fbpx
BSKY
BJD YOUTH SKY
BJD MS SKY

୩୦ ଲକ୍ଷ ଟଙ୍କାର ନୋଟ ଅଦଳବଦଳ ଡିଲ୍ , ୨ ଅଭିଯୁକ୍ତ ଗିରଫ

ଓଡିଶା ଭାସ୍କର: ନୋଟ ଅଦଳବଦଳ ଡିଲ୍ ବେଳେ ପୋଲିସର ଚଢ଼ାଉ । ଘଟଣାରେ ୨ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି। ୩୦ ଲକ୍ଷ ଟଙ୍କାର ୨ ହଜାର ଟଙ୍କିଆ ନୋଟ ଅଦଳବଦଳ ପାଇଁ ଚାଲିଥିଲା ଡିଲ୍ ।

ସୂଚନା ଅନୁଯାୟୀ, ପାରଳାଖେମୁଣ୍ଡିର କେରାଣ୍ଡି ଗାଁ ନିକଟରେ ୨ ଗ୍ୟାଙ୍ଗ ମଧ୍ୟରେ ଚାଲିଥିଲା ନୋଟ ଅଦଳବଦଳ ନେଇ ଡିଲ୍ ଚାଲିଥିଲା ତେବେ ଏହାର ଖବର ପାଇ ଯୋଜନାବଦ୍ଧ ଭାବେ ପୋଲିସ ଅଚାନକ ଚଢ଼ାଉ କରିଥିଲା। ଏହି ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସ ସକ୍ଷମ ହୋଇଛି । ଗିରଫ ହୋଇଥିବା ମଧ୍ୟରେ ଜଣେ କନେଷ୍ଟବଲ ଓ ଅନ୍ୟ ଜଣେ ଆନ୍ଧ୍ରର ମିଡିଲ ମ୍ୟାନ ବୋଲି ଜଣାପଡିଛି। ତେବେ ଗିରଫ କନେଷ୍ଟବଲ ରିଜର୍ଭ ବାଟାଲିୟନର ହୋଇଥିବା ସୂଚନା ମିଳିଛି।

 

Get real time updates directly on you device, subscribe now.