fbpx
BJD
BJD SKY
BJD SKY

ସୋସିଆଲ ମିଡିଆରେ ରିଲେସନକୁ ଶୋ’ ଅଫ୍ କରିବା କେତେ ଠିକ୍‌, କ’ଣ କହୁଛନ୍ତି ରିଲେସନସିପ୍ କାଉନସେଲର

ଓଡ଼ିଶା ଭାସ୍କର: ଆଜିକାଲି ସୋସିଆଲ ମିଡିଆରେ ରିଲେସନକୁ ଶୋ’ ଅଫ୍ କରିବାରେ ମାହିର ହୋଇଗଲେଣି ଯୁବଗୋଷ୍ଠୀ । ସେଲିବ୍ରିଟିମାନେ ମୁହଁ ଲୁଚାଇ ଲାମଲାଇଟରେ ରହିବାକୁ ଚେଷ୍ଟା କରୁଛନ୍ତି ତ ମିଡିଆ ତାଙ୍କ ଏପରି ରିଲେସନକୁ ନେଇ ନାନାଦି ମନଗଢା କାହାଣୀ ତିଆରି କରୁଛନ୍ତି ।

ଏକଦା ସମୟ ଥିଲା ଯେତେବେଳେ ଫେସବୁକରେ ନିଜ ରିଲେସନ ଷ୍ଟାଟସ୍ ଦେବା ପାଇଁ ଲୋକେ ସିଙ୍ଗଲ,ମ୍ୟାରେଡ୍‌, କମିଟେଡ୍ କିମ୍ବା କମ୍ପ୍ଲିକେଟେଡ୍ ମଧ୍ୟରୁ ଗୋଟିଏ ଅପ୍ସନ ବାଛୁଥିଲେ । କିନ୍ତୁ ଏବେ ରିଲେସନସିପ୍‌ରେ ଏପରି ବହୁ ଶବ୍ଦ ପଶିଗଲାଣି ଯାହା ଆପଣ ସହଜରେ ବୁଝି ବି ପାରିବେ ନାହିଁ । ଏହିପରି ୨ଟି ଶବ୍ଦ ହେଉଛି ସଫ୍ଟ ଲଞ୍ଚ ଓ ହାର୍ଡ ଲଞ୍ଚ ।

ସଫ୍ଟ ଲଞ୍ଚ: ଏହାର ଅର୍ଥ ହେଉଛି ସୋସିଆଲ ମିଡିଆରେ ନିଜର ନୂଆ ପାର୍ଟନରଙ୍କ ସହିତ ତାଙ୍କ ମୁହଁ ନ ଦେଖାଇ ଫଟୋ କିମ୍ବା ଭିଡିଓ ପୋଷ୍ଟ କରି ନିଜ ରିଲେସନସିପ୍ ବିଷୟରେ ଘୋଷଣା କରିବା । ଯେପରିକି ଚେହେରା ନ ଦେଖାଇ କେବଳ ହାତ ଧରାଧରି ହୋଇ ଫଟୋ ସେୟାର କରିବା, ଦୁଇଟି ହୃଦୟର ଫଟୋ, ଆଙ୍ଗୁଳିରେ ମୁଦି ଇତ୍ୟାଦି । ଏଥିରେ ସିଧା ନ କହି ସଂକେତରେ ରିଲେସନସିପ ବିଷୟରେ ଘୋଷଣା କରାଯାଏ । ଏଥିରେ ବ୍ୟକ୍ତି ନିଜ ରିଲେସନକୁ ପ୍ରାଇଭେଟ୍ ରଖିବାକୁ ଚାହେଁ କିନ୍ତୁ ସିକ୍ରେଟ୍ ନୁହେଁ ।

ହାର୍ଡ ଲଞ୍ଚ:ଏହାର ଅର୍ଥ ନିଜ ରିଲେସନସିପ୍‌କୁ ସମସ୍ତଙ୍କ ଆଗରେ ସ୍ୱୀକାର କରିବା । ଏଥିରେ ଉଭୟ ନିଜ ପାର୍ଟନରଙ୍କ ସହ ଫଟୋ ପୋଷ୍ଟ କରିଥାନ୍ତି ଓ ପରସ୍ପରକୁ ମଧ୍ୟ ଟ୍ୟାଗ କରିଥାନ୍ତି । ଏଥିରେ ନା ନାମ ଲୁଚାଯାଏ ନା ଚେହେରା । ଏଥିରୁ ମେସେଜ୍ ଯାଇଥାଏ କି ବ୍ୟକ୍ତି ନିଜ ରିଲେସନକୁ ନେଇ ସିରିୟସ ଅଛି ।

ଆଜିକାଲି ସୋସିଆଲ ମିଡିଆରେ ସଂପର୍କକୁ ନେଇ ଯୁବଗୋଷ୍ଠୀ ବହୁତ ଅଧିକ ଶୋ’ ଅଫ୍ କରୁଛନ୍ତି । ସେଲିବ୍ରିଟିମାନେ ତ ସର୍ବଦା ଚର୍ଚ୍ଚାରେ ରହିବାକୁ ଏପରି କରୁଛନ୍ତି । ସେଥିପାଇଁ ସେମାନେ ପାର୍ଟନରର ଚେହେରା ଲୁଚାଇଥାନ୍ତି ଯାହାଫଳରେ କି ମିଡିଆ ତାଙ୍କ ପଛରେ ପଡିରହିବେ ଓ ସେମାନେ ଲାଇମଲାଇଟରେ ରହିବେ । ଯୁବଗୋଷ୍ଠୀ ବି ସେମାନଙ୍କ ଦ୍ୱାରା ପ୍ରେରିତ ହୋଇ ଏପରି କରୁଛନ୍ତି ।

ରିିଲେସନସିପ୍ କାଉନସେଲର ଅନୀତା ବଲୁନି କହିଛନ୍ତି ଆଜିକାଲି ଲାଇଫ୍ ବହୁତ ଭର୍ଚୁଆଲ ହୋଇଗଲାଣି ଯେ ସମସ୍ତେ ରିଲ୍ ବନାଇବାରେ ଓ ଫଟୋ ପୋଷ୍ଟ କରିବାରେ ବ୍ୟସ୍ତ । ଏପରି ସ୍ଥିତିରେ ନୂଆ ପିଢି ନିଜର ରିଲେସନକୁ ଖୋଲାଖୋଲି ଘୋଷଣା କରୁଛନ୍ତି ଓ ସେମାନଙ୍କୁ ଏହା ଶୋ’ ଅଫ୍ ବୋଲି ଲାଗୁ ନାହିଁ । କିନ୍ତୁ ସୋସିଆଲ ମିଡିଆରେ ଲୋକମାନେ ଆପଣଙ୍କ ରିଲେସନକୁ ନେଇ ନାନାଦି କମେଣ୍ଟ କରିଥାନ୍ତି । ଆପଣ ଏତେମାତ୍ରାରେ ଟ୍ରୋଲର ଶିକାର ହୋଇଥାନ୍ତି କି ଏହା ଆପଣଙ୍କ ବ୍ୟକ୍ତିଗତ ଜୀବନ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । କାଉନସେଲରଙ୍କ ମତରେ ରିଲେସନସିପ୍‌କୁ ସୋସିଆଲ ମିଡିଆରେ ଜାହିର କରିବା ପୂର୍ବରୁ ଏହାକୁ କିଛି ସମୟ ଦିଅନ୍ତୁ । ଏହା ସହିତ ପାର୍ଟନରଙ୍କ ସହମତି ମଧ୍ୟ ନେବା ଆବଶ୍ୟକ ।

Get real time updates directly on you device, subscribe now.