ରାତିରେ ଖାଇବା ପରେ ଚାଲୁଛନ୍ତି କି? ଜାଣନ୍ତୁ ଶରୀର ଉପରେ କଣ ପଡିବ ପ୍ରଭାବ

ନୂଆଦିଲ୍ଲୀ: ଯଦି ଆପଣ ସୁସ୍ଥ ରହିବାକୁ ଚାହାଁନ୍ତି, ତେବେ ଆପଣଙ୍କ ଦୈନନ୍ଦିନ ଜୀବନରେ ଚାଲିବା ବହୁତ ଲାଭଦାୟକ ସାବ୍ୟସ୍ତ ହୋଇପାରେ । ବିଶେଷକରି ରାତିରେ ରାତ୍ରୀ ଭୋଜନ ପରେ ଚାଲିବାକୁ ଯାଆନ୍ତୁ । ଯେଉଁମାନେ ଖାଇବା ପରେ ତୁରନ୍ତ ଶୋଇଯାଆନ୍ତି ତେବେ ଏହା ସ୍ବାସ୍ଥ୍ୟପକ୍ଷେ ହାନିକାରକ ହୋଇଥାଏ । ଚାଲିବା ଦ୍ବାରା କେବଳ ଓଜନ ହ୍ରାସ ହୁଏ ନାହିଁ ବରଂ ଶରୀର ସୁସ୍ଥ ରହିଥାଏ ।

ରାତ୍ରୀ ଭୋଜନ ପରେ କେତେ ସମୟ ଚାଲିବା ଉଚିତ?- ରାତିରେ ରାତ୍ରୀ ଭୋଜନ କରିବା ପରେ ଅତି କମରେ 30 ମିନିଟ୍ ଚାଲିବା ଉଚିତ । ଏହାର ଅବଧିକୁ 45 ମିନିଟ୍ ପର୍ଯ୍ୟନ୍ତ ମଧ୍ୟ ବୃଦ୍ଧି କରିପାରିବେ । ତଥାପି, ରାତିରେ ଚାଲିବା ସମୟରେ ବିଶେଷ ଧ୍ୟାନ ଦେବା ଉଚିତ । ଦ୍ରୁତ ଗତିରେ ନଚାଲି ଧିରେ ଚାଲିବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।

ପ୍ରତିଦିନ ଅଧ ଘଣ୍ଟା ଚାଲିବାର ଲାଭ: ଚାଲିବା ଦ୍ୱାରା ଶରୀରରେ କ୍ୟାଲୋରୀ ନଷ୍ଟ ହୁଏ, ଯାହା ଓଜନ ନିୟନ୍ତ୍ରଣରେ ରହେ ଏବଂ ମେଦବହୁଳତାର ଆଶଙ୍କା କମ୍ କରେ । ଖାଦ୍ୟ ଖାଇବା ପରେ ପ୍ରତିଦିନ ଚାଲିବା ଦ୍ୱାରା ରକ୍ତ ସଞ୍ଚାଳନ ଭଲ ହୁଏ ଏବଂ ଉଚ୍ଚ ରକ୍ତଚାପ ଏବଂ ହୃଦଘାତ ଭଳି ସମସ୍ୟାର ଆଶଙ୍କା କମ୍ ହୁଏ । ଚାଲିବା ଦ୍ୱାରା ଶରୀରର ଇନସୁଲିନ୍ ସମ୍ବେଦନଶୀଳତା ବୃଦ୍ଧି ପାଏ, ଯାହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖେ ଏବଂ ଟାଇପ୍-୨ ମଧୁମେହ ହେବାର ଆଶଙ୍କା କମ୍ କରେ ।

ଚାଲିବା ଦ୍ୱାରା ମସ୍ତିଷ୍କରେ ଏଣ୍ଡୋରଫିନ୍ ନିର୍ଗତ ହୁଏ, ଯାହା ଚାପ, ଅବସାଦ ଏବଂ ଚିନ୍ତାକୁ ହ୍ରାସ କରେ । ଏହା ମନକୁ ଶାନ୍ତ ଏବଂ ଏକାଗ୍ର ରଖେ । ଚାଲିବା ହାଡ଼କୁ ମଜବୁତ କରେ ଏବଂ ଅଷ୍ଟିଓପୋରୋସିସ୍ ଭଳି ସମସ୍ୟାର ଆଶଙ୍କା ହ୍ରାସ କରେ। ଏହା ଆଣ୍ଠୁ ଏବଂ ସନ୍ଧିରେ ଯନ୍ତ୍ରଣା ମଧ୍ୟ କମ କରିଥାଏ । ପ୍ରତିଦିନ ଚାଲିବା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ଼ କରେ, ଯାହା ଥଣ୍ଡା ଏବଂ ଅନ୍ୟାନ୍ୟ ରୋଗକୁ ରୋକିବାରେ ସାହାଯ୍ୟ କରେ ।