fbpx

ବୟସ ଅନୁଯାୟୀ କେତେ ରହିବ ଆପଣଙ୍କର ବ୍ଲଡ ସୁଗାର ଲେବଲ ? ଜାଣନ୍ତୁ ଆପଣଙ୍କ ପାଇଁ କେତେ ଠିକ୍

ମଧୁମେହ ଏକ ଅତ୍ୟନ୍ତ ଜଟିଳ ରୋଗ, ଥରେ ଏହା ଯାହାକୁ ହୋଇଯାଏ ତେବେ ଜୀବନସାରା ପିଛା ଛାଡ଼ିନଥାଏ । ଏପର୍ଯ୍ୟନ୍ତ ବୈଜ୍ଞାନିକମାନେ ଏହାର ଚିକିତ୍ସା ଖୋଜି ପାଇ ନାହାଁନ୍ତି । ଭାରତକୁ ମଧୁମେହର ରାଜଧାନୀ ମଧ୍ୟ କୁହାଯାଏ କାରଣ ଏହି ଦେଶରେ ମଧୁମେହ ରୋଗୀଙ୍କ ସଂଖ୍ୟା ସର୍ବାଧିକ ରହିଛି । କିଛି ଦଶନ୍ଧି ପୂର୍ବରୁ ୪୦-୪୫ ବର୍ଷରୁ ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ, କିନ୍ତୁ ବର୍ତ୍ତମାନ ନବଜାତ ଶିଶୁ ଏବଂ ଯୁବକମାନେ ମଧ୍ୟ ଏହାର ଶିକାର ହେଉଛନ୍ତି । ଯେତେବେଳେ ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣ ବାହାରକୁ ଯାଏ, ତେବେ ଏହି ରୋଗ ଆହୁରି ବିପଜ୍ଜନକ ହୋଇଯାଏ ।

ମଧୁମେହରେ ଶରୀର ଦୁର୍ବଳ ହୋଇଯାଏ :-
ମଧୁମେହ ଅନ୍ୟାନ୍ୟ ଅନେକ ରୋଗ ସୃଷ୍ଟି କରେ ଯେପରିକି ଦୃଷ୍ଟି ଶକ୍ତି ହ୍ରାସ, ଉଚ୍ଚ ରକ୍ତଚାପ, ହୃଦ ରୋଗ, କିଡନୀ ରୋଗ, ଯେଉଁ କ୍ଷେତ୍ରରେ ଶରୀର ଧୀରେ ଧୀରେ ଦୁର୍ବଳ ହେବାକୁ ଲାଗେ । ତଥାପି ସଠିକ୍ ଖାଦ୍ୟ ଏବଂ ଉପଯୁକ୍ତ ବ୍ୟାୟାମ ମାଧ୍ୟମରେ ଆପଣ ମଧୁମେହର ଆଶଙ୍କାକୁ କମାଇପାରିବେ । ଅନେକ ଲୋକ ଅଛନ୍ତି, ଯେଉଁମାନେ ମଧୁମେହରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ନିଜକୁ ସୁସ୍ଥ ରଖିବା ପାଇଁ ଅଧିକ ଧ୍ୟାନ ଦିଅନ୍ତି । ବୟସ ଅନୁଯାୟୀ ଆପଣଙ୍କ ରକ୍ତରେ ଶର୍କରା ସ୍ତର କ’ଣ ହେବା ଉଚିତ୍ ଆସନ୍ତୁ ଜାଣିବା …

ବୟସ ଅନୁଯାୟୀ ସୁଗାର ଲେବଲ :-

-ଯଦି ଆପଣଙ୍କର ବୟସ ୧୮ ବର୍ଷରୁ ଅଧିକ ରହିଛି, ତେବେ ଖାଦ୍ୟ ଖାଇବାର ୧ ବା ୨ ଘଣ୍ଟା ପରେ ଏହା ଡିସିଲିଟର ପିଛା ୧୪୦ ମିଲିଗ୍ରାମ ହେବା ଉଚିତ । ଯଦି ଆପଣ ଉପବାସ କରୁଛନ୍ତି ତେବେ ଏହା ଡିସିଲିଟର ପିଛା ୯୯ ମିଲିଗ୍ରାମକୁ ସୁସ୍ଥ ବୋଲି ଧରାଯାଏ । ଯଦି ଏଥିରୁ ସୁଗାର ଲେବଲ ଅଧିକ ବଢ଼ିଯାଏ, ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖାଇବା ଉଚିତ୍, ନଚେତ୍ ସ୍ୱାସ୍ଥ୍ୟ ପ୍ରତି ବିପଦ ହୋଇପାରେ ।

-ଯଦି ଆପଣଙ୍କୁ ୪୦ ବର୍ଷ ବୟସ ହୋଇଛି, ତେବେ ନିଜର ରକ୍ତ ପରୀକ୍ଷା ନିୟମିତ କରିବା ଉଚିତ କାରଣ ଏହି ବୟସରେ ବିପଦ ବହୁତ ଅଧିକ ରହିଥାଏ । ୪୦ ରୁ ୫୦ ବର୍ଷ ବୟସର ଲୋକଙ୍କର ଉପବାସରେ ସୁଗାରି ସ୍ତର ୯୦ ରୁ ୧୩୦ ଏମଜି/ ଡିଏଲ୍ ରହିବା ଉଚିତ୍, ଅନ୍ୟପଟେ ଖାଇବା ପରେ ଏହି ସ୍ତର ୧୪୦ ଏମଜି/ ଡିଏଲ୍ ରୁ କମ୍ ଏବଂ ରାତ୍ରୀ ଭୋଜନ ପରେ ଏହା ୧୫୦ ପର୍ଯ୍ୟନ୍ତ ହେବା ଉଚିତ୍ ।

ସୁଗାରକୁ କିପରି ନିୟନ୍ତ୍ରଣ କରିବେ :-
ଯଦି ଆପଣଙ୍କର ମଧୁମେହ ଅଛି, ତେବେ ଆପଣଙ୍କୁ ଯେକୌଣସି ପରିସ୍ଥିତିରେ ସୁଗାର ସ୍ତରକୁ ନିୟନ୍ତ୍ରଣ କରିବାକୁ ପଡିବ । ଏଥିପାଇଁ ଆପଣ ଶାରୀରିକ କାର୍ଯ୍ୟକଳାପ ବୃଦ୍ଧି କରିପାରିବେ, ଯଦି ଆପଣ ପ୍ରତିଦିନ ଚାଲିବାର ଅଭ୍ୟାସ କରନ୍ତି ତେବେ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହେବ । ଡାଏଟ୍ ମାମଲାରେ ତେଲିଆ ଖାଦ୍ୟ, ମିଠା ଜିନିଷ, ପ୍ରକ୍ରିୟାକୃତ ଖାଦ୍ୟ ସାମଗ୍ରୀକୁ ଯଥାସମ୍ଭବ ଏଡାନ୍ତୁ ।

Get real time updates directly on you device, subscribe now.