fbpx

(Video) ଘରେ କେତେ କ୍ୟାସ୍ ରଖି ପାରିବେ? ଟଙ୍କା ରଖିବାକୁ ନେଇ ଆୟକର ବିଭାଗର କ’ଣ ରହିଛି ନିୟମ ?

Advertisement

ଓଡିଶା ଭାସ୍କର: ଏବେ ସମସ୍ତଙ୍କର ଫୋନରେ ଟଙ୍କା । କାରଣ ପୁରା ଦୁନିଆ ଏବେ ଡିଜିଟାଲ ମାର୍କେଟରେ ଚାଲିଛି । ଛୋଟ ଚକଲେଟ ଠାରୁ ଦାମୀ କାର, ସବୁ କିଛି କିଣିବା ବେଳେ ମୋବାଇଲ ଫୋନରୁ ହିଁ ପେମେଣ୍ଟ କରିପାରୁଛନ୍ତି ଗ୍ରାହକ । ପକେଟ କି ଘରେ ଟଙ୍କା ରଖିବାକୁ ପଡ଼ୁନାହିଁ । କିନ୍ତୁ ଏବେ ବି ଅନେକ ଲୋକ ବ୍ୟାଙ୍କ କିମ୍ବା ଫୋନପେରେ ନ ରଖି ନିଜ ଘରେ କ୍ୟାସ୍ ରଖୁଥିବାର ଦେଖାଯାଇଛି । ତେବେ ଘରେ ଅଧିକ ପରିମାଣର ଟଙ୍କା ରଖିବା ଆପଣଙ୍କୁ ବିପଦରେ ପକାଇପାରେ । ତେଣୁ ଜଣେ ବ୍ୟକ୍ତି ଘରେ ସର୍ବାଧିକ କେତେ ଟଙ୍କା କ୍ୟାସ୍ ରଖିପାରିବେ, ସେ ବିଷୟରେ ସମସ୍ତଙ୍କୁ ଜାଣି ରଖିବା ଉଚିତ୍ । ହେଲେ ଆପଣମାନେ ଜାଣିଛନ୍ତି କି, ଆମେ ଘରେ କେତେ ଟଙ୍କା କ୍ୟାସ ରଖି ପାରିବା? କେତେ ଟଙ୍କା ରଖିଲେ ଆମକୁ ଅର୍ଥ ବିଭାଗର ଅନୁମତି ଆଣିବାକୁ ପଡ଼ିବ ନାହିଁ? କେତେ ଟଙ୍କା ରଖିଲେ ଘରେ ରେଡ ପଡ଼ିବ ନାହିଁ?

ଘର ଭିତରେ ଅଧିକ କ୍ୟାସ୍ ରଖୁଥିବା ବ୍ୟକ୍ତି ସର୍ବଦା ଚିନ୍ତାଗ୍ରସ୍ତ ରହିଥାନ୍ତି । ଘରୁ ଟଙ୍କା ଚୋରି ହେବାର ଭୟ ସହିତ ଇଡି ରେଡ୍ ଭୟ ମଧ୍ୟ ଘାରିଛି । ସେଥପାଇଁ ସବୁ ଟଙ୍କା ନେଇ ବ୍ୟାଙ୍କରେ ରଖିଦେଇ ଆସୁଥିବେ । କିନ୍ତୁ ଆମେ ଏଠାରେ ଆପଣ ମାନଙ୍କୁ କହିଦେବାକୁ ଚାହିଁବୁକି ଆପଣମାନେ ଘରେ ଯେତେ ଟଙ୍କା ପାରିବେ ରଖି ପାରିବେ । ଟଙ୍କା ରଖିବାରେ କୌଣସି ଅସୁବିଧା ନାହିଁ । ହେଲେ ଘରେ ଟଙ୍କା ରଖିବାକୁ ନେଇ ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟର ନିୟମକୁ ମାନି ଟଙ୍କା ରଖିବାକୁ ପଡ଼ିବ । ଯଦି ସେମିତି ନକରିବେ ତେବେ ଆପଣଙ୍କ ଟଙ୍କା ଉପରେ ରେଡ ହୋଇପାରେ । ଆପଣ ଜେଲ ବି ଯାଇ ପାରନ୍ତି । ତେବେ ଆସନ୍ତୁ ଜାଣିବା ଘରେ ଟଙ୍କା ରଖିବାକୁ ନେଇ ଆୟକର ବିଭାଗର କଣ ନିୟମ ରହିଛି ।

ଆୟକର ବିଭାଗ ଘରେ ଟଙ୍କା ରଖିବାକୁ ନେଇ କୌଣସି ଲିମିଟ ରଖି ନାହିଁ । ଆପଣ ଯେତେ ଟଙ୍କା ପାରିବେ ଘରେ ରଖି ପାରିବେ । କିନ୍ତୁ ଏହି ଟଙ୍କା ରଖିବାକୁ ନେଇ ଛୋଟ ଭୁଲ ଆପଣଙ୍କ ଉପରେ ଭାରି ପଡ଼ିପାରେ । ଘରେ ଆପଣ ରଖୁଥିବା ପ୍ରତିଟି ଟଙ୍କାର ହିସାବ ରଖିବାକୁ ପଡ଼ିବ । ଟଙ୍କା ରୋଜଗାରର ଉପାୟ ଠାରୁ କେଉଁଠୁ କେତେ ଟଙ୍କା ଆସୁଛି । ସବୁର ଚିଠା ଆପଣଙ୍କ ପାଖରେ ରହିବା ଦରକାର । ହିସାବ ସଠିକ ଥିଲେ ରେଡ ହେବ ନାହିଁ । କିନ୍ତୁ ହିସାବରେ ଏପଟ ସେପଟେ ହେଲେ ରେଡ ହେବା ସୁଚିଶ୍ଚିତ । ଆପଣମାନେ ଦେଖୁଥିବେ ଆୟକର ବିଭାଗ ରେଡ କରି କୋଟି କୋଟି ଟଙ୍କା ଜବତ କରୁଛି । ଆଉ ସେହି ସବୁ ଟଙ୍କା ହେଉଛି କଳା ଧନ । ଯାହାର ହିସାବ ଲୋକଙ୍କ ପାଖରେ ନଥାଏ । ଯଦି ଆପଣ ମାନଙ୍କ ପାଖରେ ସେମିତି କଳା ଧନ ରହିଛି ତାହାଲେ ଆପଣଙ୍କ ଘରେ ଜଲଦି ରେଡ ହେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.