fbpx

କେଉଁ ଗ୍ରହରେ ମଣିଷ କେତେ ଦିନ ଜୀବିତ ରହି ପାରିବ, ଜାଣନ୍ତୁ ଏ ନେଇ କ’ଣ କହୁଛି ବିଜ୍ଞାନ

ନୂଆଦିଲ୍ଲୀ: ଆମେମାନେ ସମସ୍ତେ ପୃଥିବୀ ଗ୍ରହ ମଧ୍ୟରେ ରହୁଛେ । ତେବେ ପିଲାବେଳୁ ଆମେମାନେ କେବଳ ଚନ୍ଦ୍ର ଓ ମଙ୍ଗଳ ବିଷୟରେ ସମ୍ୟକ ସୂଚନା ପାଇଛେ । ଆମ ସୌର ମଣ୍ଡଳର ଅନ୍ୟ ଗ୍ରହ ବିଷୟରେ କେବେ ଜାଣିବାକୁ ଆପଣମାନେ ଇଚ୍ଛା କରିଛନ୍ତି କି? ସେଇ ଗ୍ରହମାନଙ୍କରେ କ’ଣ ଜୀବନ ଧାରଣ ସମ୍ଭବ? ଯଦି ମଣିଷ ଉକ୍ତ ଗ୍ରହମାନଙ୍କରେ ଅବସ୍ଥାନ କରିବ, ତେବେ କେତେ ଦିନ ବଞ୍ଚି ରହିପାରିବ?

ପୃଥିବୀ: ଆମ ପୃଥିବୀ ହେଉଛି ଏକ ସୁନ୍ଦର ସ୍ଥାନ, ଏହା ପରି ଅନ୍ୟ କୌଣସି ଗ୍ରହ ହୋଇପାରିବେ ନାହିଁ । ଏଠାରେ ସୂର୍ଯ୍ୟୋଦୟ, ସୂର୍ଯ୍ୟାସ୍ତ, ଜୀବ, ବର୍ଷା, ବୃକ୍ଷଲତା, ପାଣିପାଗ ସବୁକିଛି ଦେଖିହୁଏ ଓ ଅନୁଭବ କରିହୁଏ । ପୃଥିବୀ ପୃଷ୍ଠରେ ଜୀବନ ବିତାଇବା ବାସ୍ତବିକ ପ୍ରକୃତିର ଏକ ମହାନ୍ ବରଦାନ । ପୃଥିବୀ ଛଡ଼ା ଏପରି କୌଣସି ଗ୍ରହର ନାହିଁ ଯେଉଁଠି ଆପଣମାନେ ଏକ ମିନିଟ ପର୍ଯ୍ୟନ୍ତ ବଞ୍ଚି ପାରିବେ । ଆମେରିକାର ଆଷ୍ଟ୍ରୋଫିଜିସିଷ୍ଟ ନିଲ ଡିଗ୍ରେସେ ଟାୟସନ ଏପରି ମତ ଦେଇଛନ୍ତି ।

ସୂର୍ଯ୍ୟ: ନାସା ମୁତାବକ, ସୂର୍ଯ୍ୟର ତାପମାତ୍ରା ପାଖାପାଖି ୧.୫ କୋଟି ଡିଗ୍ରୀ ସେଲସିୟସ । ଏକ ସେକେଣ୍ଡରେ ସୂର୍ଯ୍ୟଙ୍କ ୧.୫ ଲକ୍ଷ ଅଂଶରୁ ଯେତେ ଉର୍ଜା ନିର୍ଗତ ହୁଏ, ତାହା ପୃଥିବୀ ପାଇଁ ପୂରା ଏକ ବର୍ଷ ପାଇଁ ପର୍ଯ୍ୟାପ୍ତ ହେବ । ଯଦି କେହି ସୂର୍ଯ୍ୟଙ୍କ ପାଖକୁ ଯିବ, ସିଏ ବାଷ୍ପ ହୋଇଯିବ । ଯିଏ ଯିବ ସେ ସେଠାରେ ଏକ ସେକେଣ୍ଡ ବି ରହି ପାରିବ ନାହିଁ ।

ବୁଧ: ବୁଧ ସୂର୍ଯ୍ୟଙ୍କ ସାମ୍ନାରେ ରହିଥାଏ ଓ ଏହାର ତାପାମତ୍ରା ୪୨୭ ଡିଗ୍ରୀ ସେଲସିୟସ୍ । ଆପଣ ଯେ ପର୍ଯ୍ୟନ୍ତ ନିଜର ଶ୍ୱାସକୁ ରୋକି ପାରିବେ, ସେ ପର୍ଯ୍ୟନ୍ତ ସେଠାରେ ଜୀବିତ ରହିପାରିବେ । ସେଠାରେ ଆପଣ ଅତିବେଶିରେ ଦୁଇ ମିନିଟ୍ ପର୍ଯ୍ୟନ୍ତ ବଞ୍ଚି ପାରିବେ ।

ଶୁକ୍ର: ଶୁକ୍ରର ତାପାମାତ୍ରା ୪୮୨ ଡିଗ୍ରୀ ସେଲସିୟସ । ସେଠାରେ ଆପଣ ଏକ ସେକେଣ୍ଡ ପାଇଁ ବି ରହିପାରିବେ ନାହିଁ ।

ମଙ୍ଗଳ: ଟାୟସନଙ୍କ ମତରେ, ମଙ୍ଗଳ ଗ୍ରହ ବହୁତ ଥଣ୍ଡା ଓ ସେଠାକାର ବାୟୁ ବହୁତ ପତଳା । ସେଠାରେ ମଣିଷ ପାଖାପାଖି ଦୁଇ ମିନିଟ୍ ପର୍ଯ୍ୟନ୍ତ ଜୀବିତ ରହି ପାରିବ ।

ବୃହସ୍ପତି: ବୃହସ୍ପତିରେ ବିଭିନ୍ନ ପ୍ରକାରର ଗ୍ୟାସ୍ ରହିଥାଏ, ମାତ୍ର ଅକ୍ସିଜେନ ନାହିଁ । ସେଠାରେ ଜୀବନ ଧାରଣ ଏତେ ସହଜ ନୁହେଁ । ଏହି ଗ୍ରହରେ ଏକ ସେକେଣ୍ଡରୁ ଅଧିକ ସମୟ ବଞ୍ଚିବା କଷ୍ଟକର ।

ଶନି- ୟୁରାନସ-ନେପଚ୍ୟୁନ: ବୃହସ୍ପତି ପରି ଶନି, ୟୁରାନସ ଓ ନେପଚ୍ୟୁନରେ ପ୍ରବଳ ଗ୍ୟାସ ରହିଛି । ଯିଏ ଉକ୍ତ ଗ୍ରହକୁ ଯିବ, ସେ ଗ୍ୟାସର ପ୍ରଭାବରେ ଜୀବିତ ରହି ପାରିବ ନାହିଁ ।

Get real time updates directly on you device, subscribe now.