ଅଯୋଧ୍ୟାରେ ଲକ୍ଷ ଲକ୍ଷ ଦୀପ ଗଣନା କିପରି ହୋଇଥାଏ, ଜାଣନ୍ତୁ କ’ଣ କୁହନ୍ତି ବିଶ୍ୱ ରେକର୍ଡ଼ ଏକ୍ସପର୍ଟ

ଲକ୍ଷ୍ନୌ: ଆଲୋକର ପର୍ବ ଦୀପାବଳି । ଆନ୍ଧକାର ଉପରେ ଆଲୋକର ବିଜୟ ବାର୍ତ୍ତା ଦେଇଥାଏ । ଗାଁରୁ ସହର ପର୍ଯ୍ୟନ୍ତ ସବୁଆଡ଼େ ଉତ୍ସାହର ମାହୋଲ । ନିକଟରେ ଅଯୋଧ୍ୟାରେ ଦୀପୋତ୍ସବ ଅନୁଷ୍ଠିତ ହୋଇଥିଲା ଯାହା ପୁଣି ଥରେ ବିଶ୍ୱ ରେକର୍ଡ଼ କରିଛି । ଚଳିତ ବର୍ଷ ଦୀପୋତ୍ସବରେ ଦୁଇଟି ବିଶ୍ୱ ରେକର୍ଡ଼ ହୋଇଛି ପ୍ରଥମ ୨୫ ଲକ୍ଷରୁ ଉର୍ଦ୍ଧ୍ୱ ଦୀପ ଜଳାଇବା ଏବଂ ଦ୍ୱିତୀୟ ୧୧୦୦ରୁ ଅଧିକ ସନ୍ଥ ମହନ୍ତଙ୍କ ଦ୍ୱାରା ସରୟୁ ଆଳତୀ କରାଯାଇଥିଲା । ଏହା ପୂର୍ବ ବର୍ଷ ଅଯୋଧ୍ୟାରେ ୨୨ ଲକ୍ଷ ୨୩ ହଜାର ଦୀପ ଜଳାଇ ବିଶ୍ୱ ରେକର୍ଡ଼ ସୃଷ୍ଟି ହୋଇଥିଲା । ଆପଣମାନେ ଜାଣିଛନ୍ତି କି ଏହି ଦୀପୋତ୍ସବରେ କିପରି ଦୀପ ଗଣନା ହୋଇଥାଏ ?

ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ଼ ଟିମ କନସଲଟାଣ୍ଟ ନିଶ୍ଚଲ ବାରୋତ(Nischal Barot)ଙ୍କ କହିବାନୁଯାୟୀ ୩ଟି ଉପାୟରେ ଏହି ଦୀପ ଗଣନା ହୋଇଥାଏ । ଏହା ବ୍ୟତୀତ ବିଶ୍ୱ ରେକର୍ଡ଼ ସ୍ଥାନରେ ୪ ଦିନ ପୂର୍ବରୁ ଟିମ୍ ପହଂଚିଯାଇଥାଏ । ଖାଲି ଦୀପ ରଖିବା ସମୟରେ ଥରେ ଗଣନା କରାଯାଇଥାଏ । ପ୍ରଥମ ଗଣନାକୁ ଟ୍ରାଏଲ କୁହାଯାଏ । ଏହା ପରେ ଡ୍ରାଇ କାଉଣ୍ଟ କରାଯାଏ । ଏହା ଏକ ପ୍ରକାର ସଫ୍ଟୱେୟାର ଯଦ୍ୱାରା ସମସ୍ତ ଦୀପର ସଂଖ୍ୟା ଜଣାପଡ଼ିଥାଏ । ଏହା ପରେ ଦୀପ ଜଳିବା ପରେ ପୁଣି ଥରେ ଡିଜିଟାଲ ମାଧ୍ୟମରେ ଗଣନା ହୋଇଥାଏ । ଶେଷରେ ଡ୍ରୋନ୍ ମାଧ୍ୟମରେ ଗଣନା କରାଯାଇ ଫଳାଫଳା ଘୋଷଣା କରାଯାଏ ।