ବେଙ୍ଗାଲୁରୁ: ମୈସୂର ଶହରି ବିକାଶ ପ୍ରାଧିକରଣ(MUDA) ଜମି ଆବଣ୍ଟନ ଦୁର୍ନୀତି ମାମଲାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ସମସ୍ୟା ଥମିବାର ନାଁ ଧରୁନି । ଏହି ମାମଲାରେ ସିଦ୍ଧରମୈୟାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଅନୁମୋଦନ ପ୍ରଦାନ କରିଛନ୍ତି । ଏହା ପରଠାରୁ ସିଏମ୍ ପଦରୁ ଇସ୍ତଫା ଦେବା ନେଇ ତାଙ୍କ ଉପରେ ଚାପ ରହିଆସିଛି । ଶନିବାର କଂଗ୍ରେସ ରାଜଭବନ ଚଲୋ ପଦଯାତ୍ରା କରିଥିଲା । ରାଜ୍ୟପାଳଙ୍କ ଉପରେ ଚାପ ପକାଇ ତାଙ୍କ ଅନୁମୋଦନ ନିଷ୍ପତ୍ତି ଉପରେ ପୁନର୍ବିଚାର କରାଇବା ଏହି ପଦଯାତ୍ରାର ଉଦ୍ଦେଶ୍ୟ ଥିଲା । ଏଥିମଧ୍ୟରେ ସିଦ୍ଧରମୈୟାଙ୍କୁ ନେଇ ଆରଟିଆଇର ଏକ ନୂତନ ତଥ୍ୟ ସାମ୍ନାକୁ ଆସିଛି । ସୋସିଆଲ ମିଡିଆ ଆକାଉଣ୍ଟ ହ୍ୟାଣ୍ଡେଲ କରିବା ପାଇଁ ସିଦ୍ଧରମୈୟା କେତେ ଖର୍ଚ୍ଚ କରନ୍ତି ତାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।
ଏକ ରିପୋର୍ଟ ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏହା ସୂଚନା ଦିଆଯାଇଛି କି ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ତୁଳନାରେ ସିଦ୍ଧରମୈୟା ସୋସିଆଲ ମିଡିଆରେ ବହୁତ କମ୍ ଖର୍ଚ୍ଚ କରନ୍ତି । ତାଙ୍କ ପୂର୍ବରୁ ଯିଏ ମୁଖ୍ୟମନ୍ତ୍ରୀ ଥଲେ ସେ ସୋସିଆଲ ମିଡିଆରେ ପ୍ରାୟ ୨ କୋଟି ଟଙ୍କା ଖର୍ଚ୍ଚ କରୁଥିଲେ । ସିଦ୍ଧରମୈୟା ମାସିକ ପ୍ରାୟ ୫୩.୯ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି ଯେଉଁଥିରେ ୧୮% ଜିଏସଟି ସାମିଲ ରହିଛି । ୨୫ ଜଣିଆ ଟିମ୍ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ହ୍ୟାଣ୍ଡେଲ କରିଥାନ୍ତି । ସିଦ୍ଧରମୈୟା ଉଭୟ ବ୍ୟକ୍ତିଗତ ଏବଂ ଅଫିସିଆଲ ସୋସିଆଲ ମିିଡିଆ ଆକାଉଣ୍ଟ ପାଇଁ ୫୩.୯ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି ।