତୁତ କରିଦେଇଛି ଭାରତ ।

ଭାରତ ସରକାରଙ୍କ ତରଫରୁ ଏକ ନୂଆ ଅଭିଯାନ ‘ଭାରତ ହେଲ୍ଥ ଇନିସିଏଟିଭ ଫର୍ ସହଯୋଗ ହିତ ଏବଂ ମୈତ୍ରୀ(BHISHM)’ ଆରମ୍ଭ କରାଯାଇଛି । ଆପାତକାଳୀନ ପରିସ୍ଥିତିରେ ଏହା ଚିକିତ୍ସାର ସମସ୍ତ ପ୍ରକାର ସୁବିଧା ଏବଂ ଉପକରଣ ଯୋଗାଇପାରିବ ଏହି BHISHM। ଏହାକୁ ବ୍ୟବହାର କରିବା ଖୁବ ସହଜ ଏବଂ ଖୁବ କମ୍ ସମୟରେ ସମସ୍ତ ଭିତ୍ତିଭୂମୀ ଏବଂ ଉପକରଣ ଯୋଗାଇବାରେ ସକ୍ଷମ ହୋଇଥାଏ । ଏହି ସମସ୍ତ ଆବଶ୍ୟକୀୟ ଔଷଧ ତଥା ଉପକରଣକୁ ଏକ ୧୫ ଇଞ୍ଚ ବିଶିଷ୍ଟ କ୍ୟୁବିକଲ ବକ୍ସ ମଧ୍ୟରେ ସୁରକ୍ଷିତ ଭାବରେ ରଖା ଯାଇଥାଏ । ତେବେ ଯୁଦ୍ଧ ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପଦରେ ହେଉଥିବା ଆଘାତର ଚିକିତ୍ସା ସମସ୍ୟାକୁ ସମାଧାନ କରିପାରିବ । ଏହି ମିନି କ୍ୟୁବ୍ସଗୁଡ଼ିକର ଓଜନ ପ୍ରାୟ ୨୦ କେ.ଜି ଓଜନ ହେବ । ତେଣୁ ଏହାକୁ ନେବା ଆଣିବା କରିବା ମଧ୍ୟ ଖୁବ ସହଜ ହୋଇଥାଏ ।

ଏହି ମିନି କ୍ୟୁବଗୁଡିକ ମଧ୍ୟରୁ ୩୬ ଏକ ମଦର୍ କ୍ୟୁବ୍ ଏବଂ ଏହିପରି ଦୁଇଟି ମଦର୍ କ୍ୟୁବ୍ ଏକତ୍ର ହୋଇ ଏକ BHISHM Cube ଗଠନ ହୋଇଥାଏ । ଏକ ମଦର୍ କ୍ୟୁବରେ ସମସ୍ତ ପ୍ରକାରର ଆଘାତ ଏବଂ ପ୍ରାଥମିକ ଚିକିତ୍ସା ପାଇଁ ଔଷଧ, ଉପକରଣ ଇତ୍ୟାଦି ଉପଲବ୍ଧ ରହିଥାଏ । ଏହାସହିତ ୫ ଜଣ ବ୍ୟକ୍ତିଙ୍କ ପାଇଁ ଆଶ୍ରୟ ଏବଂ ଭୋଜନ ବ୍ୟବସ୍ଥା ମଧ୍ୟ ଯେଗାଇପାରିବ ଏହି ମଦର୍ କ୍ୟୁବ । ଅନ୍ୟ ମଦର୍ କ୍ୟୁବରେ ସର୍ଜିକାଲ ଉପକରଣ ରହିଥାଏ ଏବଂ ଅପରେଟିଙ୍ଗ ରୁମ୍ ସ୍ଥାପନା କରାଯାଇଥାଏ । ଏହା ପ୍ରତ୍ୟେକ ଦିନ ୧୦-୧୫ ସର୍ଜରୀ ମ୍ୟାନେଜମେଣ୍ଟ କରିପାରେ ।

ସ୍ୱଚ୍ଛ ଏବଂ ସୁବିଧାଜନକ ହୋଇଥିବାରୁ ଔଷଧ ଏବଂ ଉପକରଣ ଗୁଡ଼ିକର ବ୍ୟବହାର ଖୁବ ସହଜ ହୋଇଯାଇଛି । ଭଣ୍ଡାର ପରିଚାଳନା RFIDର ବ୍ୟବହାର କରେ ଏବଂ ସ୍ୱୟଂଚାଳିତ ଭାବରେ ଅପଡେଟ୍ ମଧ୍ୟ କରିଥାଏ । ତେଣୁ, ସଠିକ୍ ଷ୍ଟକ୍ ସହଜରେ ଜାଣିହେବ । ଭୀଷ୍ମ ଆପ୍ ଏବଂ ଏକ ଡିଜିଟାଲ୍ ଟାବଲେଟ୍ ନିର୍ଦ୍ଦେଶାବଳୀ ଭିଡିଓରେ ଆବଶ୍ୟକୀୟ ସୂଚନା ପ୍ରଦାନ କରିଥାଏ । ଏହି ଟାବଲେଟ୍ ବର୍ତ୍ତମାନ ପ୍ରାୟ ୧୮୦ ଟି ଭାଷାକୁ ସମର୍ଥନ କରିବାରେ ସକ୍ଷମ ହୋଇପାରିଛି ।

Get real time updates directly on you device, subscribe now.