fbpx
BJD
BJD SKY
BJD SKY

ସେକ୍ସ କଲେ ହେବ ୭ ବର୍ଷର ଜେଲ୍, ଫ୍ୟାନ୍ସଙ୍କୁ ଚେତାବନୀ ଦେଲା ଏହି ଦେଶ

ଷ୍ଟାଡିୟମରେ ବସି ମ୍ୟାଚ୍ ଦେଖିବାର ମଜାହିଁ କିଛି ଅଲଗା । ପୁଣି ୱାର୍ଲ୍ଡ କପ୍ ମ୍ୟାଚ୍ ହେଲେ ତ’ ମଜା ସଂପୂର୍ଣ୍ଣ ଅଲଗା । ମଜା ମଜଲିସ୍, ପାର୍ଟୀ, ହୋହାଲ୍ଲା ମଇଦାନ ଏବଂ ମଇଦାନ ବାହାରେ ମଧ୍ୟ ଦେଖିବାକୁ ମିଳେ । କିନ୍ତୁ ନଭେମ୍ବରରେ କତାରରେ ହେବାକୁ ଥିବା ଫିପା ୱାର୍ଲ୍ଡ କପ୍ ଦେଖିବା ପାଇଁ ଆସିବାକୁ ଥିବା ଫ୍ୟାନ୍ସଙ୍କ ଉପରେ କଡ଼ା ନିୟମ ପାଳନ କରିବାକୁ କହିଛି ।

ପ୍ରକୃତରେ କତାରରେ ସେକ୍ସକୁ ନେଇ କଡ଼ା ନିୟମ ରହିଛି । ପତି କିମ୍ବା ପତ୍ନୀ ବ୍ୟତୀତ ଅନ୍ୟ କାହା ସହ ସହମତିରେ ମଧ୍ୟ ସେକ୍ସ କରିବା ବେଆଇନ ଏବଂ ଏଥିପାଇଁ କଡ଼ା ନିୟମ ରହିଛି । ତେଣୁ କତାର ଆସୁଥିବା ସିଙ୍ଗିଲ ଲୋକଙ୍କୁ କାହା ସହ ସେକ୍ସ କରୁଥିବାର ଧରାପଡ଼ିଲେ ତାଙ୍କୁ ପୋଲିସ୍ ଗିରଫ କରିବା ନେଇ ନିୟମ ଲଗାଯାଇଛି । ଏମିତିକି ସମଲିଙ୍ଗୀ ସଂପର୍କରେ ରହିଲେ ବି କାର୍ଯ୍ୟାନୁଷ୍ଠାନ ହେବ । ନିୟମ ନମାନିଲେ ଜେଲ୍ ଯିବାକୁ ପଡ଼ିବ ଏମିତିକି ୭ ବର୍ଷର ଜେଲ୍ ମଧ୍ୟ ହୋଇପାରେ । ପ୍ରକୃତରେ ଏଥର ଫୁଟବଲ୍ ୱାର୍ଲ୍ଡ କପ୍ କତାର ଆୟୋଜିତ କରୁଛି ।

କତାରକୁ ଦେଶକୁ ଆସୁଥିବା ଫୁଟବଲ ଫ୍ୟାନଙ୍କୁ ଚେତାବନୀ ଦେଇଛି ଯେ ଏହି ବର୍ଷ ଫୁଟବଲ ୱାର୍ଲ୍ଡ କପ୍ ରେ ୱାନ ନାଇଟ ଷ୍ଟାଣ୍ଡ ସଂପୂର୍ଣ୍ଣ ଭାବରେ ବ୍ୟାନ୍ । ଯଦି କେହି ଏଥିରେ ଲିପ୍ତ ପାଇଲେ ତାଙ୍କୁ ଜେଲ ଦଣ୍ଡ ଦିଆଯାଇପାରେ । ଚଳିତ ବର୍ଷ ୱାର୍ଲ୍ଡ କପ୍ ରେ ପ୍ରଥମ ଥର ବାଧ୍ୟତାମୂଳକ ଭାବରେ ସେକ୍ସ ଉପରେ ପ୍ରତିବନ୍ଧକ ଲଗାଯାଇଛି । ହୋହାଲ୍ଲା ପାର୍ଟୀ ଉପରେ ମଧ୍ୟ ବ୍ୟାନ୍ ଲଗାଯାଇଛି । ସୂଚନାଯୋଗ୍ୟ, ମ୍ୟାଚ୍ ପରେ ମଦ ପିଇବା ଏବଂ ପାର୍ଟୀ କରିବା ୱାର୍ଲ୍ଡ କପ୍ ଫ୍ୟାନ୍ସଙ୍କ ଏକ ଟ୍ରେଣ୍ଡ୍ ରହିଆସିଛି ।

ଡେଲି ଷ୍ଟାରର ଏକ ରିପୋର୍ଟ ଅନୂଯାୟୀ କେବଳ ପତି ପତ୍ନୀଙ୍କୁ ଅନୁମତି ରହିଛି । କିନ୍ତୁ ଯଦି ଆପଣ ପତି ପତ୍ନୀ ନୁହଁନ୍ତି ତେବେ ସେକ୍ସ ଆପଣଙ୍କ ପାଇଁ ଦଣ୍ଡ ହୋଇପାରେ । କତାରରେ ବିବାହ ବିନା ସେକ୍ସ ଏବଂ ସମଲିଙ୍ଗି ସଂପର୍କ ବେଆଇନ୍ । ଏମିତିରେ ଭିନ୍ନ ଭିନ୍ନ ସାଙ୍ଗିଆ ଥିବା ଦମ୍ପତ୍ତି ମଧ୍ୟ କତାରରେ ହୋଟେଲରେ ରହିପାରିବେ ନାହିଁ ।

କତାରରେ ଫିଫା ୨୦୨୨ ୱାର୍ଲ୍ଡ କପ୍ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ନାସିର କହିଛନ୍ତି ଯେ ଆମ ପାଇଁ ଫ୍ୟାନ୍ସଙ୍କ ସୁରକ୍ଷା ପ୍ରଥମ । ସର୍ବସମ୍ମୁଖରେ ରୋମାନ୍ସ କରିବା ଆମର ସଂସ୍କୃତିର ଅଂଶ ନୁହେଁ । ଯଦି ଏଠାକୁ ଆସୁଛନ୍ତି ତେବେ ତାଙ୍କୁ ଦେଶର ନିୟମକୁ ପାଳନ କରିବାକୁ ହିଁ ପଡ଼ିବ । ସେପଟେ କତାର ଫୁଟବଲ ଆସୋସିଏସନ ମହାସଚିବ ମନସୁର ଅଲ ଅନସାରୀ କହିଛନ୍ତି ଯେ ଇନ୍ଦ୍ରଧନୁ ରଙ୍ଗର ପତାକା ଉପରେ ପ୍ରତିବନ୍ଧକ ଲଗାଇବା ଉପରେ ବିଚାର କରାଯାଉଛି । ସେ କହିଛନ୍ତି ଯେ ଯଦି ଆପଣ ଏଲଜିବିଟିକ୍ୟୁ ବିଷୟରେ ନିଜର ବିଚାର ପ୍ରଦର୍ଶନ କରିବାକୁ ଚାହୁଛନ୍ତି ତେବେ ଏଭଳି ସମାଜରେ କରନ୍ତୁ ଯେଉଁଠି ଏହାକୁ ସ୍ୱୀକାର କରାଯାଏ ।

Get real time updates directly on you device, subscribe now.