ଓଡ଼ିଶା ଭାସ୍କର: ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ ମ୍ୟାଚ୍ ପୂର୍ବରୁ ଏହାର ରୋମାଞ୍ଚ ଶିଖରରେ ପହଞ୍ଚିଛି । ପଏଣ୍ଟ ଟେବୁଲରେ ଦେଖିବାକୁ ମିଳିଛି ଏକ ବଡ଼ ପରିବର୍ତ୍ତନ । ଦୀର୍ଘ ଦିନରୁ ଭାରତ ଶୀର୍ଷ ସ୍ଥାନ କବଜା କରିଥିବା ବେଳେ ଗୋଟିଏ ମ୍ୟାଚ୍ ଦଳକୁ ୩ ନମ୍ବରକୁ ଖସାଇ ଆଣିଛି । ଆଡିଲେଡ ଟେଷ୍ଟ ପରାଜୟ ପରେ ଫାଇନାଲ ଦୌଡ଼ରେ ବର୍ତ୍ତମାନ ୩ ନମ୍ବରରେ ରହିଛି ଟିମ ଇଣ୍ଡିଆ । ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ଭାରତକୁ ପଛରେ ପକାଇ ଖୁବ ଆଗକୁ ଚାଲିଯାଇଛନ୍ତି । ଏହାପରେ ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ ମ୍ୟାଚ୍ ଭାରତ ପାଇଁ ଖୁବ ଦୂରରେ ବୋଲି କୁହାଯାଉଛି । ଭାରତ ଫାଇନାଲ ମ୍ୟାଚ୍ ଖେଳିପାରିବ କି ନାହିଁ, ସେ ନେଇ ଏବେ ଆଶଙ୍କା ଦେକାଦେଇଛି ।
ଭାରତ ଏବଂ ଅଷ୍ଟ୍ରେଲିଆକୁ ବର୍ତ୍ତମାନର କ୍ୱାଲିଫିକେସନ କଟ୍ ଅଫ୍ ୫୮% ରହିଛି । କିନ୍ତୁ ଏ ଦୁହିଁଙ୍କୁ ଅତିକ୍ରମ କରି ଆଗକୁ ଯିବାକୁ ହେଲେ, ଅନ୍ୟ ଦଳକୁ ୬୦% ପଏଣ୍ଟ ହାସଲ କରିବାକୁ ହେବ । ପର୍ଥ ବିଜୟ ପରେ ଭାରତର ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ ଆଶା ବୃଦ୍ଧି ପାଇଥିଲା । କିନ୍ତୁ ଆଡିଲେଡ ପରାଜୟ ଏହି ଆଶାକୁ ପୁଣିଥରେ ଆଶଙ୍କାରେ ପରିବର୍ତ୍ତନ କରିଦେଇଛି । ବର୍ତ୍ତମାନ ଭାରତକୁ ଏହି ଫାଇନାଲ ଖେଳିବା ପାଇଁ ୩ଟି ମ୍ୟାଚରୁ ୨ଟି ମ୍ୟାଚରେ ବିଜୟ ହାସଲ କରିବାକୁ ପଡ଼ିବ । କେବଳ ସେତିକି ନୁହେଁ, ଅନ୍ୟ ଗୋଟିଏ ମ୍ୟାଚ୍ ଡ୍ର କରିପାରିଲେ ହିଁ, ଭାରତ ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲରେ ପ୍ରବେଶ କରିପାରିବ ।
India and Australia swap positions in the WTC table 🔂 pic.twitter.com/vbaWFCuu1k
— ESPNcricinfo (@ESPNcricinfo) December 8, 2024
ଅଷ୍ଟ୍ରେଲିଆକୁ ୩-୨ରେ ସିରିଜ ହରାଇ ପାରିଲେ ଭାରତ ୧୩୪ ପଏଣ୍ଟ ଏବଂ ୫୮.୭୭ ପିସିଟି ହାସଲ କରିପାରିବ । ତେବେ ଭାରତର ଏହି ମାର୍କ ଅଷ୍ଟ୍ରେଲିଆ ପାଇଁ କାଳ ସାଜିପାରେ । ଏହାପରେ ଅଷ୍ଟ୍ରେଲିଆକୁ ଶ୍ରୀଲଙ୍କା ବିପକ୍ଷ ଉଭୟଟେଷ୍ଟ ବିଜୟୀ ହେବାକୁ ପଡ଼ିବ । ଏହାପରେ ହିଁ ୧୨୬ ପଏଣ୍ଟ ଏବଂ ୫୫.୨୬ ପିସିଟି ହାସଲ କରିପାରିବ । ଏହାସହିତ ଦକ୍ଷିଣ ଆଫ୍ରିକା ଶ୍ରୀଲଙ୍କା ଏବଂ ପାକିସ୍ତାନ ବିପକ୍ଷରେ ଶେଷ ଘରୋଇ ମ୍ୟାଚ୍ରେ ୩ଟି ବିଜୟ ସହିତ ୬୯.୪୪ ପର୍ଯ୍ୟନ୍ତ ପିସିଟି ହାସଲ କରିପାରିବ ।
ତେବେ ବର୍ଡର ଗାଭାସ୍କର ଟ୍ରଫିକୁ ଅତି କମରେ ୩-୧ରେ ବିଜୟୀ ହେଲେ, ବିଶ୍ୱ ଭାରତକୁ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ ପାଇଁ ଟିକେଟ ମିଳିପାରେ । ଏଭଳି ସ୍ଥିତିରେ ଟିମ ଇଣ୍ଡିଆ ୧୩୮ ପଏଣ୍ଟ ସହ ୬୦.୫୨ ପିସିଟି ହାସଲ କରିବ ଏବଂ ଅଷ୍ଟ୍ରେଲିଆ ସର୍ବାଧିକ ୫୭ ପଏଣ୍ଟ ସହ ସମାପ୍ତ ହୋଇପାରିବ । ତେବେ ଏହି ପଏଣ୍ଟରୁ ଅଧିକ ପରାଜୟ ଭାରତକୁ ଫାଇନାଲ ରେସରୁ ବାଦ୍ ଦେବା ପାଇଁ ଯଥେଷ୍ଟ ହୋଇପାରେ । ତେଣୁ ଆଗାମୀ ୩ଟି ଯାକ ମ୍ୟାଚ ପାଇଁ କର ବା ମର ସ୍ଥିତିରେ ଖେଳିବ ଟିମ ଇଣ୍ଡିଆ ।