fbpx

ଜୁଲାଇ ୧ ରୁ ବଦଳିବ ଏହି ସବୁ ନିୟମ, ଜଲଦି ସାରିନିଅନ୍ତୁ କାମ

ନୂଆଦିଲ୍ଲୀ: ବର୍ଷକରେ କିଛି ମାସ ଏଭଳି ଥାଏ, ଯେଉଁ ମାସର ଆରମ୍ଭରେ କିଛି ନିୟମ ପରିବର୍ତ୍ତନ ହୋଇଥାଏ ।  ଆସନ୍ତା ମାସ ଜୁଲାଇରେ ମଧ୍ୟ କିଛି ଜରୁରୀ ନିୟମ ପରିବର୍ତ୍ତନ ହେବାକୁ ଯାଉଛି । ଘରୋଇ ଗ୍ୟାସ୍, ଆଧାର କାର୍ଡ ପାନ୍ କାର୍ଡ ଲିଙ୍କ ଭଳି ନିୟମରେ ପରିବର୍ତ୍ତନ ଦେଖିବାକୁ ମିଳିବ । ତେବେ ଆସନ୍ତୁ ଜାଣିବା ଆଉ କେଉଁ ନିୟମ ବଦଳିବ ଜୁଲାର ମାସରୁ ।

ଆଧାର-ପାନ୍ ଲିଙ୍କ୍

ଯଦି ଆପଣ ଏପର୍ଯ୍ୟନ୍ତ ପାନ୍-ଆଧାର ଲିଙ୍କ୍ କରାଇନାହାଁନ୍ତି ତେବେ, ଯଥାଶୀଘ୍ର ଏହାକୁ ଲିଙ୍କ୍ କରାଇନିଅନ୍ତୁ କାରଣ, ପାନ୍- ଆଧାର ଲିଙ୍କ୍ କରିବାର ଶେଷ ତାରିଖ ହେଉଛି ଜୁନ୍ ୩୦ । ଏହି ଅବଧି ପରେ ଆପଣଙ୍କୁ ଦ୍ୱିଗୁଣ ଜୋରିମାନା ଦେବାକୁ ପଡ଼ିବ । ବର୍ତ୍ତମାନ ଏଥିପାଇଁ ୫୦୦ ଟଙ୍କା ଲେଟ୍ ଫି ଦେବାକୁ ପଡ଼ୁଛି । କିନ୍ତୁ ଯଦି ଆପଣ ୩୦ ଜୁନ୍ ପରେ ପାନ୍-ଆଧାର ଲିଙ୍କ୍ କରାଉଛନ୍ତି ତେବେ ଆପଣଙ୍କୁ ୧୦୦୦ ଟଙ୍କା ଫାଇନ ଦେବାକୁ ପଡ଼ିବ ।

ଡିମତ୍ ଆକାଉଣ୍ଟର  କେୱାଇସି

ଯଦି ଆପଣ ଶେୟାର କିଣାବିକା କରୁଛନ୍ତି ତେବେ, ଆପଣଙ୍କୁ ଆପଣଙ୍କର ଡିମତ ଆକାଉଣ୍ଟକୁ ୩୦ ଜୁନ୍ ପୂର୍ବରୁ କେୱାଇସି ଅପଡେଟ୍ କରାଇନିଅନ୍ତୁ ନହେଲେ ଆପଣଙ୍କ ଆକାଉଣ୍ଟ ଅସ୍ଥାୟୀ ଭାବରେ ବନ୍ଦ ହୋଇପାରେ ।

କ୍ରିପ୍ଟୋକରେନ୍ସୀ ଉପରେ ଟିଡିଏସ୍

କ୍ରିପ୍ଟୋକରେନ୍ସୀରେ ଟଙ୍କା ଲଗାଉଥିବା ଲୋକଙ୍କୁ ୩୦ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡ଼ିଥାଏ । କିନ୍ତୁ ଏବେ କ୍ରିପ୍ଟୋରେ ଟଙ୍କା ଲଗାଉଥିବା ଲୋକଙ୍କୁ ୧ ପ୍ରତିଶତ ଟିଡିଏସ ମଧ୍ୟ ଦେବାକୁ ହେବ ।

ଏଲପିଜି ରେଟ୍ ରେ ପରିବର୍ତ୍ତନ

୧ ଜୁଲାଇ ଠାରୁ ଏଲପିଜି ଗ୍ୟାସ ଦରରେ ପରିବର୍ତ୍ତନ ହୋଇପାରେ । ପ୍ରତି ମାସର ପ୍ରଥମ ତାରିଖରେ ଘରୋଇ ଏବଂ କମର୍ସିଆଲ ଗ୍ୟାସ୍ ଦର ନିର୍ଦ୍ଧାରିତ ହୋଇଥାଏ । ଅନୁମାନ କରାଯାଉଛି ଦାମ୍ ପୁଣି ବଢ଼ିପାରେ ।

Get real time updates directly on you device, subscribe now.