fbpx
BSKY
BJD MC SKY
BJD MS SKY

ଭାରତର ୫ ସବୁଠୁ ଗରିବ ରାଜ୍ୟ, ଚିନ୍ତା ପ୍ରକାଶ କଲା ରିଜର୍ଭ ବ୍ୟାଙ୍କ୍

ନୂଆଦିଲ୍ଲୀ: ଭାରତରେ କେଉଁ କେଉଁ ରାଜ୍ୟ ଗରିବ ଅର୍ଥାତ୍ କେଉଁ ରାଜ୍ୟର ଆର୍ଥିକ ଅବସ୍ଥା ଭଲ ନାହିଁ, ଏହାକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ । ରିଜର୍ଭ ବ୍ୟାଙ୍କ ଏହାର ଏକ ବିବୃତ୍ତିରେ ଦେଶର ପାଞ୍ଚ ସବୁଠୁ ଗରିବ ରାଜ୍ୟର ନା କହିଛି । ଏଥିରେ ବିହାରର ନାମ ସହ ପଞ୍ଜାବ ଏବଂ କେରଳର ନାମ ଆଶ୍ଚର୍ଯ୍ୟ କରିଛି । ଅନ୍ୟ ଗରିବ ରାଜ୍ୟ ମାନଙ୍କ ମଧ୍ୟରେ ରାଜସ୍ଥାନ ଏବଂ ପଶ୍ଚିମବଙ୍ଗ ମଧ୍ୟ ରହିଛି ।

ଶ୍ରୀଲଙ୍କାରେ ଜାରି ରହିଥିବା ସଙ୍କଟ ପରେ ଏବେ ରିଜର୍ଭ ବ୍ୟାଙ୍କ ଦେଶରେ ସବୁ ରାଜ୍ୟର ଆର୍ଥିକ ବ୍ୟବସ୍ଥାକୁ ବିସ୍ତାର ଭାବରେ ଆକଳନ କରିଛି । ରିଜର୍ଭ ବ୍ୟାଙ୍କ ଏହା ଜାଣିବାକୁ ପାଇଥିଲା ଯେ କୋଭିଡ-୧୯ ମହାମାରୀ ଯୋଗୁଁ ରାଜ୍ୟମାନଙ୍କର ଆର୍ଥିକ ବ୍ୟବସ୍ଥା ଦ୍ରୃତ ଭାବରେ ବିଗିଡ଼ିଛି । ଏହା ବ୍ୟତୀତ ବିଭିନ୍ନ ସବସିଡି ବ୍ୟବସ୍ଥା, ମାଗଣା ବିଜୁଳି-ପାଣି ଭଳି ସୁବିଧା, ପୁରୁଣା ପେନ୍ସନ ଯୋଜନା ଲାଗୁ କରି ଏହି ରାଜ୍ୟର ସ୍ଥିତି ଆହୁରି ଖରାପ ହୋଇଛି । ରିଜର୍ଭ ବ୍ୟାଙ୍କ୍ ଅନୂଯାୟୀ, ୨୦୧୧-୧୨ ଠାରୁ ୨୦୧୯-୨୦ ମଧ୍ୟରେ ରାଜ୍ୟର ଗ୍ରସ ଫିସ୍କାଲ ଡେଫିସିଟ୍ ଏବଂ ଜିଡିପି ଅନୁପାତ ୨.୫ ପ୍ରତିଶତ ରହିଛି । ରାଜ୍ୟଙ୍କୁ ଏହାକୁ ତିନି ପ୍ରତିଶତ ରଖିବାକୁ ପଡ଼ିଥାଏ । ୨୦୨୦ ରେ କରୋନା ମହାମାରୀ ପରେ ଏହି ସ୍ଥିତି ବିଗିଡ଼ିଛି । ସେଣ୍ଟ୍ରାଲ ବ୍ୟାଙ୍କ୍ ତରଫରୁ କୁହାଯାଇଛି ଯେ ଗୁଜରାଟ, ମହାରାଷ୍ଟ୍ର, ଦିଲ୍ଲୀ, କର୍ଣ୍ଣାଟକ ଏବଂ ଓଡ଼ିଶା ଭଲ ପ୍ରଦର୍ଶନ ଯୋଗୁଁ ଆଗାମୀ ସମୟରେ ଅନୁପାତରେ ସୁଧାର ଆସିପାରେ ।

ସେହିପରି ରିଜର୍ଭ ବ୍ୟାଙ୍କର ଏହି ବିବୃତ୍ତିରେ କୁହାଯାଇଛି ଯେ ପଞ୍ଜାବ, ରାଜସ୍ଥାନ, କେରଳ, ପଶ୍ଚିମବଙ୍ଗ, ବିହାର, ଆନ୍ଧ୍ର ପ୍ରଦେଶ, ଝାଡ଼ଖଣ୍ଡ, ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ ଏବଂ ହରିୟାଣା ରାଜ୍ୟ କରଜରେ ସବୁଠୁ ଆଗରେ ଅଛନ୍ତି । ଯାହା ୨୦୨୬-୨୮ ସୁଦ୍ଧା ଆହୁରି ବଢ଼ିପାରେ ।

ବିବୃତ୍ତି ଅନୂଯାୟୀ, କେରଳ, ପଞ୍ଜାବ, ରାଜସ୍ଥାନ, ପଶ୍ଚିମବଙ୍ଗ ଭଳି ରାଜ୍ୟ ୯୦ ପ୍ରତିଶତ ଖର୍ଚ୍ଚ ରେଭେନ୍ୟୁ ଆକାଉଣ୍ଟରେ କରିଥାନ୍ତି । ଗୁଜରାଟ ଏବଂ ଛତିଶଗଡ଼ ଭଳି ରାଜ୍ୟ ଆୟର ୧୦ ପ୍ରତିଶତ ଭାଗ ସବସିଡିରେ ଖଚ୍ଚ କରୁଛନ୍ତି । ରିଜର୍ଭ ବ୍ୟାଙ୍କର ସୂଚନା ଅନୂଯାୟୀ ମାଗଣା, ବିଜୁଳି, ପାଣି, ମାଗଣା ପରିବହନ, କୃଷକଙ୍କ କରଜ ଛାଡ଼ ଆଦି ଭଳି ରାଜ୍ୟର ପଦକ୍ଷେପ ବେସରକାରୀ ନିବେଶର ଫାଇଦାକୁ ସମାପ୍ତ କରୁଛନ୍ତି ।

Get real time updates directly on you device, subscribe now.