fbpx

ସୁପ୍ରିମକୋର୍ଟରେ ନିଯୁକ୍ତି: Law Clerk ପଦ ପାଇଁ ଜାରି ହେଲା ବିଜ୍ଞପ୍ତି, ଓଡ଼ିଶାରେ ହେବ ପରୀକ୍ଷା

ସମସ୍ତ ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ସୁପ୍ରିମକୋର୍ଟ ପକ୍ଷରୁ ଏନେଇ ଏକ ନିଯୁକ୍ତି ବିଜ୍ଞପ୍ତି ଜାରି କରାଯାଇଛି । ପ୍ରାର୍ଥୀଙ୍କୁ ଲ’ କ୍ଲର୍କ କମ୍ ରିସର୍ଚ୍ଚ ଆସୋସିଏଟ୍ ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ନିଯୁକ୍ତି ସମ୍ବନ୍ଧୀୟ ସମସ୍ତ ତଥ୍ୟ ପାଇ ପାରିବେ । ଆବେଦନ ଅନଲାଇନ୍ ମୋଡ଼ରେ କରିବାକୁ ପଡ଼ିବ ।

ଜାନୁଆରୀ ମାସ ୨୫ ତାରିଖରୁ ଅନଲାଇନ୍ ଆବେଦନ ଆରମ୍ଭ ହୋଇ ସାରିଥିବା ବେଳ ଫେବୃଆରୀ ମାସ ୧୫ ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ । ମାର୍ଚ୍ଚ ମାସ ୧୦ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ । ପରୀକ୍ଷାର ପରଦିନ ଅର୍ଥାତ ୧୧ ତାରିଖରେ ଆନସର କି’ ଜାରି କରାଯିବ । ୧୨ ତାରିଖରେ ପ୍ରାର୍ଥୀମାନେ ନିଜ ନିଜର ଅଭିଯୋଗ ଅପଲୋଡ୍ କରିପାରିବେ ।

ଏଥିପାଇଁ ପ୍ରାର୍ଥୀଙ୍କୁ ଅନଲାଇନ୍ ମୋଡ଼ରେ ୫୦୦ ଟଙ୍କାର ଆବେଦନ ଫିସ୍ ଜମା କରିବାକୁ ପଡ଼ିବ । ଚଳିତ ବର୍ଷ ଫେବୃଆରୀ ମାସ ୧୫ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୨୦ ବର୍ଷ ଓ ସର୍ବାଧିକ ବୟସ ୩୨ ବର୍ଷ ହୋଇଥିବା ଆବଶ୍ୟକ । ପ୍ରାର୍ଥୀ ଲ’ରେ ଡିଗ୍ରୀ ପାସ୍ କରିଥିବା ଆବଶ୍ୟକ । ମୋଟ ୯୦ଟି ପଦ ଖାଲି ରହିଛି । ଭୁବନେଶ୍ୱର ସମେତ ଦେଶର ୨୩ଟି ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ଆୟୋଜନ କରାଯିବ । ତେଣୁ ଓଡ଼ିଶାର ପ୍ରାର୍ଥୀଙ୍କୁ ପରୀକ୍ଷା ଦେବାକୁ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ ।

ଅନଲାଇନ୍ ଆବେଦନ ଲିଙ୍କ: https://jobapply.in/supremeCourtLawClerk2024/

ନୋଟିଫିକେସନ ଲିଙ୍କ: https://main.sci.gov.in/pdf/recruitment/24012024_113440.pdf

Get real time updates directly on you device, subscribe now.