fbpx

ଯୋଗ ଉପବାସ: ନବରାତ୍ରିରେ ୯ ଦିନ ବ୍ରତ ରଖିଲେ ହ୍ରାସ ପାଏ କି ଓଜନ! ରିସର୍ଚ୍ଚରୁ ଖୁଲାସା

ନୂଆଦିଲ୍ଲୀ: ଆଜିଠୁ ନବରାତ୍ରୀ ଆରମ୍ଭ ହୋଇଛି। ମାଆଙ୍କ ସହ ଶରୀରର ଶକ୍ତି ପାଇଁ ମଧ୍ୟ ବ୍ରତ-ଉପବାସ ରଖାଯାଇଥାଏ। ଉପବାସ କରିବା ଦ୍ୱାରା ମନ ପ୍ରସନ୍ନ ହେବା ସହ ଶରୀରର ମେଟାବଲିଜିମ ଭଲ ହୋଇଥାଏ। ମେଟାବଲିଜିମ ଷ୍ଟ୍ରଙ୍ଗ ହେବାରେ ମୋଟାପଣ ହ୍ରାସ ହୋଇଥାଏ। ଉପବାସ କଲେ କ୍ୟାଲୋରୀ ଇନଟେକ କମିଯାଏ ଏବଂ ଶରୀରକୁ ଏନର୍ଜୀ କମ ମିଳିଥାଏ, ଏଭଳି ପରିସ୍ଥିତିରେ ମେଟାବଲିଜିମ ଶରୀରରେ ଥିବା ଚର୍ବିରୁ ଆବଶ୍ୟକୀୟ ଏନର୍ଜୀ ହାସଲ କରିଥାଏ ଏବଂ ପ୍ୟାଟ କମ ହେବାକୁ ଲାଗିଥାଏ।

ଏକ ଷ୍ଟଡି ମୁତାବକ, ଶରୀରର ମାତ୍ର ୫ ପ୍ରତିଶତ ଫ୍ୟାଟ ହ୍ରାସ ଘଟିବାରୁ ହାର୍ଟ ଡିଜିଜର ଭୟ ଅନେକ ପରିମାଣରେ କମିଯାଇଥାଏ। ଏତିକି ନୁହେଁ ଏକ ରିସର୍ଚ୍ଚରେ ସାମିଲ ଲୋକଙ୍କ ମଧ୍ୟରୁ ୭ କିଲୋ ଓଜନ ହ୍ରାସ କରିଥିବା ୭ ପ୍ରତିଶତ ଲୋକଙ୍କୁ ଡାଇବେଟିସର ଔଷଧ ଖାଇବାକୁ ଆବଶ୍ୟକ ପଡିନଥିଲା। ସୁଗାର କଣ୍ଟ୍ରୋଲ କରିଛନ୍ତି। ଆପଣଙ୍କୁ ଯୋଗର ବ୍ରତ ରଖିବା ଆବଶ୍ୟକ। ନବରାତ୍ରିରେ ପ୍ରତିଦିନ ନିଜର ଅଧା କିଲୋ ଓଜନ କମିଗଲେ, ୯ ଦିନରେ ଆପଣ ପାଖାପାଖି ୫ କିଲୋ ଓଜନ ହ୍ରାସ ହୋଇପାରେ।

ସକାଳୁ କିପରି ଶୀଘ୍ର ଉଠିବେ?
ନିଜ ଟାଇମ ଟେବୁଲ ପ୍ରସ୍ତୁତ କରନ୍ତୁ।
ଶୋଇବା ସମୟ ଫିକ୍ସ କରନ୍ତୁ
ନିଜକୁ ଚ୍ୟାଲେଞ୍ଜ କରନ୍ତୁ।
ରାତିରେ ପାଣି ପିଇ ଶୁଅନ୍ତୁ।

ଓଜନ କଣ୍ଟ୍ରୋଲ କରିବା ଲାଗି ଜୀବନରେ ପରିବର୍ତ୍ତନ ଆଣନ୍ତୁ
-ଲିଫ୍ଟ ସ୍ଥାନରେ ସିଡି ଚଢନ୍ତୁ।
-ବାରମ୍ବାର କଫି କି ଚାହା ପିଅନ୍ତୁ ନାହିଁ।
-ଚିପ୍ସ, ବିସ୍କୁଟ, କେକ ଠାରୁ ଦୂରେଇ ରୁହନ୍ତୁ
-ଭୋକ ଲାଗିଲେ ପ୍ରଥମେ ପାଣି ପିଅନ୍ତୁ।
-ଖାଇବା-ଶୋଇବାରେ ପ୍ରଥମେ ପାଣି ପିଅନ୍ତୁ।
-ଖାଦ୍ୟ-ଶୋଇବାରେ ୩ ଘଣ୍ଟା ଅନ୍ତର ରଖନ୍ତୁ।

Get real time updates directly on you device, subscribe now.