fbpx

ସରକାରୀ ବ୍ୟାଙ୍କକୁ କେତେ ମିଳିଲା ଲାଭ? ୨୦୨୩-୨୪ ବର୍ଷରେ ୩୫ ପ୍ରତିଶତ ଲାଭ ବୃଦ୍ଧି ରେକର୍ଡ

Advertisement

ନୂଆଦିଲ୍ଲୀ: ୨୦୨୩-୨୪ ଆର୍ଥିକ ବର୍ଷରେ ଦେଶର ସରକାରୀ ବ୍ୟାଙ୍କଗୁଡ଼ିକର ସମୁଦାୟ ଲାଭ ରିପୋର୍ଟ ଜାରି ହୋଇଛି । ଏହି ବର୍ଷରେ ବିଭିନ୍ନ ସରକାରୀ ବ୍ୟାଙ୍କ ଦମଦାର ଇନକମ୍ କରିଛନ୍ତି । ଏହାସହିତ ସେୟାର ମାଧ୍ୟମରେ ନିବେଶକମାନଙ୍କୁ ମଧ୍ୟ ବଢିଆ ଲାଭ ପ୍ରଦାନ କରିଛି । ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ବ୍ୟାଙ୍କଗୁଡ଼ିକର ସଞ୍ଚୟ ଲାଭ ପ୍ରାୟ ୩୫ ପ୍ରତିଶତ ବୃଦ୍ଧି ହୋଇଥିବା ରେକର୍ଡ କରାଯାଇଛି । ଏହିବର୍ଷରେ ସରକାରୀ ବ୍ୟାଙ୍କଗୁଡ଼ିକ ପାୟ ୧.୪ ଲକ୍ଷ କୋଟି ଟଙ୍କାରୁ ଅଧିକ ଲାଭ କରିଥିବା ଜାଣିବାକୁ ମିଳିଛି । ତେବେ ଆସନ୍ତୁ ଜାଣିବା କେଉଁ ବ୍ୟାଙ୍କ କେତେ ଟଙ୍କା ଲେଖାଏଁ ଲାଭ ହାସଲ କରିଛନ୍ତି ।

ସୂଚନା ଅନୁସାରେ, ୨୦୨୩-୨୪ ଆର୍ଥିକ ବର୍ଷରେ ଦେଶର ସବୁଠାରୁ ଭରସାଯୋଗ୍ୟ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋଟ ୬୧,୦୭୭ କୋଟି ଟଙ୍କାର ଲାଭ କରିଛି । ତେବେ ଏହା ଗତ ଆର୍ଥିକ ବର୍ଷ ୨୦୨୨-୨୩ ଅପେକ୍ଷା ୨୨ ପ୍ରତିଶତ ଅଧିକ ରେକର୍ଡ ହୋଇଛି । ସେହିପରି ପଞ୍ଜାବ ନେସନାଲ ବ୍ୟାଙ୍କର ଶୁଦ୍ଧ ଲାଭ ସର୍ବାଧିକ ୨୨୮ ପ୍ରତିଶତ ବୃଦ୍ଧି ପାଇ ୮,୨୪୫ କୋଟି ଟଙ୍କାରେ ପହଞ୍ଚିଛି । ଏହାପରେ ୟୁନିଅପ୍ ବ୍ୟାଙ୍କ ଆଫ୍ ଇଣ୍ଡିଆ ମଧ୍ୟ ଏହି ବର୍ଷରେ ୬୨ ପ୍ରତିଶତ ବୃଦ୍ଧି ସହିତ ୧୩,୬୪୯ କୋଟି ଟଙ୍କା ଲାଭ କରିପାରିଛି । ତେବେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ୬୧ ପ୍ରତିଶତ ବୃଦ୍ଧି ସହିତ ଏହା ୨,୫୪୯ କୋଟି ଟଙ୍କାର ଲାଭ ହାସଲ କରିବାରେ ସଫଳ ହୋଇଛି ।

ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟ ୫୭ ପ୍ରତିଶତର ବୃଦ୍ଧି ସହିତ ୬,୩୧୮ କୋଟି ଟଙ୍କା ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରରେ ୬୫୬% ବୃଦ୍ଧି ପରେ ୪,୦୫୫ କୋଟି ଟଙ୍କା ଲାଭ ପହଞ୍ଚି ପାରିଛି । ଚେନ୍ନାଇର ଇଣ୍ଡିଆ ବ୍ୟାଙ୍କରେ ୫୩ ପ୍ରତିଶତ ବୃଦ୍ଧି ପରେ ମୋଟ ୮,୦୬୩ କୋଟି ଟଙ୍କା ଲାଭ ହୋଇଥିବା ରେକର୍ଡ କରାଯାଇଛି । ଗତ ଆର୍ଥିକ ବର୍ଷରେ ସାର୍ବଜନିକ କ୍ଷେତ୍ରର ୧୨ ବ୍ୟାଙ୍କରେ ପଞ୍ଜାବ ଏବଂ ସିନ୍ଦ ବ୍ୟାଙ୍କର ଲାଭରେ ହ୍ରାସ ହୋଇଥିବା ଦେଖାଯାଇଛି । ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କର ବାର୍ଷିକ ଶୁଦ୍ଧ ଲାଭ ୫୫ ପ୍ରତିଶତ ହ୍ରାସ ପାଇ ୫୯୫ କୋଟି ଟଙ୍କାକୁ ଖସି ଆଛି । ବ୍ୟାଙ୍କ ଅଫ୍ ବରୋଦା(୧୭,୭୮୮ କୋଟି ଟଙ୍କା) ଏବଂ କାନାରା ବ୍ୟାଙ୍କ(୧୪,୫୫୪ କୋଟି ଟଙ୍କା) ୨୦୨୩-୨୪ ଆର୍ଥିକ ବର୍ଷରେ ୧୦ ହଜାର କୋଟି ଟଙ୍କାରୁ ଅଧିକ ବାର୍ଷିକ ଲାଭ ରେକର୍ଡ କରିଛି ।

Get real time updates directly on you device, subscribe now.