fbpx

ଜରୁରୀ ସୂଚନା; ଜଣେ ବ୍ୟକ୍ତି କେତୋଟି ବ୍ୟାଙ୍କରେ ରଖିପାରିବେ ଆକାଉଣ୍ଟ? କ’ଣ କହୁଛି ସରକାରଙ୍କ ନିୟମ

ନୂଆଦିଲ୍ଲୀ: ଆଜିକାଲି ଆର୍ଥିକ ନେଣଦେଣ କରିବା ପାଇଁ ବ୍ୟାଙ୍କ ଆକାଉଣ୍ଟ ରହିବା ଆବଶ୍ୟକ । ଏହା ସହ ଜମା ପୁଞ୍ଜିକୁ ସୁରକ୍ଷିତ ରଖିବା ପାଇଁ ବ୍ୟାଙ୍କ ଆକାଉଣ୍ଟର ଆବଶ୍ୟକତା ପଡିଥାଏ । ତେବେ ବର୍ତ୍ତମାନ ଅଧିକାଂଶ ଲୋକଙ୍କ ପାଖରେ ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି । କିନ୍ତୁ ଆପଣ ଜାଣିଛନ୍ତି କି ଜଣେ ବ୍ୟକ୍ତିଙ୍କ ପାଖରେ ସର୍ବାଧିକ କେତୋଟି ବ୍ୟାଙ୍କ ଆକାଉଣ୍ଟ ରହିପାରିବ? ଏଥିପାଇଁ ମଧ୍ୟ ସରକାରଙ୍କର ନିୟମ ରହିଛି ।

ବ୍ୟାଙ୍କରେ ବିଭିନ୍ନ ପ୍ରକାରର ଆକାଉଣ୍ଟ ଖୋଲାଯାଇଥାଏ:- ସେଭିଙ୍ଗସ ଅକାକାଉଣ୍ଟ, କରେଣ୍ଟ ଆକାଉଣ୍ଟ, ସାଲାରୀ ଆକାଉଣ୍ଟ ଏବଂ ଜଏଣ୍ଟ ଆକାଉଣ୍ଟ ଇତ୍ୟାଦି । ତେବେ ଲୋକମାନେ ମୁଖ୍ୟତଃ ସେଭିଙ୍ଗସ ଅକାକାଉଣ୍ଟକୁ ପ୍ରାଧାନ୍ୟ ଦେଇଥାନ୍ତି । ଏଥିରେ ସାଧାରଣତଃ ପୁଞ୍ଜି ଜମା ରଖିବା ପାଇଁ ଏହି ଆକାଉଣ୍ଟ ଖୋଲା ଯାଇଥାଏ, ଏବଂ ଏଥିରେ ବ୍ୟାଙ୍କ ତରଫରୁ ସୁଧ ମଧ୍ୟ ଦେଇଥାଏ । ସେହିପରି ବ୍ୟବସାୟ କିମ୍ବା ଅଧିକ ଟ୍ରାଞ୍ଜାକ୍ସନ କରୁଥିବା ବ୍ୟକ୍ତି କରେଣ୍ଟ ଆକାଉଣ୍ଟ ଖୋଲିଥାନ୍ତି । ଏହାବ୍ୟତୀତ ମାସିକ ଦରମା ପାଉଥିବା ବ୍ୟକ୍ତିଙ୍କ ପାଇଁ ସାଲାରୀ ଆକାଉଣ୍ଟ ଖୋଲା ଯାଇଥାଏ । ତେବେ ଏହି ଆକାଉଣ୍ଟ ଗୁଡିକର ମଧ୍ୟ ଭିନ୍ନ ଭିନ୍ନ ଫାଇଦା ରହିଥାଏ । ତେବେ ନିୟମିତ ଦରମା ଆସୁଥିବାରୁ ଏହି ଆକାଉଣ୍ଟରେ ମିନିମମ୍ ବାଲାନ୍ସ ମଧ୍ୟ ରଖିବାକୁ ପଡିନଥାଏ । ତେବେ ଅଫିସ ବଦଳାଇବା ସମୟରେ ଆପଣ ଏହାକୁ ବନ୍ଦ କରିପାରିବେ ।

ତେବେ ଯଦି ଜଣେ ବ୍ୟକ୍ତିଙ୍କ ନାଁ ଥିବା ବ୍ୟାଙ୍କ ଆକାଉଣ୍ଟର ସଂଖ୍ୟା ବିଷୟରେ କୁହାଯାଏ, ତେବେ ସରକାରଙ୍କ ପକ୍ଷରୁ ସେ ନେଇ କୌଣସି ନିର୍ଦ୍ଧାରିତ ସଂଖ୍ୟା ଧାର୍ଯ୍ୟ ହୋଇ ନାହିଁ । ନିଜ ଆବଶ୍ୟକତା ଅନୁସାରେ, ଜଣେ ବ୍ୟକ୍ତି ଏକାଧିକ ଆକାଉଣ୍ଟ ଖୋଲିପାରିବେ । ତେବେ ଅର୍ଥ ବିଶେଷଜ୍ଞଙ୍କ ଅନୁସାରେ, ୩ରୁ ଅଧିକ ସେଭିଙ୍ଗ ଆକାଉଣ୍ଟ ନ ଖୋଲିବା ପାଇଁ ପରାମର୍ଶ ଦେଉଛନ୍ତି । କାରଣ ଏ ସମସ୍ତ ଆକାଉଣ୍ଟକୁ ପରିଚାଳନା କରିବାରେ ସମସ୍ୟା ସୃଷ୍ଟି ହୋଇଥାଏ । ଏହି ଖାତାରେ ସବନିମ୍ନ ରାଶି ରହିବା ଆବଶ୍ୟକ ହୋଇଥାଏ । ସେହିପରି କିଛି ସମୟ ଆକାଉଣ୍ଟ ବ୍ୟବହାର କରା ନ ଗଲେ ଏହି ଆକାଉଣ୍ଟ ନିଷ୍କ୍ରିୟ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ଜଣେ ବ୍ୟକ୍ତି ନିଜ ଆବଶ୍ୟକତା ଅନୁସାରେ, ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଆବଶ୍ୟକ । ସରକାରଙ୍କ ପକ୍ଷରୁ ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ନିୟମ କରାଯାଇ ନାହିଁ ।

Get real time updates directly on you device, subscribe now.