CHARIDHAM

ନୋଟ ଓ କଏନ ଛପାରେ କେତେ ଟଙ୍କା ଖର୍ଚ୍ଚ କରେ ରିଜର୍ଭ ବ୍ୟାଙ୍କ? ମିଳିଲା ଉତ୍ତର

ନୂଆଦିଲ୍ଲୀ: ବର୍ତ୍ତମାନ ପ୍ରତ୍ୟେକ କାମ ପାଇଁ ଟଙ୍କାର ଖୁବ ଆବଶ୍ୟକତା ରହିଛି । କୌଣସି ଜିନିଷ ଆଣିବା ପାଇଁ ହେଲେ ଟଭ୍କା ଖର୍ଚ୍ଚ କରିବାକୁ ହୁଏ । ଏମିତିକି ଟଙ୍କା ବାହାର କରିବା ପାଇଁ ମଧ୍ୟ ଖର୍ଚ୍ଚ ହୁଏ ମୋଟା ଆକାରର ଟଙ୍କା । ଆପଣ ବୋଧହୁଏ ବୁଝି ପାରିନଥିବେ । ଆମେ ଦେଖୁଥିବା ଭାରତୀୟ ମୁଦ୍ରାକୁ ବାହାର କରିବା ପାଇଁ ବା ଛାପିବା ପାଇଁ ରିଜର୍ଭ ବ୍ୟାଙ୍କ ମଧ୍ୟ କିଛି ଟଙ୍କା ଖର୍ଚ୍ଚ କରିଥାଏ । ତେବେ ବର୍ତ୍ତମାନ ପ୍ରଶ୍ନ ହେଉଛି ଏହାକୁ ବାହାର କରିବା ପାଇଁ କେତେ ଟଙ୍କା ଖର୍ଚ୍ଚ ହୁଏ? ନୋଟ୍ ଏବଂ କଏନ୍ ପାଇଁ ସମାନ ଟଙ୍କା ନା କମ୍ ବେଶୀ ହୋଇଥାଏ ଆମାଉଣ୍ଟ? ଯଦି ହଁ ତେବେ କିଏ ବେଶୀ ମହଙ୍ଗା? ଏମିତି ଅନେକ ପ୍ରଶ୍ନର ଉତ୍ତର ଆସନ୍ତୁ ଜାଣିବା ।

ଭାରତରେ ଟଙ୍କା ଛାପିବାର ଦାୟିତ୍ୱ ରିଜର୍ଭ ବ୍ୟାଙ୍କ ଇଣ୍ଡିଆ ଉପରେ ନ୍ୟସ୍ତ ରହିଛି । ଆରବିଆଇ ଏହି ଟଙ୍କା ଛାପିଥାଏ । ତେବେ ଆରବିଆଇର କହିବା ଅନୁଯାୟୀ, ନୋଟ୍ ଏବଂ କଏନ୍ ଛାପିବାର ଖର୍ଚ୍ଚ ଅଲଗା ଅଲଗା ହୋଇଥାଏ । କାଗଜ ଟଙ୍କା ବା ନୋଟ୍ ଛାପିବା ପାଇଁ ଯେତିକି ଟଙ୍କା ଖର୍ଚ୍ଚ ହୁଏ, ତାଠାରୁ ପ୍ରାୟ ୬ ଗୁଣ ଅଧିକ ଖର୍ଚ୍ଚ ହୁଏ କଏନ୍ ଛାପିବା ପାଇଁ । ଏହାପରେ ମଧ୍ୟ କଏନ୍ ଟଙ୍କା ଛାପିବାରେ ଆରବିଆଇ ହେଳା କରି ନଥାଏ । ତେବେ ଏହି ଛୋଟ କଏନ୍ ଛାପିବା ଦ୍ୱାରା ସାଧାରଣ ଲୋକ ଖୁବ ଲାଭବାନ୍ ହୋଇଥାନ୍ତି । ଏ ନେଇ ଆରବିଆଇର ଜଣେ ଅଦିକାରୀଙ୍କୁ ପ୍ରଶ୍ନ କରାଯାଇଥିଲା । ଯାହାର ଉତ୍ତରରେ ସେ କହିଛନ୍ତି ଯେ, ୧ ଟଙ୍କିଆ ମୁଦ୍ରା ତିଆରି କରିବାର ଏହାଠାରୁ ଖୁବ ଅଦିକ ହୋଇଥାଏ । ୧ ଟଙ୍କିଆ କଏନ୍ ତିଆରି କରିବା ପାଇଁ ୧.୧ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୨ଟଙ୍କିଆ କଏନ୍ ପାଇଁ ୧.୨୮ଟଙ୍କା ଖର୍ଚ୍ଚ ହୁଏ । ସେହିପରି ୫ଟଙ୍କିଆ କଏନ୍ ପାଇଁ ୩.୬୯୯ ଏବଂ ୧୦ ଟଙ୍କିଆ କଏନ୍ ପାଇଁ ୫.୫୪ଟଙ୍କା ଖର୍ଚ୍ଚ କରିଥାଏ ଆରବିଆଇ ।

ଅନ୍ୟ ପକ୍ଷରେ ଆରବିଆଇର ବିଜ୍ଞପ୍ତି ଅନୁସାରେ, ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବ୍ୟାଙ୍କ ତରଫରୁ ୧ ହଜାର ୧୦ ଟଙ୍କିଆ ନୋଟ ଛାପିବା ପାଇଁ ୯୬୦ ଟଙ୍କା ଖର୍ଚ୍ଚ ହୋଇଥିଲା । ଅର୍ଥାତ ପ୍ରତ୍ୟେକ ନୋଟ୍ ଛାପିବା ପାଇଁ ୯୬ ପଇସା ଖର୍ଚ୍ଚ ହୋଇଥାଏ । ୧୦ ଟଭ୍କାର ଗୋଟିଏ କଏନ୍ ପାଇଁ ୫.୫୪ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୧୦ ଟଙ୍କିଆ ନୋଟ ପାଇଁ ମାତ୍ର ୯୬ ପଇସା ଖର୍ଚ୍ଚ କରୁଛି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ । ତେବେ କାଗଜ ଟଙ୍କା ଛାପିବା ଅପେକ୍ଷା କଏନ ଛାପିବା ଅଧିକ ଲାଭଦାୟକ ହୋଇଥାଏ । କାରଣ ନୋଟ ତିଆରି ପାଇଁ ୧୫ରୁ ୧୭ ପ୍ରକାରର ଫିଚର୍ସର ବ୍ୟବହାର କରିବାକୁ ପଡିଥାଏ । ଏହାବ୍ୟତୀତ କଏନ୍ ବର୍ଷ ବର୍ଷ ପର୍ଯ୍ୟନ୍ତ ଚାଲୁଥିବା ବେଳେ ନୋଟ କିଛି ବର୍ଷ ଚାଲିପାରିବ ଏବଂ ଅନେକ ସମୟରେ ନୋଟ ଛାପିବା କଏନ ଛାପିବା ତୁଳନାରେ ମହଙ୍ଗା ହୋଇଯାଏ ।