fbpx

ଭାରତୀୟ ଇସ୍ପାତ ପ୍ରାଧିକରଣରେ ନିଯୁକ୍ତି: ୬୩୯ଟି ପଦ ପୂରଣ ପାଇଁ ଅନଲାଇନ୍ ଆବେଦନ ଆରମ୍ଭ

ସମସ୍ତ ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଭାରତୀୟ ଇସ୍ପାତ ପ୍ରାଧିକରଣ ଲିମିଟେଡ (ସେଲ) ପକ୍ଷରୁ ଆସିଛି ଏକ ନିଯୁକ୍ତି ବିଜ୍ଞପ୍ତି । ମୋଟ ୬୩୯ଟି ପଦ ଖାଲି ରହିଛି । ପ୍ରାର୍ଥୀଙ୍କୁ ୱେଲଡର, ଓଲେକ୍ଟ୍ରିସିଆନ, ଫିଟ୍ଟର, ମେଶିନିଷ୍ଟ, ଟର୍ଣ୍ଣର, କୋପା, କାର୍ପେଣ୍ଟର, ଡିଜେଲ ମେକାନିକ, ଆରଏସି, ମୋଟର ଯାନ ମେକାନିକ, ମୌଲଡର, ମେଡିକାଲ ଲ୍ୟାବ ଟେକ୍ନିସିଆନ୍ ଆଦି ପଦରେ ନିଯୁକ୍ତି ଦିଆଯିବ ।

ଜାନୁଆରୀ ମାସ ୨୩ ତାରିଖରୁ ଅନଲାଇନ୍ ଆବେଦନ ଆରମ୍ଭ ହୋଇ ଫେବୃଆରୀ ମାସ ୨୨ ତାରିଖରେ ସମାପ୍ତ ହେବ । ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୫ ବର୍ଷ ଓ ସର୍ବାଧିକ ବୟସ ୨୪ ବର୍ଷ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଦଶମ / ଦ୍ୱାଦଶ / ଆଇଟିଆଇ (ପ୍ରାସଙ୍ଗିକ ଟ୍ରେଡ) / ଡିପ୍ଲୋମା / ଡିଗ୍ରୀ ହୋଇଥିବା ଆବଶ୍ୟକ ।

ୱେଲଡର ପାଇଁ ୧୨୩ଟି, ଓଲେକ୍ଟ୍ରିସିଆନ ପାଇଁ ୧୨୫ଟି, ଫିଟ୍ଟର ପାଇଁ ୧୨୦ଟି, ମେଶିନିଷ୍ଟ ପାଇଁ ୬୮ଟି, ଟର୍ଣ୍ଣର ପାଇଁ ୫୮ଟି, କୋପା ପାଇଁ ୬୫ଟି, କାର୍ପେଣ୍ଟର ପାଇଁ ୪ଟି, ଡିଜେଲ ମେକାନିକ ୧୫ଟି, ଆରଏସି ପାଇଁ ୧୩ଟି, ମୋଟର ଯାନ ମେକାନିକ ପାଇଁ ୧୫ଟି, ମୌଲଡର ପାଇଁ ୧୪ଟି, ମେଡିକାଲ ଲ୍ୟାବ ଟେକ୍ନିସିଆନ୍ ପାଇଁ ୧୦ଟି ପଦ ଖାଲି ରହିଛି । ଇଚ୍ଛୁକ ପ୍ରାର୍ଥୀମାନେ ନିମ୍ନୋକ୍ତ ଲିଙ୍କକୁ ଯାଇ ଅନଲାଇନରେ ଆବେଦନ କରିପାରିବେ ।

ଅନଲାଇନ୍ ଆବେଦନ ଲିଙ୍କ: https://www.apprenticeshipindia.gov.in/apprenticeship/opportunity

Get real time updates directly on you device, subscribe now.