fbpx

BREAKING:ନୀତିଶଙ୍କ ନବମ ପାଳି, ଏନଡିଏ ସମର୍ଥନରେ ନୀତିଶ ହେଲେ ମୁଖ୍ୟମନ୍ତ୍ରୀ

ପାଟନା: ବିହାର ରାଜନୀତିରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ନେଇ ଗତ କିଛିଦିନ ହେବ ବେଶ୍ ହଟଚମଟ ଲାଗି ରହିଛି । ଆଜି ସକାଳେ ନୀତିଶ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସନ୍ଧ୍ୟାରେ ପୁଣି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଆଜି ସନ୍ଧ୍ୟାରେ ବିହାରର ରାଜ୍ୟପାଳ ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରାଇଛନ୍ତି । ରାଜ୍ୟରେ ୯ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ ନୀତିଶ କୁମାର । ଏଥର ଏନଡିଏ ସମର୍ଥନରେ ନୀତିଶ ହେଲେ ମୁଖ୍ୟମନ୍ତ୍ରୀ ।

ନୀତିଶ ଆଜି ରାଜଭବନରେ ରାଜ୍ୟପାଳଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଥିଲେ ଓ ଏବେ ସେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ନୀତିଶଙ୍କ ସହିତ ସମ୍ରାଟ ଚୌଧୁରୀ ଓ ବିଜୟ କୁମାର ସିହ୍ନା ମଧ୍ୟ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ନୀତିଶଙ୍କ ଶପଥ ଗ୍ରହଣ ସମାରୋହରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.