fbpx

ଦଳୀୟ ଷ୍ଟିକର ମାରିବା ସହ ବିଜେପିକୁ ଭୋଟ ଦେବା ପାଇଁ କାନ୍ଥରେ ଲେଖି ନିବେଦନ କଲେ ଧର୍ମେନ୍ଦ୍ର ପ୍ରଧାନ

ଓଡିଶା ଭାସ୍କର: ୨୦୨୪ ସାଧାରଣ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ କରିଛି ଓଡିଶା ବିଜେପି। ଯାହାକୁ ନେଇ ଆଜି ଦଳ ପକ୍ଷରୁ ବୁଥ ଜନ ସମ୍ପର୍କ ଅଭିଯାନ ହୋଇଛି। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ୟ୍ୟକ୍ରମରେ ଯୋଗ ଦେଇ ଭୁବନେଶ୍ୱରର ୫୯ ନମ୍ବର ବୁଥରେ ସାଧାରଣ ଲୋକଙ୍କୁ ଭେଟିଛନ୍ତି। ତେବେ ରାଜନୈତିକ ଓ ସଂଗଠନ କାମକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଧର୍ମେନ୍ଦ୍ର ପ୍ରଧାନ ସାଧାରଣ ଭୋଟରଙ୍କୁ ଭେଟିଛନ୍ତି। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶର ଚିତ୍ର ଜନକଲ୍ୟାଣ ଯୋଜନା ବିଷୟରେ ସାଧାରଣ ଲୋକଙ୍କ ସହ କଥା ହୋଇଛନ୍ତି।

ସେହିପରି ବିଭିନ୍ନ ଘର କାନ୍ଥରେ ଦଳୀୟ ଷ୍ଟିକର ମାରିବା ସହ ବିଜେପିକୁ ଭୋଟ ଦେବା ପାଇଁ କାନ୍ଥରେ ଲେଖି କେନ୍ଦ୍ର ମନ୍ତ୍ରୀ ନିବେଦନ କରିଛନ୍ତି। ଏହା ସହ ଏହି ପରିପ୍ରେକ୍ଷୀରେ ଓଡ଼ିଶା ପରିବର୍ତ୍ତନ ଆଡ଼କୁ ମୁହାଉଁଥିବା ସେ କହିଛନ୍ତି। ଅନ୍ୟପଟେ ଆସନ୍ତା ୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବଲପୁର ଗସ୍ତକୁ ନେଇ ବହୁ ଆଶା ରହିଥିବା କଥା କହିଛନ୍ତି ଧର୍ମେନ୍ଦ୍ର। ଆଗାମୀ ଦିନରେ ଉପକୂଳ ଓଡ଼ିଶାକୁ ବି ପ୍ରଧାନମନ୍ତ୍ରୀ ଆସିବେ ବୋଲି ସେ ସୂଚନା ଦେଇଛନ୍ତି। ନିର୍ବାଚନ ପୂର୍ବରୁ ବିଜେପିର ବହୁ ବରିଷ୍ଠ ନେତା ଓ ମନ୍ତ୍ରୀ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗସ୍ତ କରିବା ସହ ସାଧାରଣ ଭୋଟରଙ୍କୁ କେନ୍ଦ୍ର ସରକାରଙ୍କର ଉନ୍ନୟନମୂଳକ କାର୍ୟ୍ୟ ବିଷୟରେ ଅବଗତ କରାଇବେ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Get real time updates directly on you device, subscribe now.