fbpx

ଆପଣଙ୍କର କିଛି ରୋଜଗାର ନାହିଁ କିମ୍ବା ଆପଣ ଗୃହିଣୀ; ତଥାପି ଆପଣଙ୍କ ଲାଗି ଆଇଟିଆର ଭରିବା ଲାଭଦାୟକ , ଏହା କିପରି ଆସନ୍ତୁ ଜାଣିବା

Advertisement

ନୂଆଦିଲ୍ଲୀ: ଏହି ଖବରଟି ପଢିବା ପରେ ଆପଣଙ୍କ ମୁଣ୍ଡ ନିଶ୍ଚୟ ଘୁରାଇ ଯିବ । ଯଦି ରୋଜଗାର ନାହିଁ ତେବେ ଜଣେ ବ୍ୟକ୍ତି ଆୟକର ଭରିବ କାହିଁକି ? କିନ୍ତୁ ଆପଣଙ୍କର କୌଣସି ରୋଜଗାର ନ ଥିଲେ କି ଆପଣ ଗୃହିଣୀ ହୋଇଥିଲେ ବି ଆପଣଙ୍କୁ ଆୟକର ଭରିବା ଲାଭଦାୟକ ସାବ୍ୟସ୍ତ ହେବ । ଏହା କିପରି ଆସନ୍ତୁ ଜାଣିବା ।

ଆର୍ଥିକ ବର୍ଷ ୨୦୨୨-୨୩ କିମ୍ବା ମୂଲ୍ୟାଙ୍କନ ବର୍ଷ ୨୦୨୩-୨୪ ପାଇଁ ଆୟକର ରିଟର୍ଣ୍ଣ (ଆଇଟିଆର୍) ଦାଖଲ କରିବାର ଶେଷ ତାରିଖ ୩୧ ଜୁଲାଇ । ଏପରି କୁହାଯାଉଛି ଯେ, ଆଇଟିଆର ସେହିମାନଙ୍କ ଲାଗି ଅନିବାର୍ଯ୍ୟ ନୁହେଁ ଯେଉଁମାନଙ୍କ ଆୟ ୨.୫ ଲକ୍ଷ ଟଙ୍କାରୁ କମ୍ । ଏହା ଠିକ୍ ଅଟେ । କିନ୍ତୁ ଅର୍ଥନୀତି ବିଶାରଦଙ୍କ ମତ ଆପଣଙ୍କୁ ଏକ ସ୍ୱଚ୍ଛ ଟ୍ୟାକ୍ସ ରେକର୍ଡ ବଜାୟ ରଖିବା ଲାଗି ଆଇଟିଆର୍ ଭରିବାକୁ ପଡିବ । ଯଦି ଆପଣ ବେରୋଜଗାର କିମ୍ବା ଗୃହିଣୀ ତେବେ ଆପଣ ଶୂନ୍ୟ ଆଇଟିଆର୍ ଫାଇଲ୍ କରିପାରିବେ । ଯେଉଁମାନେ ଟିଡିଏସ୍ ଭରିଛନ୍ତି ସେମାନଙ୍କୁ ରିଫଣ୍ଡ ପାଇବା ଲାଗି ଶୂନ୍ୟ ଆଇଟିଆର ଦାଖଲ କରିବାକୁ ହୋଇଥାଏ । ଏହା ଏଇଥିପାଇଁ କି କେହି ସେ ପର୍ଯ୍ୟନ୍ତ ଟିଡିଏସ ଉପରେ ରିଫଣ୍ଡ ଦାବୀ କରିପାରିବ ନାହିଁ ଯେ ପର୍ଯ୍ୟନ୍ତ ସେ ଆୟକର ରିଟର୍ଣ୍ଣ ଭରି ନାହିଁ ।

ପ୍ରଥମେ ଆସନ୍ତୁ ଜାଣିବା ଶୂନ୍ୟ ଆଇଟିଆର କ’ଣ ହୋଇଥାଏ । ଯେତେବେଳେ ଆପଣଙ୍କ ଉପରେ କୌଣସି ପ୍ରକାର ଟିକସ ଲାଗି ନାହିଁ କିନ୍ତୁ ଆପଣ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ୍ କରୁଛନ୍ତି ତେବେ ଏହି ରିଟର୍ଣ୍ଣକୁ ନିଲ୍ ଆଇଟିଆର କୁହାଯାଏ । ଏହାର ବହୁ ଫାଇଦା ରହିଛି । ଉଦାହରଣ ସ୍ୱରୂପ ଜଣେ ବ୍ୟକ୍ତିର ଆୟ କୌଣସି ଟିକସ ନ କଟି ବି ଟ୍ୟାକ୍ସ ପରିସରଭୁକ୍ତ ହୋଇଯାଇଛି । କିନ୍ତୁ ଏହାପରେ ଟିକସ ଛାଡ ଓ ଟିକସ ରିହାତିକୁ ମିଶାଇ ଏହି ବ୍ୟକ୍ତିର ଆୟ ଟିକସଯୋଗ୍ୟ ଆୟ ବାହାରେ ହୋଇଯାଉଛି । ଏପରି ବ୍ୟକ୍ତି ଯଦି ଜାଣତରେ ହେଉ କି ଅଜାଣତରେ ଅଧିକ ଟିକସ ଭରି ଦେଇଛନ୍ତି ତେବେ ତାଙ୍କୁ ରିଫଣ୍ଡ ଫେରିପାଇବା ଲାଗି ଆଇଟିଆର ଭରିବା ଜରୁରୀ ।

ଆପଣ କିଛି ବି ଆୟ କରୁନାହାନ୍ତି ତେବେ ବି ଆପଣଙ୍କୁ ଆଇଟିଆର ଭରିବା ଲାଭଦାୟକ ହେବ । ଏହା ସେହିମାନଙ୍କ ଲାଗି ବି ଲାଭଦାୟକ ହେବ ଯେଉଁମାନେ ଲୋନ୍ ନେବା ଲାଗି ଯୋଜନା ପ୍ରସ୍ତୁତ କରୁଛନ୍ତି । ବହୁ ସମୟରେ ବ୍ୟାଙ୍କ କିମ୍ବା ଋଣ ଦେଉଥିବା ଅନ୍ୟ ସଂସ୍ଥା ଆଇଟିଆର ପ୍ରମାଣପତ୍ର ଦାବୀ କରିଥାନ୍ତି । ସେହିପରି ଭିଜା କିମ୍ବ।। ପାସପୋର୍ଟ ଲାଗି ଆବେଦନ କରିବା ସମୟରେ ବି ଆଇଟିଆର ଆୟର ପ୍ରମାଣ ରୂପରେ କାମ କରିଥାଏ ।

ଯେପରି ଭାବରେ ନିୟମିତ ଆଇଟିଆର ଦାଖଲ କରୁଛନ୍ତି ସେହିପରି ଏହି ଶୂନ୍ୟ ଆଇଟିଆର୍ ଦାଖଲ କରିବେ । କରଦାତା ଅଧିକାରୀକ ୱେବସାଇଟରେ ଯାଇ ଆୟ ଓ ରିହାତିର ବିବରଣୀ ଦାଖଲ କରିବା ଆବଶ୍ୟକ ।

Get real time updates directly on you device, subscribe now.