fbpx

କେତେ ଦିନ ବ୍ୟବଧାନରେ ଇନଭର୍ଟର ବ୍ୟାଟେରୀରେ ପାଣି ଭରିବା ଉଚିତ ? ଏହି ଉପାୟରେ ବୃଦ୍ଧି ପାଇଥାଏ ପାୱାର ବ୍ୟାକଅପ୍

Advertisement

ଓଡ଼ିଶା ଭାସ୍କର: ଅଧିକାଂଶ ଲୋକମାନେ ଇନଭର୍ଟର ବ୍ୟବହାର କରିଥାନ୍ତି । ବିଦୁ୍ୟତ କାଟ୍ ସମୟରେ ଏହା ସହାୟକ ହୋଇଥାଏ । ଇନଭର୍ଟରର ସଠିକ ସଞ୍ଚଳନ ପାଇଁ ଉଚିତ ରକ୍ଷଣାବେକ୍ଷଣ ଆବଶ୍ୟକ । ଇନଭର୍ଟର ବ୍ୟାଟେରୀରେ ନିୟମିତ ବ୍ୟବଧାନରେ ପାଣି ଭରିବା ଜରୁରୀ ଅଟେ । ଇନଭର୍ଟର ଶକ୍ତି ବ୍ୟାଟେରୀର କ୍ଷମତା ଉପରେ ନିର୍ଭର କରିଥାଏ । ବ୍ୟାଟେରୀ ସୁସ୍ଥ ରହିଲେ ଅଧିକ ସମୟ ପର୍ଯ୍ୟନ୍ତ ବ୍ୟାକଅପ୍ ମିଳିଥାଏ । କିନ୍ତୁ ଅନେକ ଥର ଆମ ଭୁଲ ହେତୁ ଇନଭର୍ଟର ବ୍ୟାଟେରୀ ଶୀଘ୍ର ନଷ୍ଟ ହୋଇଥାଏ । ତେଣୁ ବ୍ୟାଟେରୀର ଯତ୍ନ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।

ଇନଭର୍ଟରରେ ପାଣି ଭରିବା କୌଣସି ରକେଟ୍ ସାଇନ୍ସ ନୁହେଁ । କିନ୍ତୁ ଏହି କାର୍ଯ୍ୟରେ ହେଳା କରିବା ଦ୍ୱାରା ବ୍ୟାଟେରୀରେ ପାଣି ଶୁଖଯିବା ସହ ବ୍ୟାଟେରୀ ଶୀଘ୍ର ଖରାପ ହେବାର ସମ୍ଭାବନା ରହିଛି । ତେବେ ଆସନ୍ତୁ ଜାଣିବା ଇନଭର୍ଟର ବ୍ୟାଟେରୀରେ କେବେ ଆଉ କେମିତି ପାଣି ଭରିବା ଉଚିତ ।

– ପ୍ରତ୍ୟେକ ଦେଢ଼ ମାସରେ ବ୍ୟାଟେୀର ପାଣିର ସ୍ତର ଯାଞ୍ଚ୍ କରିବା ଉଚିତ । ପାଣି କମ୍ ଲାଗିଲେ ଫୁଲ୍ କରିପାରିବେ ।

– ଇନଭର୍ଟର ବ୍ୟାଟେରୀରେ କେବଳ ଡିସଟିଲ୍ଡ ପାଣି ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଇଥାଏ । ଏହା କୌଣସି ପ୍ରକାର ରିଆକ୍ସନ କରିନଥାଏ । ଏଥିରେ ଟ୍ୟାପ୍ ବା ଆରଓ ପାଣି ବ୍ୟବହାର କରିବାର ଭୁଲ କରନ୍ତୁ ନାହିଁ ।

– ଆବଶ୍ୟକତାରୁ ଅଧିକ କିମ୍ବା ଆବଶ୍ୟକତାରୁ କମ୍ ପାଣି ବ୍ୟାଟେରୀ ପାଇଁ କ୍ଷତିକାରକ ହୋଇପାରେ । ଏମିତିରେ ପାଣିର ଇଣ୍ଡିକେଟର ନାଲି ରଂଗର ଥିଲେ ଏହାକୁ ରିଫିଲ କରିବା ଆବଶ୍ୟକ ନଥାଏ । ଅପରପକ୍ଷରେ ସବୁଜ ରଂଗ ଇଣ୍ଡିକେଟର ଉପରେ ପାଣିର ସ୍ତର ରହିଲେ ଏହା ଇନଭର୍ଟରରେ ବ୍ୟବହୃତ ହେଉଥିବା ଏସିଡକୁ ପତଳା କରିଥାଏ ଯଦ୍ୱାରା ଏହାର କାର୍ଯ୍ୟକ୍ଷମତା ପ୍ରଭାବିତ ହୋଇଥାଏ ।

– ବ୍ୟାଟେରୀରେ ପାଣି ଭରିବା ପରେ ତୁରନ୍ତ ବ୍ୟବହାର କରିବା ଅନୁଚିତ । ଏହା ଦ୍ୱାରା ବ୍ୟାଟେରୀ ଖରାପ ହୋଇପାରେ । ତେଣୁ ବ୍ୟାଟେରୀ ରିଫିଲ କରିବା ପରେ ୩-୪ ଘଣ୍ଟା ଇନଭର୍ଟର ଚାର୍ଜ କରିବା ପରେ ବ୍ୟବହାର କରିପାରିବେ ।

Get real time updates directly on you device, subscribe now.