fbpx

Gmailରେ ବ୍ଲକ କରିପାରିବେ ଇମେଲ ଆଇଡି; ଜାଣନ୍ତୁ ଏହାର ସହଜ ଉପାୟ

ନୂଆଦିଲ୍ଲୀ: ଆଜିକାଲି ସମସ୍ତେ ବହୁଳ ମାତ୍ରାରେ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି । କୌଣସି ସପିଙ୍ଗ ଠାରୁ ଆରମ୍ଭ କରି ଅନଲାଇନ୍ ମାଧ୍ୟମରେ ଟଙ୍କା ନେଣ ଦେଣ ସବୁକିଛି ଏହି ସୋସିଆଲ ମିଡିଆ ମାଧ୍ୟମରେ ହୋଇପାରୁଛି । ତେବେ ଏହି ସୋସିଆଲ ଆପ୍ ମଧ୍ୟରୁ ସବୁଠାରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଲୋକପ୍ରିୟ ଆପ୍ ହେଉଛ ଜିମେଲ । କାରଣ କୌଣସି ଆଣ୍ଡ୍ରଏଡ୍ ଫୋନରେ ଆପ୍ କୁ ଚଲାଇବାକୁ ହେଲେ ଜିମେଲର ଆବଶ୍ୟକ ପଡିଥାଏ । ତେବେ ବେଳେ ବେଳେ ଏପରି ହୁଏ ଆମେ ଆମର ମେଲ ଆଇଡିକୁ ଅନେକ ସ୍ଥାନରେ ଦେଇଥାନ୍ତି । ଫଳରେ ଆମ ନିକଟକୁ ଅନ୍ୟାବଶ୍ୟକ ମେଲଗୁଡୁକ ଆସିଥାଏ। ଯାହାଫଳରେ ମନରେ ସର୍ବଦା ଏକ ଭୟ ରହିଥାଏ ଯେ ଆମେ କୌଣସି ଗୁରୁତ୍ୱପୂର୍ଣ୍ଣ ମେଲକୁ ଅଣଦେଖା କରୁ ନାହାନ୍ତି ତ । ତେବେ ଆପଣ ଯଦି ଏହି ସମସ୍ୟାର ସମ୍ମୁଖାନ ହେଉଛନ୍ତି, ତେବେ ଜିମେଲରେ କୌଣସି ବି ଇମେଲକୁ ବ୍ଲକ କରିବା ପାଇଁ ଏହି ସହଜ ଉପାୟ ଆପଣାନ୍ତୁ । ବର୍ତ୍ତମାନ ଆସନ୍ତୁ ଜାଣିବା ଜିମେଲରେ କିପରି ବ୍ଲକ କରିବେ ଯେକୌଣସି ଇମେଲ୍ ।

ଜିମେଲରେ କିପରି ବ୍ଲକ କରିବେ ଇମେଲ୍:

୧.ପ୍ରଥମେ ଆପଣ ନିଜର ମୋବାଇଲ କିମ୍ବା ସିଷ୍ଟମରେ ଜିମେଲ ଖୋଲନ୍ତୁ ।
୨.ଏହାପରେ ମେସେଜ ଉପରେ କ୍ଲିକ କରନ୍ତୁ ।
୩.ଡାହାଣପଟରେ ଥିବା ‘more’ ଅପସନ ଉପରେ କ୍ଲିକ କରନ୍ତୁ ।
୪.ଏହାପରେ ଆପଣ ଅନ୍ୟାବଶ୍ୟକ ମେଲ କରୁଥିବା ବ୍ୟକ୍ତିଙ୍କୁ ବ୍ଲକ କରନ୍ତୁ ।
୫.ଯଦି ଆପଣ କାହାକୁ ଭୁଲରେ ବ୍ଲକ କରଦେଇଛନ୍ତି ତେବେ ଆପଣ ଏହି ଷ୍ଟେପ ଗୁଡିକୁ ଫଲୋ କରି ତାଙ୍କୁ ଅନବ୍ଲକ କରି ପାରିବେ ।

ତେବେ ଆପଣ ଯଦି ଜିମେଲରେ କୌଣସି ଇମେଲ ଆଇଡିକୁ ବ୍ଲକ କରନ୍ତି ତେବେ ସେମାନେ ଦେଉଥିବା କୌଣସି ମେସେଜ ଆପଣଙ୍କ ଇନବକ୍ସ ବା ମେଲକୁ ଆସିବ ନାହିଁ । ବରଂ ଏହା ସ୍ପାମ୍ ଫୋଲ୍ଡରରେ ସେଭ ହୋଇଯିବ ।

Get real time updates directly on you device, subscribe now.