fbpx

ବଜେଟ୍ ୨୦୨୨-୨୩: କୃଷି କ୍ଷେତ୍ରକୁ କେତେ, କାଳିଆ ଯୋଜନାରେ ଚାଷୀ ପାଇବେ ୫୦ ହଜାର ପର୍ଯ୍ୟନ୍ତ ଋଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବଜେଟ୍ ଆଗତ ହୋଇଥିଲା । ମୋଟ ୨ ଲକ୍ଷ କୋଟିର ପୂର୍ଣ୍ଣାଙ୍ଗ ବଜେଟ ଆଗତ ଆଗତ ହୋଇଛି । ଚଳିତ ବଜେଟରେ ସ୍ୱାସ୍ଥ୍ୟକ୍ଷେତ୍ରକୁ ୧୨ ହଜାର ୬୨୪ କୋଟିର ଅର୍ଥ ବ୍ୟୟବରାଦ କରାଯାଇଛି ।

ବଜେଟରେ କୃଷି ଓ ଚାଷୀଙ୍କୁ ଗୁରୁତ୍ୱ ଦିଆଯାଇଛି । କୃଷି ପାଇଁ ୨୧,୧୬୬ କୋଟି ଖର୍ଚ୍ଚ ହେବ । କାଳିଆ ଯୋଜନା ଅଧିନରେ ଚାଷୀଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯିବ । ଜଳସେଚନ ପ୍ରକଳ୍ପ ପାଇଁ ୨୪୯୩ କୋଟି, ବିଏସକେୱାଇ ଯୋଜନା ପାଇଁ ୨୬୬୪ କୋଟି, ଉଦ୍ୟାନ କୃଷି ପାଇଁ ୩୧୨ କୋଟି, କୁକୁଡ଼ା ଚାଷ ପାଇଁ ୧୦୨ କୋଟି, କାଳିଆ ଯୋଜନା ପାଇଁ ୧୮୭୪ କୋଟି ବ୍ୟୟବରାଦ କରାଯାଇଛି ।

ତେବେ ବଜେଟ ପାଇଁ ୨ ଲକ୍ଷ କୋଟିର ବ୍ୟୟବରାଦ କରାଯାଇଥିବା ବେଳେ ରାଜସ୍ୱ ପ୍ରାପ୍ତିରୁ ୧ ଲକ୍ଷ ୬୩ ହଜାର ୯୬୭ କୋଟି ସଂଗ୍ରହ କରାଯିବ । ଏହାଛଡ଼ା ଅନ୍ୟାନ୍ୟ ବାବଦରୁ ୩୬ ହଜାର ୩୩ କୋଟି ଟଙ୍କା ସଂଗ୍ରହ କରାଯିବ ବୋଲି ଜଣାପଡ଼ିଛି । ଗତ ମାର୍ଚ୍ଚ ୩୦ରେ ରାଜ୍ୟ ସରକାର ୧ ଲକ୍ଷ ୬ ହଜାର ୪୯୮ କୋଟିର ଏକ କାମଚଳା ବଜେଟ୍ ଆଗତ କରିଥିଲେ ।

Get real time updates directly on you device, subscribe now.