fbpx

ଗଙ୍ଗାରେ କେତେ ଶବ ଫିଙ୍ଗାଯାଇଛି, ତାର କୌଣସି ତଥ୍ୟ ଆମ ପାଖରେ ନାହିଁ- ମୋଦୀ ସରକାର

ନୂଆଦିଲ୍ଲୀ: ମୋଦୀ ସରକାର ସୋମବାର ଦିନ କହିଛନ୍ତି, ଦ୍ୱିତୀୟ କୋଭିଡ୍ ଲହରରେ ଗଙ୍ଗାରେ କେତେ ଶବ ଭସାଯାଇଛି ଓ ପୋତାଯାଇଛି ତାର କୌଣସି ତଥ୍ୟ ଆମ ପାଖରେ ଉପଲବ୍ଧ ନାହିଁ । ଜୁନିୟର୍ ଜଳ ଶକ୍ତି ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ସୋମବାର ଦିନ ରାଜ୍ୟ ସଭାରେ କହିଛନ୍ତି ଯେ, “ଗଙ୍ଗା ନଦୀରେ ଫିଙ୍ଗାଯାଇଥିବା କୋଭିଡ୍ ରୋଗୀଙ୍କ ସଂଖ୍ୟା ସମ୍ପର୍କରେ କୌଣସି ସୂଚନା ଉପଲବ୍ଧ ନାହିଁ” ।

ତୃଣମୁଳ କଂଗ୍ରେସର ସାଂସଦ ଡେରେକ୍ ଓ ବ୍ରାୟନ୍ ଙ୍କ ଏକ ପ୍ରଶ୍ନର ଉତ୍ତରରେ ମୋଦୀ ସରକାର ଏହି ଜବାବ ରଖିଛନ୍ତି । ବ୍ରାୟନ୍ କୋଭିଡ୍ ପ୍ରୋଟୋକଲ୍ ଅନୁସାରେ ଶବ ଗୁଡ଼ିକର ବ୍ୟବସ୍ଥା କରିବା ପାଇଁ ଉଠାଯାଇଥିବା ପଦକ୍ଷେପ ସମ୍ପର୍କତେ ତଥ୍ୟ ମାଗିଥିଲେ । ଆଉ ଏହି ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ, ଅଜ୍ଞାତ, ପୋଡ଼ିଯାଇଥିବା/ଆଂଶିକ ରୂପରେ ପୋଡ଼ିଯାଇଥିବା ଶବ ନଦୀ କିମ୍ବା କୁଳରେ ଠାବ କରାଯାଇଥିଲା, ଏହି ଘଟଣା ଉତ୍ତର ପ୍ରଦେଶ ଓ ବିହାରର କିଛି ଜିଲ୍ଲାରୁ ସାମନାକୁ ଆସିଥିଲା ।

ସୂଚନାଯୋଗ୍ୟ, ଗତ ବର୍ଷ ମେ-ଜୁନ୍ ମାସରେ ପବିତ୍ର ଗଙ୍ଗାରେ ଭାସୁଥିବା ମୃତ ଦେହ ଗୁଡ଼ିକର ଭୟାବହ ଚିତ୍ର ସାମନାକୁ ଆସିଥିଲା । କୁହାଯାଇଥିଲା ଯେ, ଏହି ଶବ ଗୁଡ଼ିକ କୋଭିଡ୍ ରୋଗୀଙ୍କର । ଏହି ଭାସୁଥିବା ମୃତଦେହ ଗୁଡ଼ିକର ଦୃଶ୍ୟ କେବଳ ଭାରତରେ ନୁହେଁ ବରଂ ପୂରା ବିଶ୍ୱରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଥିଲା । ସୁପ୍ରିମକୋର୍ଟ ଏହାକୁ ଗମ୍ଭୀର ସମସ୍ୟା ବୋଲି କହିଥିଲେ ଓ ସମ୍ବନ୍ଧିତ ସରକାରଙ୍କୁ ଏନେଇ ତାଗିଦ୍ ବି କରିଥିଲେ ।

Get real time updates directly on you device, subscribe now.